ETV Bharat / bharat

ବିମାନର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରି ୨ ଗିରଫ

author img

By ETV Bharat Odisha Team

Published : Nov 24, 2023, 1:18 PM IST

ଉଡନ୍ତା ବିମାନର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରି ୨ ଯାତ୍ରୀ ଗିରଫ । ଅଧିକ ପଢନ୍ତୁ

ବିମାନର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରି ୨ ଗିରଫ
ବିମାନର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରି ୨ ଗିରଫ

ଥିରୁଅନନ୍ତପୁରମ: ବିମାନ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ଉଡନ୍ତା ବିମାନର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କଲେ ୨ ଯାତ୍ରୀ । ଗତକାଲି କେରଳରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଆଲିଆନ୍ସ ଏୟାର ବିମାନରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଦୁଇ ବିମାନ ଯାତ୍ରୀଙ୍କୁ କେରଳର କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗିରଫ କରାଯାଇଛି । ଦୁଇ ଯାତ୍ରୀ ହେଲେ ରାମୋଜୀ କୋରାୟିଲ ଏବଂ ରମେଶ କୁମାର । ଉଭୟଙ୍କ ଘର କର୍ଣ୍ଣାଟକରେ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଗତକାଲି(ଗୁରୁବାର) ରାତିରେ ଏହି ଘଟଣା ଘଟିଥିଲା । ରାତିରେ କେରଳର କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଆଲିଆନ୍ସ ଏୟାରଲାଇନ୍ସ ବିମାନ ଉଡାଣ ଭରିବାକୁ ପ୍ରସ୍ତୁତ ହେଉଥିଲା । ବିମାନ ଉଡାଣ ଭରିବା ବେଳେ ଦୁଇ ଜଣ ଯାତ୍ରୀ ଏହାର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ବିମାନ କ୍ରୁ' ସଦସ୍ୟଙ୍କ ନଜର ସେହି ଦୁହିଁଙ୍କ ଉପରେ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ବିମାନ ଯାତ୍ରା ବେଳେ ଚାଲିଗଲା ଯାତ୍ରୀଙ୍କ ଜୀବନ, କରାଚିରେ ଜରୁରୀଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ

କ୍ରୁ ସଦସ୍ୟ ୨ ଯାତ୍ରୀଙ୍କୁ ଏମର୍ଜେନ୍ସି ଡୋର୍ ଖୋଲିବାରୁ ଅଟକାଇବା ସହ ଉଭୟଙ୍କୁ ଏୟାରପୋର୍ଟ କର୍ତ୍ତୃପକ୍ଷକୁ ହସ୍ତାନ୍ତର କରିଥିଲେ । ପରେ କୋଚିନ ବିମାନ ବନ୍ଦର ଅଧିକାରୀଙ୍କ ଅଭିଯୋଗ କ୍ରମେ ନେଦୁମ୍ବସେରୀ ପୋଲିସ କର୍ଣ୍ଣାଟକର ଏହି ଯାତ୍ରୀଙ୍କୁ ଗିରଫ କରିଥିଲା । ଏଥିସହ ବେଙ୍ଗାଲୁରୁକୁ ବିମାନ ଯାତ୍ରା କରିବା ନେଇ ଦୁହିଁଙ୍କ ଉପରେ କଟକଣା ଜାରି କରାଯାଇଥିଲା । ଅର୍ଥାତ୍ ଦୁହେଁ ଭବିଷ୍ୟତରେ କେବେ ବି ବେଙ୍ଗାଲୁରୁକୁ ବିମାନରେ ଯାତ୍ରା କରିପାରିବେ ନାହିଁ । ଏନେଇ ପୋଲିସ ସୂଚନା ଦେଇଛି, ସମ୍ପୃକ୍ତ ଦୁଇ ଯାତ୍ରୀ ଅଜାଣତରେ ବିମାନର ଏମର୍ଜେନ୍ସି ଡୋର୍ ଖୋଲିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁହେଁ ୩ରୁ ୪ ଥର ଏଭଳି ଉଦ୍ୟମ କରିଥିବା ବିମାନ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ଏନେଇ ଦୁଇ ଯାତ୍ରୀଙ୍କୁ ଭଲ ଭାବେ ପଚରାଉଚରା କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯିବ ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଅନେକ ସମୟରେ ଉଡାନ୍ତା ବିମାନର ଏମର୍ଜେନ୍ସି ଡୋର୍ ଖୋଲାଯିବା ଘଟଣା ସାମ୍ନାକୁ ଆସୁଛି । ଏଭଳି କାର୍ଯ୍ୟ କରୁଥିବା ଯାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଗିରଫ କରାଯାଇଛି । ତଥାପି ବିମାନ ଯାତ୍ରୀମାନେ ଏହାପ୍ରତି ସଚେତନ ହେଉନାହନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.