ETV Bharat / bharat

Umesh Pal kidnapping case: ଆଜି ଆସିବ ରାୟ, ଜାଣନ୍ତୁ ପୂରା ଘଟଣା

author img

By

Published : Mar 28, 2023, 9:27 AM IST

ବହୁ ଚର୍ଚ୍ଚିତ ଉମେଶ ପାଲ ଅପହରଣ ଘଟଣାରେ ଆଜି ଆସିବ ରାୟ । ପ୍ରୟାଗରାଜ ଏମପି-ଏମଏଲଏ କୋର୍ଟ ଏହି ମାମଲାର ରାୟ ଶୁଣାଇବେ । ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅଶରଫ କୋର୍ଟରେ ହାଜର ହେବେ । ଅଧିକ ପଢନ୍ତୁ

ଉମେଶ ପାଲ ଅପହରଣ ଘଟଣା
Umesh pal kidnapping case hearing

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ଅପହରଣ ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟାକ ଅତିକ ଅହମ୍ମଦ ଓ ତାର ଭାଇ ଅଶରଫକୁ କଡା ସୁରକ୍ଷା ବଳରେ ୟୁପି ନୈନି ଜେଲକୁ ଅଣାଯାଇଛି । ଅତିକ ବିରୋଧରେ 100ରୁ ଅଧିକ ଅପରାଧିକ ମାମଲା ରହିଛି । ବହୁ ଚର୍ଚ୍ଚିତ ଉମେଶ ପାଲ ଅପହରଣ ମାମଲାରେ ଆଜି ରାୟ ଆସିବ । କୋର୍ଟରେ ହାଜର ହେବ ଅତିକ । ତେଣୁ ଗତକାଲି (ସୋମବାର) ଅତିକକୁ ଗୁଜରାଟରୁ ଉତ୍ତରପ୍ରଦେଶ ଆଣାଯାଇଛି । ପ୍ରୟାଗରାଜ ଏମପି-ଏମଏଲଏ କୋର୍ଟ ଉମେଶ ପାଲ ଅପହରଣ ଘଟଣାରେ ରାୟ ଶୁଣାଇବେ ।

କଣ ପୁରା ମାମଲା: 2005 ଜାନୁଆରେ 25 ତାରିଖରେ ବସପା ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଉମେଶ ପାଲ ଏକମାତ୍ର ସାକ୍ଷୀ ଥିଲେ । ମାଫିଆ ଅତିକ ଅହମ୍ମଦ ତାଙ୍କୁ ମାମଲାରୁ ଓହରି ଯିବାକୁ କରିଥିଲା । ଉମେଶ ପାଲ ତା କଥା ଶୁଣି ନଥିଲେ । ଏହାପରେ 2006 ଫେବୃଆରୀ 28 ତାରିଖରେ ଉମେଶ ପାଲଙ୍କୁ ଅପହରଣ କରାଯାଇଥିଲା । ତାଙ୍କୁ ପ୍ରମାଣ ପରିବର୍ତ୍ତନ କରିବାକୁ ମାଫିଆ ଚାପ ପକାଇଥିଲେ । ଗ୍ୟାଙ୍ଗଷ୍ଟର ଅତିକ କଥା ନ ମାନିବାକୁ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ଉମେଶଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଥିଲା । ଏହି ଅପହରଣ ଘଟଣାରେ 11ଜଣ ଅଭିଯୁକ୍ତ ଥିଲେ । ଆଜି କୋର୍ଟରେ ହାଜର ହେବାକୁ ଅତିକ ଅହମ୍ମଦ ଓ ତାର ଭାଇ ଅଶରଫକୁ ନୈନି ଜେଲକୁ ଅଣାଯାଇଛି । ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫରହାନ ପୂର୍ବରୁ ନୈନି ଜେଲରେ ଅଛି । ସେ ମଧ୍ୟ କୋର୍ଟରେ ହାଜର ହେବ । 17 ବର୍ଷ ପୁରୁଣା ମାମଲାର ଆଜି ରାୟ ପ୍ରକାଶ କରିବେ କୋର୍ଟ ।

ଏହା ବି ପଢନ୍ତୁ..Atiq Ahmed update: ନୈନି ଜେଲରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟାର ଅତିକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୂର୍ବାହ୍ନ 11ଟାରେ ଅତିକ ଓ ତାର ଭାଇ ଅଶରଫକୁ ନୈନି ଜେଲରୁ ସ୍ପେଶାଲ କୋର୍ଟ ନିଆଯିବ । 2007ରେ ମାୟାବତୀ ସରକାର ଗଠନ ପରେ ଉମେଶ ପାଲ 2007 ଜୁଲାଇ 5ରେ ଅତିକ ଓ ଅଶରଫ ସମେତ 5 ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ପୋଲିସ ତଦନ୍ତ ପରେ ଅନ୍ୟ 6 ଜଣଙ୍କ ନାମ ଆଗକୁ ଆସିଥିଲା । ମାମଲାରେ ଅତିକ ଓ ତାର ଭାଇ ଅଶରଫଙ୍କ ସମତେ 11ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । 2009ରେ ଟ୍ରାଏଲ କୋର୍ଟରେ ମାମଲା ଶୁଣାଣି ଆରମ୍ଭ ହୋଇଥିଲା । ଉମେଶ ପାଲ ହତ୍ୟା ଘଟଣାରେ ପୋଲିସ 2 ଅପରାଧୀଙ୍କୁ ଏନକାଉଣ୍ଟର କରିସାରିଛି । ଅତିକ ଅହମ୍ମଦକୁ ଏନକାଉଣ୍ଟର ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.