ETV Bharat / bharat

ଗୋଟିଏ ଗୋଡରେ ସାଇକେଲ ଯାତ୍ରା, ପାର୍‌ କଲେ ୨ ଲକ୍ଷ କିଲୋମିଟର - ଗୋଟିଏ ଗୋଡରେ ସାଇକେଲ ଯାତ୍ରା

ଗୋଟିଏ ଗୋଡରେ ସାଇକେଲ ଯାତ୍ରା କରି ରେକର୍ଡ କରିଛନ୍ତି ମହାରାଷ୍ଟ୍ରର ରାଜୁ ତୁରକାନେ । ୨ ଲକ୍ଷ କିଲୋମିଟର ରାସ୍ତା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ରାଜୁ । ଅଧିକ ପଢନ୍ତୁ

man Cycling without one leg
man Cycling without one leg
author img

By

Published : Nov 18, 2022, 2:51 PM IST

ମୁମ୍ବାଇ: ଯଦି ଇଚ୍ଛା ଶକ୍ତି ଅଛି ସବୁ ସମ୍ଭବ । କୌଣସି ଶାରିରୀକ ଅକ୍ଷମତା ହରାଇ ପାରିବ ନାହିଁ । ପ୍ରତିକୂଳ ପରିସ୍ଥିତି ହେଉ କି ରୋଗ ସବୁକୁ ପରାସ୍ତ କରି ଲକ୍ଷ୍ୟ ହାସଲ କରିବାକୁ ଶକ୍ତି ଯୋଗାଏ ଦୃଢ ଇଚ୍ଛାଶକ୍ତି । ସେମିତି ଏକ ପ୍ରେରଣାଦାୟୀ କାହାଣୀ ଲେଖିଛନ୍ତି ମହାରାଷ୍ଟ୍ରର କ୍ୟାନ୍ସର ରୋଗୀ ରାଜୁ ତୁରକାନେ । ସେ ଖାଲି କ୍ୟାନ୍ସର ରୋଗୀ ନୁହନ୍ତି ପିଲାଟି ଦିନୁ ଗୋଟିଏ ଗୋଡ ମଧ୍ୟ ହରାଇଛନ୍ତି । ହେଲେ ହାରି ନାହାନ୍ତି ସ୍ଥିତି ପରିସ୍ଥିତିର ମୁକାବିଲା କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ଗୋଡରେ ସାଇକେଲ ଯାତ୍ରା କରି ୨ ଲକ୍ଷ କିଲୋମିଟର ରାସ୍ତା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ରାଜୁ ତୁରକାନେ ।

ପିଲାଟି ଦୁନ ଗୋଟିଏ ଗୋଡ ହରାଇଛନ୍ତି ରାଜୁ । କିଛି ନୂଆ ଅନ୍ୟନ୍ୟ କରିବାର ଇଚ୍ଛା ତାଙ୍କୁ ଆଗକୁ ବଢିବାକୁ ପ୍ରେରଣା ଦେଇଛି । ରାଜୁ ଦିଲ୍ଲୀରୁ ମୁମ୍ବାଇ, ମୁମ୍ବାଇରୁ ପୁଣେ, ପୁଣେରୁ ନାଗପୁର ସାଇକେଲ ଯାତ୍ରା କରିଛନ୍ତି ତାହା ପୁଣି ଗୋଟିଏ ଗୋଡରେ। ରାଜୁଙ୍କ ଅନ୍ୟଗୋଡଟି ମଧ୍ୟ ଭଲ ନାହିଁ । ତାଙ୍କର ଏହି ସଫଳ ଯାତ୍ର ନେଇ ସେ କହିଛନ୍ତି,'' ସେ ଖୁବ ଶୀଘ୍ର ଏଥିରୁ ସୁସ୍ଥ ହୋଇ ଆଗକୁ ପୁଣି ଥରେ ସାଇକେଲ ଚଳାଇବେ । ''

ଏହା ବି ପଢନ୍ତୁ...ଧରା ପଡ଼ିଲା ନକଲି ପୋଲିସ, ବିବାହ ପ୍ରସ୍ତାବ ଦେବାକୁ ଯାଇ ବନ୍ଧା ହେଲେ ଯୁବକ

ରାଜୁଙ୍କର ସିନେମାରେ କାମ କରିବାକୁ ଇଚ୍ଛା ଥିଲା । ଅଧିକ ପାଠ ପଢିବାକୁ ମଧ୍ୟ ଇଚ୍ଛା ରଖିଥିଲେ ସେ । ୨୦୦୨ରେ ସେ ଶ୍ରୀ ହନୁମାନ ବ୍ୟାୟାମୟା ପ୍ରସାରକ ମଣ୍ଡଳରୁ ଡିପ୍ଲୋମା ଶିକ୍ଷା ଶେଷ କରିଥିଲେ । ୨୦୦୭ରେ ଡେଣ୍ଟାଲ ମେଡିସିନରୁ ସ୍ନାତ୍ତକ ଶେଷ କରିଥିଲେ । ପୁଣେ ଏଫଟିଆଇରୁ ସିନେମା ଟେକ୍ନୋଲୋଜି ଶେଷ କରିଛନ୍ତି । ଏହା ସହିତ ଇଂରାଜୀ ସାହିତ୍ୟରେ ମାଷ୍ଟର କରିଛନ୍ତି । ପଢିବାକୁ, ଲେଖିବାକୁ ଏବଂ ସାହିତ୍ୟକୁ ଖୁବ ଭଲ ପାଆନ୍ତି ରାଜୁ । ବିଫଳ ପ୍ରେମକାହାଣୀ ଏବଂ ସାଇକେଲ ନିଶା (Failure Love Story and Cycling Kida) ନାମକ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି ସେ । ବାସ୍ତବରେ ରାଜୁ ଅନେକଙ୍କ ପାଇଁ ପ୍ରେରଣା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.