ETV Bharat / bharat

ଲତାଙ୍କ ବିୟୋଗରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

author img

By

Published : Feb 6, 2022, 11:42 AM IST

Updated : Feb 6, 2022, 12:09 PM IST

ସବୁ ଦିନ ପାଇଁ ନୀରବି ଯାଇଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଜି ସକାଳେ ତାଙ୍କର ନିଧନ ହୋଇଛି । ଏନେଇ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଅଧିକ ପଢନ୍ତୁ

ଲତାଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ନୂଆଦିଲ୍ଲୀ: ସବୁ ଦିନ ପାଇଁ ନୀରବି ଯାଇଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଜି ସକାଳେ ତାଙ୍କର ନିଧନ ହୋଇଛି । ଏ ନେଇ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ଆଜି ଅପରାହ୍ନରେ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କର ହେବ ଅନ୍ତିମ ସଂସ୍କାର । ଲତାଙ୍କ ବିୟୋଗରେ ଆଜି ସ୍ତବ୍ଧ ହୋଇଛି ସାରା ଦେଶ । କୋରୋନାରେ ପୀଡିତ ୨୯ ଦିନ ହେବ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ପୂର୍ବାହ୍ନ ୮ଟା ୧୨ରେ ତାଙ୍କର ନିଧନ ହୋଇଛି । ସମସ୍ତଙ୍କୁ ଅଲବିଦା କହି ୯୨ ବର୍ଷ ବୟସରେ ଅଫେରା ରାଇଜକୁ ଚାଲିଯାଇଛନ୍ତି ସମସ୍ତଙ୍କ ପ୍ରିୟ କୋକିଳ କଣ୍ଠୀ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ।

ସ୍ବରର ଯାଦୁଗରୀ ଲତା ମଙ୍ଗେସକର ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ସହିତ ୪ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ୪ ଥର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଦୁଇ ଥର ତାଙ୍କୁ ଫିଲ୍ମ ଫେୟାର ସ୍ପେଶାଲ୍ ପୁରସ୍କାର ଦିଆଯାଇଥିଲା।

ଏହା ବି ପଢନ୍ତୁ...କୋକିଳକଣ୍ଠୀଙ୍କ କଣ୍ଠରୋଧ: କାହିଁକି କରିନଥିଲେ ବିବାହ ? କଣ ଥିଲା ବିବାଦ ଜାଣନ୍ତୁ

୧୯୬୯ରେ ଲତା ମଙ୍ଗେଶକରଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୯ରେ ଭାରତ ସରକାର ତାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରିଥିଲେ । ୧୯୯୯ରେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୧ରେ ତାଙ୍କୁ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା।

@ANI

Last Updated : Feb 6, 2022, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.