ETV Bharat / bharat

Budget 2022: ଆଧୁନିକ ଭାରତ ଗଠନ ଦିଗରେ ଏହା ଏକ ପଦକ୍ଷେପ କହିଲେ ମୋଦି - ବଜେଟକୁ ନେଇ ମୋଦିଙ୍କ ବାର୍ତ୍ତା

ଗତକାଲି ପୁଣିଥରେ ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ଲୋକଙ୍କ ଠାରୁ ନେଇ ଚାଷୀ ସମସ୍ତ ବର୍ଗର ଲୋକଙ୍କ ପାଇଁ ବଜେଟ୍ ଆଣିଛନ୍ତି ସରକାର । ଏହି ବଜେଟ ଦ୍ବାରା ଦେଶର ବେରୋଜଗାରୀ, ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ବଜେଟକୁ ନେଇ ଦେଶବାସୀଙ୍କ ମନରେ ନୂଆ ଆଶା ସଂଞ୍ଚାର ହୋଇଛି । ତେଣୁ ଏହାକୁ ଲୋକାଭିମୁଖୀ ଏବଂ ବିକାଶଶୀଳ ବଜେଟ୍ କହିବା ସହ ଏହା ଏକ ଆଧୁନିକ ଭାରତ ଗଠନରେ ଏକ ପଦକ୍ଷେପ ବୋଲି ଅତ୍ମନିର୍ଭର ଅର୍ଥବ୍ୟବସ୍ଥା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ଆଧୁନିକ ଭାରତ ଗଠନ ଦିଗରେ ପଦକ୍ଷେପ ବଜେଟ ଏକ ପଦକ୍ଷେପ

author img

By

Published : Feb 2, 2022, 2:50 PM IST

ନୂଆଦିଲ୍ଲୀ: କୋଭିଡ ମହାମାରୀ ଭିତରେ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ଲୋକଙ୍କ ଠାରୁ ନେଇ ଚାଷୀ ସମସ୍ତ ବର୍ଗଙ୍କ ପାଇଁ ବଜେଟ୍ ଆଣିଛନ୍ତି ସରକାର । ଏହି ବଜେଟ ଦ୍ବାରା ଦେଶର ବେରୋଜଗାରୀ, ନିଯୁକ୍ତି ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ବଜେଟକୁ ନେଇ ଦେଶବାସୀଙ୍କ ମନରେ ନୂଆ ଆଶା ସଂଞ୍ଚାର ହୋଇଛି । ତେଣୁ ଏହାକୁ ଲୋକାଭିମୁଖୀ ଏବଂ ବିକାଶଶୀଳ ବଜେଟ୍ କହିବା ସହ ଏହା ଏକ ଆଧୁନିକ ଭାରତ ଗଠନରେ ପଦକ୍ଷେପ ବୋଲି ଅତ୍ମନିର୍ଭର ଅର୍ଥବ୍ୟବସ୍ଥା କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସୀମାରେ ଥିବା ଗାଁ ଗୁଡିକର ବିକାଶ ଉପରେ ବଜେଟରେ ଧ୍ୟାନ ଦିଆଯାଇଛି । ବଜେଟରେ ଜୈବିକ ଚାଷ ଉପରେ ଧ୍ୟାନ ଦେଇ ଭାରତୀୟ କୃଷିକୁ ଆଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ଏହା ଦ୍ବାରା ଚାଷୀ ଅଧିକ ଲାଭବାନ ହେବେ । କିସାନ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଚାଷୀଙ୍କ ପାଇଁ ଉଚିତ ମୂଲ୍ୟରେ ଉପଲବ୍ଧ ହେବ ବୋଲି କହିଛନ୍ତି ମୋଦି ।

ସେ ଆହୁରି ଉପସ୍ଥାପିତ ବଜେଟକୁ ପ୍ରଶଂସା କରିଛନ୍ତି । 7 ବର୍ଷ ପୂର୍ବରୁ ଭାରତର ଜିଡିପି 1 ଲକ୍ଷ 10,000 କୋଟି ଥିଲା କିନ୍ତୁ ଆଜି ଏହା ପାଖାପାଖି 2 ଲକ୍ଷ 30,000 କୋଟି ଟଙ୍କାରେ ପହଞ୍ଚିଛି । ଏପରିକି ଦେଶର ଫୋରେକ୍ସ 200 ବିଲିୟନ ଡ଼ଲାରରୁ 630 ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି । ଏହା କେବଳ ସରକାରୀ ପ୍ରଭାବଶାଳୀ ନୀତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ମୋଦି ।

ଏକ ଆତ୍ମନିର୍ଭରଶୀଳ ଏବଂ ଆଧୁନିକ ଭାରତ ତିଆରି କରିବା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଭାରତକୁ ଆଧୁନିକତା ଦିଗ ଓ ପ୍ରଗତି ପଥରେ ଗତିଶୀଳ କରିବା ପାଇଁ ଆଗକୁ ନେବା ପାଇଁ ଏହି ବଜେଟରେ ଅନେକ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ରହିଛି । ଭାରତ ପ୍ରତି ବିଶ୍ବର ପରିବର୍ତ୍ତିତ ଦୃଷ୍ଟିକୋଣ ସହିତ ଆମ ଅର୍ଥନୀତିକୁ ସୃଦୁଢ କରି ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା ଆମ ପାଇଁ ଜରୁରୀ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ବ୍ୟାପକତାକୁ ଦୃଷ୍ଟିରେ ରଖି ବଜେଟକୁ ଠିକ୍ ସମୟରେ ଉପସ୍ଥାପନା କରିଥିବା କହିଛନ୍ତି ମୋଦି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.