ETV Bharat / bharat

ଦିଲ୍ଲୀରେ ଭୁଶୁଡିଲା ଅସୁରକ୍ଷିତ କୋଠା: ଫସିଥିବା 5 ଶ୍ରମିକଙ୍କ ମଧ୍ୟରୁ 2 ମୃତ

author img

By

Published : Apr 25, 2022, 4:49 PM IST

Updated : Apr 25, 2022, 10:50 PM IST

ଦିଲ୍ଲୀର ସତ୍ୟନିକେତନ ଏରିଆରେ ଅସୁରକ୍ଷିତ ନିର୍ମାଣାଧୀନ କୋଠା । ଫସିଥିବା 5 ଶ୍ରମିକଙ୍କ ମଧ୍ୟରୁ 2 ମୃତ । କିଛି ଦିନ ପୂର୍ବରୁ ଅସୁରକ୍ଷିତ ଘୋଷଣା କରିଥିଲା ଉତ୍ତର ଦିଲ୍ଲୀ ପୌର ନିଗମ । ଅଧିକ ପଢନ୍ତୁ

ଦିଲ୍ଲୀରେ ଭୁଶୁଡିଲା ନିର୍ମାଣାଧୀନ କୋଠା: ଫସିଥିବା 2 ଶ୍ରମିକ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟନିକେତନ ଏରିଆରେ ଥିବା ଏକ ନିର୍ମାଣାଧୀନ ବହୁତଳ କୋଠା ଭୁଶୁଡି ପଡିବା ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । 5 ଜଣ ଶ୍ରମିକ ଫସିରହିଥିବ ବେଳେ 3 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ ।

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ସମେତ ମୋଟ 6 ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଆରମ୍ଭ କରିଥିଲେ । କିଛି ଦିନ ପୂର୍ବରୁ ଏହି ବହୁତଳ ଅଟ୍ଟାଳିକାକୁ ଅସୁରକ୍ଷିତ ଘୋଷଣା କରିଥିଲା ସ୍ଥାନୀୟ ପୌର ପ୍ରଶାସନ । ତେବେ ଆଜି ଅପରାହ୍ନରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 25, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.