ଶିମଲା: ହିମାଚଳ ପ୍ରଦେଶର ମନାଲି-ଲେହ ଜାତୀୟ ରାଜପଥରେ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି । ଅମ୍ଳଜାନ ଅଭାବରୁ ଉଭୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲାହଲ ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଉଭୟ ମୃତଦେହକୁ ଜବତ କରି ପୋଲିସ ବ୍ଯବଚ୍ଛେଦ ପାଇଁ ନିକଟସ୍ଥ କିଲୋଙ୍ଗ ହସ୍ପିଟାଲକୁ ପଠାଇଥିଲା । ତେବେ ଉଭୟଙ୍କ ମୃତ୍ୟୁ ଅକ୍ସିଜେନ ଅଭାବରୁ କିମ୍ବା ଅନ୍ୟ କୌଣସି ସ୍ବାସ୍ଥ୍ୟଗତ ସମସ୍ୟାରୁ ହୋଇଛି, ସେନେଇ ଔପଚାରିକ ଭାବେ କିଛି ସ୍ପଷ୍ଟ ହୋଇନି । ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ସମ୍ପର୍କିତ ପ୍ରକୃତ କାରଣ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପ୍ରଶାସନ କହିଛି ।
-
दु:खद भाव के साथ सर्वसाधारण को सूचित किया जाता है कि मनाली-लेह सड़क पर दिनांक 21-22 जून की रात को दो पर्यटकों ने अपनी जान गंवा दी है, दोनों पर्यटकों के साथ चल रहे व्यक्तियों के अनुसार तथा प्रथम दृष्टया घटना अचानक सांस में आई कमी व High Altitude Sickness के कारण होना पाई गई है।
— Lahaul & Spiti Police (@splahhp) June 22, 2023 " class="align-text-top noRightClick twitterSection" data="
">दु:खद भाव के साथ सर्वसाधारण को सूचित किया जाता है कि मनाली-लेह सड़क पर दिनांक 21-22 जून की रात को दो पर्यटकों ने अपनी जान गंवा दी है, दोनों पर्यटकों के साथ चल रहे व्यक्तियों के अनुसार तथा प्रथम दृष्टया घटना अचानक सांस में आई कमी व High Altitude Sickness के कारण होना पाई गई है।
— Lahaul & Spiti Police (@splahhp) June 22, 2023दु:खद भाव के साथ सर्वसाधारण को सूचित किया जाता है कि मनाली-लेह सड़क पर दिनांक 21-22 जून की रात को दो पर्यटकों ने अपनी जान गंवा दी है, दोनों पर्यटकों के साथ चल रहे व्यक्तियों के अनुसार तथा प्रथम दृष्टया घटना अचानक सांस में आई कमी व High Altitude Sickness के कारण होना पाई गई है।
— Lahaul & Spiti Police (@splahhp) June 22, 2023
ଦୁଇ ମୃତକଙ୍କ ନାମ ଆଦିତ୍ୟ ଏବଂ କବାଲା ସିଂ ବୋଲି ଜଣାପଡିଛି । 32 ବର୍ଷୀୟ ଆଦିତ୍ୟ ହରିୟାଣାର ଫତେହାବାଦ ଜିଲ୍ଲାର ବାସିନ୍ଦା । ସାରଚୁ ନିକଟ ପାଙ୍ଗ ନାମକ ସ୍ଥାନରେ ଆଦିତ୍ୟଙ୍କ ଆକସ୍ମିକ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ, 48 ବର୍ଷିୟ କବାଲା ସିଂ ଜମ୍ମୁର ସାରିକା ବିହାର ଲୋୟର ରୁପ ନାଗରର ବାସିନ୍ଦା ଥିଲେ । ଜିଙ୍ଗଜିଙ୍ଗର ଅଞ୍ଚଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବା ନେଇ ପୋଲିସ କହିଛି ।
ଲାହଲ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, 21- 22 ତାରିଖ ରାତିରେ ମନାଲି-ଲେହରେ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ହଠାତ୍ ନିଶ୍ୱାସ ନେବାରେ ସମସ୍ୟା ହେବା ପରେ ଉଭୟ ଅଚେତ ହୋଇପଡିଥିଲେ । ପରେ ସେମାନଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡିଥିଲା । ପୋଲିସ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବା ନେଇ ମଧ୍ଯ ଅପେକ୍ଷା କରାଯାଇଛି ।
ହିମାଚଳ ପ୍ରଦେଶର ମନାଲି-ଲେହ ଜାତୀୟ ରାଜପଥ ହେଉଛି ସମୁଦ୍ରପତନ ଠାରୁ ସର୍ବାଧିକ ଉଚ୍ଚତାରେ ଥିବା ରାଜପଥ । ଏହା ଯାହା ଲାହଲ୍-ସ୍ପିଟି ଜିଲ୍ଲା ଦେଇ ଅତିକ୍ରମ କରିଛି । ଏହା ପ୍ରାୟ ସମୁଦ୍ରପତନରୁ 15 ହଜାର ଫୁଟରୁ ଅଧିକ ଉଚ୍ଚରେ ରହିଛି । ତେଣୁ ଏଠାରେ ସ୍ବାଭାବିକ ମାତ୍ରା ଠାରୁ କମ ପରିମାମରେ ଅକ୍ସିଜେନ ଉପଲବ୍ଧ ରହିଥାଏ । ଏଠାରେ ଯାତାୟତ କରିବା ବେଳେ ଶ୍ବାସକ୍ରିୟାରେ ସମସ୍ୟା ଅନୁଭବ ହୋଇଥାଏ । ତେଣୁ ବୟସାଧିକ ବର୍ଗ ଓ କିଛି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିବା ପର୍ଯ୍ୟଟକଙ୍କ ଏହି ରାଜପଥରେ ଯାତ୍ରା କରିବା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ