ETV Bharat / bharat

'ଗାନ୍ଧିଜୀ କେବଳ ହାଇସ୍କୁଲ ପାସ୍‌ ଥିଲେ', J&K ଉପରାଜ୍ୟପାଳଙ୍କ ବୟାନ ଉପରେ ଗାନ୍ଧିଜୀଙ୍କ ଅଣନାତିଙ୍କ ପ୍ରତିକ୍ରିୟା

ଗାନ୍ଧିଜୀଙ୍କ ଆଇନ ଡିଗ୍ରୀକୁ ନେଇ ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ବାପୁଙ୍କ ଅଣନାତି ତୁଷାର ଗାନ୍ଧୀ । ଅଧିକ ପଢନ୍ତୁ

author img

By

Published : Mar 25, 2023, 4:10 PM IST

Tushar Gandhi
Tushar Gandhi

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ହାଇସ୍କୁଲ ପାସ୍‌ କରିଥିଲେ । ତାଙ୍କ ନିକଟରେ କୌଣସି ଆଇନ ଡିଗ୍ରୀ ନଥିଲା ବୋଲି ଶୁକ୍ରବାର ଗ୍ବାଲିଅରର ITM ବିଶ୍ବବିଦ୍ୟାଳୟରେ ପ୍ରତିକ୍ରିୟା ରଖିଥିଲେ ଜମ୍ମୁକାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ତେବେ ସିହ୍ନାଙ୍କ ଏଭଳି ବିବାଦୀୟ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ । ସେ ଏନେଇ ଏକାଧିକ ଟ୍ବିଟ କରିବା ସହ ବାପୁଙ୍କ ଡିଗ୍ରୀକୁ ନେଇ ପ୍ରମାଣ ଦେବା ଲାଗି ସିହ୍ନାଙ୍କୁ ଗାନ୍ଧିଜୀଙ୍କ ଆତ୍ମ କାହାଣୀ ପୁସ୍ତକ ପଠାଇଛନ୍ତି ।

  • I have dispatched a copy of Bapu’s Autobiography to Rajbhavan Jammu with the hope that if the Deputy Governor can read he will educate himself. pic.twitter.com/YzPjyi8b1f

    — Tushar (@TusharG) March 24, 2023 " class="align-text-top noRightClick twitterSection" data=" ">

ତୁଷାର ଗାନ୍ଧୀ ଟ୍ବିଟ କରି କହିଛନ୍ତି, "ମୋହନ ଦାସ କରମଚାନ୍ଦ ଗାନ୍ଧୀ ରାଜକୋଟ ଅଲଫ୍ରେଡ ହାଇସ୍କୁଲରୁ ମାଟ୍ରିକ ପାସ କରିଥିବା ବେଳେ ଲଣ୍ଡନରୁ ବ୍ରିଟିଶ ମ୍ୟାଟ୍ରିକ ପାସ କରିଥିଲେ । ସେ ୨ଥର ମାଟ୍ରିକ ପାସ କରିଛନ୍ତି । ଏହାପରେ ସେ ଲଣ୍ଡନ ବିଶ୍ବବିଦ୍ୟାଳୟ ଦ୍ବାରା ସ୍ବୀକୃତିପ୍ରାପ୍ତ ଇନର ଟେମ୍ପଲ ଲ୍' କଲେଜରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ଏହାସହିତ ସେ ୨ଟି ଡିପ୍ଲୋମା ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ଗୋଟିଏ ଡିପ୍ଲୋମା ଲାଟିନ ଭାଷା ଓ ଅନ୍ୟଟି ଫ୍ରେଞ୍ଚ ଭାଷା । ଗାନ୍ଧିଜୀଙ୍କ ପାଠ୍ୟକ୍ରମ ସମ୍ପର୍କରେ ତାଙ୍କ ଆତ୍ମ କାହାଣୀରେ ବର୍ଣ୍ଣିତ । "

ଏହା ବି ପଢନ୍ତୁ- ମହାତ୍ମା ଗାନ୍ଧୀଙ୍କ ନିକଟରେ ନଥିଲା ଆଇନ ଡିଗ୍ରୀ: ମନୋଜ ସିହ୍ନା

ତୁଷାର ଗାନ୍ଧୀ ଆଉ ଏକ ଟ୍ବିଟରେ କହିଛନ୍ତି, "ମୁଁ ବାପୁଜୀଙ୍କ ଆତ୍ମ କାହାଣୀକୁ ଜମ୍ମୁ ସ୍ଥିତ ରାଜଭବନକୁ ପଠାଉଛି । ଆଉ ମୁଁ ଆଶା ରଖିଛି ଯେ ଯଦି ଉପରାଜ୍ୟପାଳ ଏହାକୁ ପାଠ କରିବେ ତେବେ ତାଙ୍କ ଜୀବନ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ କରିପାରିବେ । ମୁଁ ଏହା ମଧ୍ୟ ସ୍ବୀକାର କରୁଛି ଯେ ବାପୁଙ୍କ ନିକଟରେ ସମ୍ପର୍ଣ୍ଣ ଭାବେ ଆଇନ ଡିଗ୍ରୀ ନଥିଲା ।" ଏହାସହିତ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଏଭଳି ବିବାଦୀୟ ବୟାନ ବିରୋଧରେ ମାମଲା ରୁଜୁ କରିବା ଲାଗି କିଛି ଲୋକ ତୁଷାରଙ୍କୁ ପରାମର୍ଶ ଦେଇଥିବା ସେ ନିଜ ଟ୍ବିଟ ମାଧ୍ୟମରେ କହିଛନ୍ତି । ମାତ୍ର ମନୋଜ ସିହ୍ନା ପଦବୀରେ ଥିବାରୁ ତାଙ୍କ ବିରୋଧରେ କୌଣସି ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏଣୁ ସେ ମାମଲା ରୁଜୁ କରିନଥିବା କହିଛନ୍ତି ।

ସୂଚନା ଥାଉକି, ଗ୍ବାଲିଅର ଆଇଟିଏମ ବିଶ୍ବବିଦ୍ୟାଳୟରେ ଶୁକ୍ରବାର ଯୋଗ ଦେଇଥିଲେ ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ସମୟରେ ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ସମୟରେ ଗାନ୍ଧିଜୀଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଗାନ୍ଧିଜୀ କେବଳ ମାଟ୍ରିକ ପାସ କରିଥିଲେ । ତାଙ୍କ ନିକଟରେ କୌଣସି ଆଇନ ଡିଗ୍ରୀ ନଥିଲା । ତଥାପି ସେ ଉଚ୍ଚ ଶିକ୍ଷିତ ଥିଲେ । ଶିକ୍ଷା ସହିତ ଡିଗ୍ରୀର କୌଣସି ସମ୍ବନ୍ଧ ନାହିଁ । ଏଣୁ ଡିଗ୍ରୀ ପଛରେ ନ ଧାଇଁ ଜ୍ଞାନ ଆହରଣ କରିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଗାନ୍ଧିଜୀଙ୍କ ଆଇନ ଡିଗ୍ରୀ ସମ୍ପର୍କରେ କହିବା ବେଳେ କିଛି ଲୋକ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ସେ କହିଥିଲେ । ମାତ୍ର ଆଗକୁ ସେ ତଥ୍ୟ ପ୍ରମାଣ ସହିତ ଏହା ଉପରେ ଆଲୋଚନା କରିବେ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.