ETV Bharat / bharat

ଏଣିକି Fleetରେ ବ୍ୟବହାର ହୋଇପାରିବ ଷ୍ଟିକର, ଟ୍ବିଟର ଦେଲା ଅନୁମତି - ଟ୍ବିଟର Fleet

ଇନଷ୍ଟାଗ୍ରାମ, ଫେସବୁକ ଷ୍ଟୋରୀ ଭଳି ଟ୍ବିଟରରେ Fleet ବ୍ୟବହାର କରାଯାଏ । ତେବେ ଟ୍ବିଟର ଏଥର ଷ୍ଟିକର ବ୍ୟବହାରକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ...

ଏଣିକି Fleetରେ ବ୍ୟବହାର ହୋଇପାରିବ ଷ୍ଟିକର, ଟ୍ବିଟର ଦେଲା ଅନୁମତି

author img

By

Published : Apr 2, 2021, 4:55 PM IST

ସାନ ଫ୍ରାନ୍ସିକୋ: ଅନ୍ୟ ସାମାଜିକ ଗଣମାଧ୍ୟମ ଯଥା ଫେସବୁକ ଓ ଇନଷ୍ଟାଗ୍ରାମ ଷ୍ଟୋରୀ ଭଳି ଟ୍ବିଟରର Fleetରେ ଏଣିକି ବ୍ୟବହାର କରାଯାଇପାରିବ ଷ୍ଟିକର । ତେବେ ଟ୍ବିଟର ଏଥିପାଇଁ ଅନୁମତି ଦେଇଛି, ଯାହାକୁ Android ଫୋନ ଓ iOS ପ୍ଲାର୍ଟଫର୍ମ ବ୍ୟବହାର କରୁଥିବା ୟୁଜର୍ସମାନେ ବ୍ୟବହାର କରିପାରିବେ ।

ଏଣିକି ଟ୍ବିଟର Fleetରେ ବ୍ୟବହାର ହୋଇପାରିବ ଷ୍ଟିକର, ଟ୍ବିଟର ଦେଲା ଅନୁମତି

ଟ୍ବିଟରରେ Fleet ତିଆରି କରିବା ବେଳେ ଉପଭୋକ୍ତାମାନେ ସ୍କ୍ରିନର ତଳ ଧାଡିରେ ଥିବା ସ୍ମାଇଲ୍ ଫେସ୍ ଆଇକନ୍ ଟ୍ୟାପ୍ କରି ଷ୍ଟିକର୍ ଯୋଗ କରିପାରିବେ । ଫଳରେ ଟ୍ବିଟର ୟୁଜର୍ସମାନେ ଷ୍ଟିକର ଓ GIF ଯୋଗେ ନିଜର ମନୋଭାବକୁ ପ୍ରକାଶ କରିପାରିବେ । ୟୁଜର୍ସମାନଙ୍କ ପାଇଁ ଏହି ସୁବିଧା ଅନ୍ୟ ସାମାଜିକ ଗଣମାଧ୍ୟମ ଯଥା ଇନଷ୍ଟାଗ୍ରାମ, ସ୍ନାପଚାଟ ଓ ଫେସବୁକରେ ପୂର୍ବରୁ ଉପଲବ୍ଧ ରହିଛି ।

ନଭେମ୍ବର 2020 ମସିହାରେ ବିଶ୍ବର ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ଫ୍ଲାଇଟ୍ ଉନ୍ମୋଚନ ହୋଇଥିଲା । ବ୍ରାଜିଲ, ଇଟାଲୀ, ଭାରତ ଏବଂ ଦକ୍ଷିଣ କୋରିଆରେ Fleetର ପରୀକ୍ଷା ଉତ୍ସାହଜନକ ରହିଥିବା ଟ୍ବିଟର ପକ୍ଷରୁ କୁହାଯାଇଛି । Fleet ଲୋକମାନଙ୍କୁ ବାର୍ତ୍ତାଳାପରେ ଯୋଗଦେବାକୁ ଅଧିକ ଆରାମଦାୟକ ଅନୁଭବ କରିବାରେ ସାହାଯ୍ୟ କରିଥାଏ ଏବଂ ଲୋକମାନେ ଏହା ମାଧ୍ୟମରେ ପ୍ଲାଟଫର୍ମରେ ଅଧିକ କଥା ହୁଅନ୍ତି ବୋଲି ଟ୍ବିଟର ନିଜ ପରୀକ୍ଷାମୂଳକ ଗବେଷଣାରୁ ଜାଣିବାକୁ ପାଇଥିଲା ବୋଲି କହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.