ETV Bharat / bharat

ଯବାନଙ୍କ ପାଇଁ ରାଲି ଛାଡି ଦିଲ୍ଲୀ ଫେରିଗଲେ ଶାହା

ନିର୍ବାଚନ ନୁହେଁ ଯବାନ ଆଗ । ଅଧାରୁ ରାଲି ଛାଡି ଯବାନଙ୍କ ପାଇଁ ଦିଲ୍ଲୀ ଚାଲିଆସିଲେ ଗୃହମନ୍ତ୍ରୀ । ଅଧିକ ପଢନ୍ତୁ...

ଯବାନଙ୍କ ପାଇଁ ଦୌଡି ଆସିଲେ ଶାହ
ଯବାନଙ୍କ ପାଇଁ ଦୌଡି ଆସିଲେ ଶାହ
author img

By

Published : Apr 4, 2021, 3:11 PM IST

ନୂଆଦିଲ୍ଲୀ: ଛତିଶଗଡ ଏନକାଉଣ୍ଟରରେ 22 ଯବାନ ଶହୀଦ । ଆସାମରୁ ଫେରି ଆସିଲେ ଗୃହମନ୍ତ୍ରୀ ଅମିତ ଶାହ । ନିର୍ବାଚନୀ ରାଲି ଛାଡି ଦିଲ୍ଲୀ ଫେରି ଆସିଛନ୍ତି ଶାହା ।

ଆସନ୍ତା 6 ତାରିଖରେ ଆସାମରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆଜି ଶାହା ଆସାମ ଗସ୍ତ କରି ସେଠାରେ ତିନୋଟି ରାଲି କରିବାର ଯୋଜନା ରହିଥିଲା । ହେଲେ ସୁକମାରେ ଯବାନଙ୍କ ଶହୀଦ ସଂଖ୍ୟା 22 ବୃଦ୍ଧି ହେବା ସହ 31 ଆହତ ହେବା ପରେ ଶାହା ଗୋଟିଏ ରାଲିରେ ଯୋଗ ଦେଇ ଫେରି ଆସିଛନ୍ତି । ଏନେଇ ଆସାମ ନିର୍ବାଚନର କୋ-ଇନଚାର୍ଜ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

ଏହା ସହ ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ କଥା ହୋଇଛନ୍ତି । ସିଆରପିଏଫ ମହାନିର୍ଦ୍ଦେଶଙ୍କୁ ଛତିଶଗଡ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହା । ଏପରିକି ଶହୀଦଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶତ୍ରୁ ବିରୋଧ ଶାନ୍ତି ଓ ବିକାଶର ଲଢେଇ ଜାରି ରହିବ ବୋଲି ଶାହା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.