ETV Bharat / bharat

Umesh Pal murder: ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ, ଅନ୍ୟମାନଙ୍କୁ ଖୋଜୁଛି ସ୍ପେଶାଲ୍ ଟିମ୍

ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ପ୍ରୟାଗରାଜ ପୋଲିସର ଏନକାଉଣ୍ଟର । ହସ୍ପିଟାଲ ନେବା ବାଟରେ ମୃତ୍ୟୁ । ବିଧାନସଭାରେ ଯୋଗୀ କହିଥିଲେ ମାଫିଆଙ୍କୁ ମାଟିରେ ମିଶାଇ ଦେବୁ । ଅଧିକ ପଢନ୍ତୁ

ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ
ପୋଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ
author img

By

Published : Feb 27, 2023, 5:50 PM IST

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମାଫିଆଙ୍କୁ ମାଟିରେ ମିଶାଇ ଦେବୁ ବୟାନ ପରେ ଗର୍ଜିଛି ଉତ୍ତର ପ୍ରଦେଶ ପୋଲିସର ବନ୍ଧୁକ । ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ମାଫିଆଙ୍କ ଉପରେ ଏକ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଥିବା ଅନୁମାନ କରାଯାଉଥିବା ବେଳେ ଆଜି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ପୋଲିସ ଏନକାଉଣ୍ଟର କରିଛି । ପ୍ରୟାଗରାଜ ପୋଲିସର ଟାକ୍ସଫୋର୍ସ ଏନକାଉଣ୍ଟରେ ଅରବାଜ ନାମକ ଜଣେ ସୁଟର ତଥା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତର ମୃତ୍ୟୁ ହୋଇଛି ।

ପ୍ରୟାଗରାଜ ପୋଲିସର ଏକାଧିକ ଟିମ ଅଭିଯୁକ୍ତଙ୍କ ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଛି । ଆଜି ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଅରବାଜ ସହରର ନେହୁର ପାର୍କ ନିକଟରେ ଆତ୍ମଗୋପନ କରିଥିବା ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଏନକାଉଣ୍ଟରରେ ଅରବାଜର ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି । ଏହି ହତ୍ୟାକାଣ୍ଡର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସର 10ଟି ଟିମ ପ୍ରୟାସ ଜାରି ରଖିଛି । ଆଜି ଏହି ଘଟଣାରେ ପ୍ରଥମ ଏନକାଉଣ୍ଟର ହେବା ପରେ ଫେରାର ଅଭିଯୁକ୍ତଙ୍କ ମନରେ ଛନକା ପଶିଛି । ଏବେ ଗିରଫଦାରୀ ନୁହେଁ ପୋଲିସ ସିଧା ଏନକାଉଣ୍ଟର କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରାଣ ହରାଇଥିବା ଅଭିଯୁକ୍ତ ଅରବାଜ ଏକ ପାଶାଦାର ସୁଟର ଓ ସେ ଜେଲରେ ଥିବା ମାଫିଆ ଅତିକ୍‌ ଅହମ୍ମଦ ଇସାରରେ କାମ କରୁଥିଲା । ଶୁକ୍ରବାର ହୋଇଥିବା ଉମେଶ ପାଲ ହତ୍ୟାକାଣ୍ଡ ଗୁଜୁରାଟର ସାବରମତି ଜେଲରେ ବନ୍ଦ ଥିବା ମାଫିଆ ତଥା ପୂର୍ବତନ ସାଂସଦ ଅତିକ୍‌ ଅହମ୍ମଦର ଇସାରାରେ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଅତିକକୁ ମଧ୍ୟ ଏହି ମାମଲାରେ ପୋଲିସ ଜେରା କରିବା ପାଇଁ ଯୋଜନା ରଖିଥିବା ସୂଚନା ମିଳିଛି । ଅନ୍ୟପଟେ ଅତିକ୍‌ ଓ ତାର ସାନଭାଇକୁ ଏନକାଉଣ୍ଟର କରିବା ପାଇଁ ପୋଲିସ ଯୋଜନା ରଖିଥିବା ଅଭିଯୋଗ କରିଛି ଅତିକର ପତ୍ନୀ । ସେ ଏହି ଘଟଣାରେ ଅତିକରେ ସମ୍ପୃକ୍ତିକୁ ଅସ୍ବୀକାର କରିବା ସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।

2005 ରେ ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲ୍‌ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲ ଓ ତାଙ୍କର ସରକାରୀ ସୁରକ୍ଷାକର୍ମୀଙ୍କୁ ଶୁକ୍ରବାର ଗୁଳିକରି ହତ୍ୟା କରାଯାଇଥିଲା । ହତ୍ୟାକାରୀଙ୍କ ଏକ ଗୋଷ୍ଠୀ ଯୋଜନାବଦ୍ଧ ଭାବେ ଉମେଶ ପାଲଙ୍କ କାରକୁ ଫଲୋ କରିବା ସହ ତାଙ୍କ ଘର ନିକଟରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ । ଯାହାର ଭିଡିଓ ସିସିଟିଭିରେ କଏଦ ମଧ୍ୟ ହୋଇଥିଲା । ଏହି ଘଟଣା ଉତ୍ତର ପ୍ରଦେଶ ବିଧାନସଭାରେ ମଧ୍ୟ ଉଠିଥିଲା । ବିରୋଧୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଘେରିବା ପରେ ଯୋଗୀ ମାଫିଆରାଜକୁ ନେଇ କଠୋର ଆଭିମୁଖ୍ୟ ପ୍ରକାଶ କରିଥିଲେ । ମାଫିଆଙ୍କୁ ମାଟିରେ ମିଶାଇ ଦେବୁ ବୋଲି କହିଥିଲେ ଯୋଗୀ । ଆଜି ଏହି ମାମଲାରେ ପ୍ରଥମ ଏନକାଉଣ୍ଟରେ ଜଣେ ଅଭିଯୁକ୍ତ ପ୍ରାଣ ହରାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.