ମୁମ୍ବାଇ: ଦେଶରେ ୟୁନିଫର୍ମ ସିଭିଲ କୋଡ୍ର (UCC) ଆବଶ୍ୟକତା ନାହିଁ । ଭାରତରେ ୟୁସିସି ଲାଗୁ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ପ୍ରୟାସକୁ ସମାଲୋଚନା କରି AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ଏହାକୁ ଅସାମ୍ବିଧାନିକ ଦର୍ଶାଇବା ସହିତ ସଂଖ୍ୟାଲଘୁ ବିରୋଧୀ ବୋଲି କହିଛନ୍ତି । ଦେଶରେ ୟୁସିସି ଆବଶ୍ୟକାତକୁ ଖଣ୍ଡନ କରି ଏହା ବିଜେପି ନେତୃତ୍ବାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲାଗୁ ହେଉଥିବା କହିଛନ୍ତି ଏଆଇଏମଆଇଏମ ମୁଖ୍ୟ ।
ସେ ଆହୁରି କହିଛନ୍ତି, "ଗୋଆ ସିଭିଲ କୋଡ୍ ଅନୁସାରେ ଯଦି ଜଣେ ହିନ୍ଦୁ ବ୍ୟକ୍ତି ବିବାହ କରେ ତାଙ୍କ ପତ୍ନୀଙ୍କ ବୟସ 25 କିମ୍ବା 30 ବର୍ଷ ହୁଏ ତାଙ୍କୁ ପୁଅ ନ ହୁଏ ତେବେ ସେ ଆଉ ଗୋଟିଏ ବିବାହ କରିପାରିବେ । ଏ ବାବଦରେ ବିଜେପି ସରକାର କଣ କହିବେ ବୋଲି କହିଛନ୍ତି AIMIM ମୁଖ୍ୟ । ବିଜେପି ସରକାରକୁ ଟାର୍ଗେଟ କରି ସମ୍ବିଧାନରେ ଧାରା 38ରେ ସମସ୍ତଙ୍କୁ ରୋଜଗାରରେ ସମାନତା ମିଳିବା କଥା ହେଲେ ରୋଜଗାର କାହିଁ । ଅର୍ଥନୀତିର ଅବନତି ହେଉଛି ବେରୋଜଗାର ବଢୁଛି । କୋଇଲା ସଙ୍କଟ ଦେଖା ଦେଉଛି ମାତ୍ର ଏପଟେ ସେମାନେ (ବିଜେପି ନେତା) ୟୁସିସି ନେଇ ଚିନ୍ତାପ୍ରକଟ କରୁଛନ୍ତି ।"
ମଦ ଉପରେ କାହିଁକି ରୋକ ଲାଗୁନାହିଁ । ଗୁଜୁରାଟରେ ମଦ ଉପରେ ରୋକ ଲଗାଯାଇଛି ସେହିପରି ଅନ୍ୟ ସ୍ଥାନରେ ମଦ ଉପରେ କାହିଁକି ରୋକ ଲାଗୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅସଦୁଦ୍ଦିନ ଓଓ୍ବେସୀ । ସବୁ ଖରାପ ଜିନିଷର ମୂଳ ହେଉଛି ମଦ । ଯାହା ପାଇଁ ଭାରତରେ ପ୍ରତିବର୍ଷ 2 ରୁ 3 ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ମହିଳା ଶିଶୁଙ୍କ ଉପରେ ଅତ୍ୟାଚାର ହେଉଛି । ମଦକୁ ବନ୍ଦ କରିବାକୁ କହିଛନ୍ତି ଏଆଇଏମଆଇଏମ ମୁଖ୍ୟ । ଭାରତରେ ୟୁନିଫର୍ମ ସିଭିଲ କୋର୍ଡକୁ ବିରୋଧ କରି ଆଇନ କମିଶନ ଦେଶରେ ଏହାର ଆବଶ୍ୟକତା ନାହିଁ ବୋଲି କହିଥିବା କହିଛନ୍ତି ଓଓ୍ବେସୀ ।
ୟୁନିଫର୍ମ ସିଭିଲ କୋଡ୍ କ’ଣ?
ୟୁନିଫର୍ମ ସିଭିଲ୍ କୋଡ୍ ସମ୍ବିଧାନର ଧାରା ୪୪ ଅନୁଯାୟୀ ଆସେ । ଏହା ବ୍ୟକ୍ତିଗତ ନିୟମ ପ୍ରଣୟନ କରିବା ଏକ ପ୍ରସ୍ତାବ ଯାହା ସେମାନଙ୍କର ଧର୍ମ, ଲିଙ୍ଗ, ଏବଂ ଯୌନ ଆଭିମୁଖ୍ୟ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ । ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ, ଉତ୍ତରାଧିକାରୀ ପରି ବ୍ୟକ୍ତିଗତ ବିଷୟଗୁଡିକ ପରିଚାଳନା କରିବା ପାଇଁ ଏହାର ଆବଶ୍ୟକତା ପଡିବ । ପ୍ରକାଶ ଥାଉ କି, 2019 ଲୋକସଭା ନିର୍ବାଚନ ଇସ୍ତାହାରରେ ୟୁସିସି ଲାଗୁ ନେଇ ପ୍ରତିଶ୍ରୁତି ଦେଇଥିଲା ବିଜେପି । କ୍ଷମତାକୁ ଆସିଲେ ୟୁସିସି ଲାଗୁ ନେଇ ଇସ୍ତାହାରରେ ଜାରି କରିଥିଲା ।