ETV Bharat / bharat

ଦୁଷ୍କର୍ମ ପୀଡିତାଙ୍କୁ ଶୀଘ୍ର ମିଳିବ ନ୍ୟାୟ, ପ୍ରତିଷ୍ଠା ହେବ 1023 ଫାଷ୍ଟଟ୍ରାକ କୋର୍ଟ - ଦୁଷ୍କର୍ମ ମାମଲା

ଦେଶରେ ୧୦୨୩ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବା ଯୋଜନାକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମିଳିଛି ମଞ୍ଜୁରୀ । ଅଧିକ ପଢନ୍ତୁ...

ଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ଶୀଘ୍ର ମିଳିବ ନ୍ୟାୟ, ପ୍ରତିଷ୍ଠା ହେବ 1023 ଫାଷ୍ଟଟ୍ରାକ କୋର୍ଟ

author img

By

Published : Aug 5, 2021, 6:56 AM IST

ନୂଆଦିଲ୍ଲୀ: ଦେଶରେ ଦୁଷ୍କର୍ମ ପୀଡିତା ଓ ନାବାଳିକାଙ୍କୁ ଫାଷ୍ଟଟ୍ରାକ କୋର୍ଟ ଜରିଆରେ ଶୀଘ୍ର ନ୍ୟାୟ ଦେବା ଦିଗରେ ବଡ ନିଷ୍ପତ୍ତି ନେଇଛନ୍ତି ମୋଦି କ୍ୟାବିନେଟ । ଦେଶରେ ୧୦୨୩ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବା ଯୋଜନାକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମିଳିଛି ମଞ୍ଜୁରୀ ।

ନାବାଳିକା ଓ ମହିଳାଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ନ୍ୟାୟ ଦେବା ପାଇଁ ୧୦୨୩ ଫଷ୍ଟଟ୍ରାକ କୋର୍ଟ ସ୍ଥାପନ ହେବ ବୋଲି କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହି ଯୋଜନାରେ ମୋଟ ୧୫୮୬ କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଦୁଇ ବର୍ଷରେ ଦୃତ ଗତିରେ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । ନାବାଳିକାଙ୍କ ସହ ହେଉଥିବା ଯୌନ ଅପରାଧ ମାମଲାରେ ଶୀଘ୍ର ନ୍ୟାୟ ଦେବା ପାଇଁ ଏହି ଫାଷ୍ଟଟ୍ରାକ କୋର୍ଟ ମଧ୍ୟରୁ ୩୮୯ ପୋକ୍ସୋ କୋର୍ଟ ସାମିଲ ରହିଛି ।

ଫାଷ୍ଟଟ୍ରାକ କୋର୍ଟ ଉପରେ ହେବାକୁଥିବା ଖର୍ଚ୍ଚରୁ ୯୭୧ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ । ଅନ୍ୟପକ୍ଷେ ୬୦୧.୧୬ କୋଟି ଟଙ୍କା ରାଜ୍ୟ କୋଷରୁ ଖର୍ଚ୍ଚ ହେବ। ୨୦୧୯ରେ ଏହି ଯୋଜନା ଲଞ୍ଚ କରାଯାଇଥିଲା । ୨୦୧୮ ଅପରାଧିକ ଆଇନରେ ସଂଶୋଧନ କରି ଯୌନ ଅପରାଧ ଭଳି ଜଘନ୍ୟ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ରହିଛି । ଫାଷ୍ଟଟ୍ରାକର ଏହି ଯୋଜନା ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଜାରି ରହିବ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଶୀଘ୍ର ପୀଡିତାଙ୍କୁ ନ୍ୟାୟ ମିଳିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.