ETV Bharat / bharat

ନାବାଳିକାକୁ ଦୁଇ ସମ୍ପର୍କୀୟ ନାବାଳକଙ୍କ ଦୁଷ୍କର୍ମ !

author img

By

Published : Jun 15, 2023, 10:26 PM IST

ରାଜସ୍ଥାନ ଉଦୟପୁରରେ ଜଣେ ନାବାଳିକାଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ହସ୍ପିଟାଲରେ ପୀଡିତା । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ନାବାଳିକାକୁ ଦୁଇ ସମ୍ପର୍କୀୟ ନାବାଳକଙ୍କ ଦୁଷ୍କର୍ମ ! ପୋଲିସର ତଦନ୍ତ ଜାରି

ଜୟପୁର: ରାଜସ୍ଥାନ ଉଦୟପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକାକୁ ନିଜର ଦୁଇ ସମ୍ପର୍କୀୟ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଥିରେ ନାବାଳିକାଜଣଙ୍କ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସ୍ଥାନୀୟ ଆମ୍ବାମାତା ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ ଓ ପୀଡିତାଙ୍କ ସମ୍ପର୍କୀୟଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ, ପୀଡିତା ନାବାଳିକାଙ୍କ ମା’ ଅସୁସ୍ଥ ଅଛନ୍ତି ଓ ସେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଘରେ କେହି ନଥିବା କାରଣରୁ ନାବାଳିକାଜଣଙ୍କ ନିଜ ଆଣ୍ଟିଙ୍କ ଘରେ ରହୁଥିଲା । ତେବେ ସେଠାରେ ତାଙ୍କର ଦୁଇଜଣ ସମ୍ପର୍କୀୟ ନାବାଳକ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ନାବାଳିକାଜଣଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯିବା ପରେ ସେ ଏପରି କାଣ୍ଡର ଶିକାର ହୋଇଥିବା ଜଣାପଡିଛି । ତାକୁ ତରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ସମ୍ପର୍କୀୟ ସ୍ଥାନୀୟ ଥାନାରେ ପୀଡିତା ନାବାଳିକାର ବଡ ଭଉଣୀ ଏକ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନାବାଳିକା ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ ।

ସ୍ଥାନୀୟ ଆମ୍ବାମାତା ଥାନାଧିକାରୀ କହିଛନ୍ତି, ପୀଡିତାଙ୍କ ବଡ ଭଉଣୀ ଏକ ଦୁଷର୍ମ ଅଭିଯୋଗ କରିଛନ୍ତି । ତାଙ୍କ ସାନ ଭଉଣୀଙ୍କୁ ତାଙ୍କର ଦୁଇ ସମ୍ପର୍କୀୟ ନାବାଳକ ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ମା ହସ୍ପିଟାଲରେ ଭର୍ତ୍ତି ହୋଇଥିବା କାରଣରୁ ସେ ଗତ କିଛି ଦିନ ହେବ ତାଙ୍କ ସମ୍ପର୍କୀୟ ଆଣ୍ଟିଙ୍କ ଘରେ ରହୁଥିଲେ । ସେଠାରେ ଦୁଇଜଣ ନାବାଳକ ସମ୍ପର୍କୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ପୀଡିତାଜଣଙ୍କ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଙ୍କ ଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଓ ପୀଡିତାଙ୍କ ବୟାନ ସମ୍ପର୍କରେ ପୋଲିସ ତଥ୍ୟ ସଂଗ୍ରହ କରିଛି । ଏହି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ସେମାନଙ୍କୁ ଜେରା ସହ ତଦନ୍ତ ଜାରି ରହିଛି । ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଜେରା କରାଯାଉଛି । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଜଣେ ନାବାଳିକାକୁ ସମ୍ପର୍କୀୟ ଦୁଇ ନାବାଳକ ଗଣଦୁଷ୍କର୍ମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.