ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣଧୀନ ଟନେଲ ଭୁଶୁଡିବା ଘଟଣାରେ ଗତ 24 ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେହି ଜଣେ ହେଲେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିିନାହିଁ । 40 ଜଣ ଶ୍ରମିକ ଏହି ଟନେଲ ମଧ୍ୟରେ ଫସି ରହିଛନ୍ତି । ଏଥି ମଧ୍ୟରେ 5 ଜଣ ଓଡିଆ ଶ୍ରମିକ ମଧ୍ୟ ରହିଛନ୍ତି । ଆଜି ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନରେ କଥା ହୋଇଛନ୍ତି । ଉଦ୍ଧାରକାର୍ଯ୍ୟ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏ ସମ୍ପର୍କରେ ନିଜେ ଧର୍ମେନ୍ଦ୍ର ଟ୍ବିଟ କରି ସୂଚନା ଦେଇଛନ୍ତି ।
-
Spoke to Uttarakhand CM Shri @pushkardhami ji regarding rescue of workers, including those from Odisha who are trapped inside the under-construction tunnel in Uttarkasi.
— Dharmendra Pradhan (@dpradhanbjp) November 13, 2023 " class="align-text-top noRightClick twitterSection" data="
Thankfully all the workers are unharmed and the Uttarakhand govt. is taking all measures for relief, rescue…
">Spoke to Uttarakhand CM Shri @pushkardhami ji regarding rescue of workers, including those from Odisha who are trapped inside the under-construction tunnel in Uttarkasi.
— Dharmendra Pradhan (@dpradhanbjp) November 13, 2023
Thankfully all the workers are unharmed and the Uttarakhand govt. is taking all measures for relief, rescue…Spoke to Uttarakhand CM Shri @pushkardhami ji regarding rescue of workers, including those from Odisha who are trapped inside the under-construction tunnel in Uttarkasi.
— Dharmendra Pradhan (@dpradhanbjp) November 13, 2023
Thankfully all the workers are unharmed and the Uttarakhand govt. is taking all measures for relief, rescue…
ଏକ୍ସରେ ଧର୍ମେନ୍ଦ୍ର ଲେଖିଛନ୍ତି,‘‘ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡିବା ଘଟଣାରେ ଓଡିଆ ଶ୍ରମିକଙ୍କ ସମେତ ଫସି ରହିଥିବା ସମସ୍ତ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ଫୋନରେ କଥା ହେଲି । ସୌଭାଗ୍ୟବସତଃ ସମସ୍ତ ଶ୍ରମିକ ସୁରକ୍ଷିତ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଜାରି ରଖିଛନ୍ତି । ପ୍ରତ୍ୟେକ ଶ୍ରମିକଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ କାମନା କରୁଛି ।’’ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ କରି ଘଟଣାରେ ଶୋକ ପ୍ରକାଶ କରିଥିଲେ । ଫସି ରହିଥିବା ଶ୍ରମିକଙ୍କ ସୁରକ୍ଷା ପ୍ରତି ସେ ଚିନ୍ତାବ୍ୟକ୍ତ କରିବା ସହ ସୁରକ୍ଷିତ ଉଦ୍ଧାର ପାଇଁ ସେ ପ୍ରାର୍ଥନା ମଧ୍ୟ କରିଥିଲେ ।
ଏହା ମଧ୍ୟ ପଢନ୍ତୁ :- Tunnel Tragedy: ଉଦ୍ଧାରକାର୍ଯ୍ୟ ଜାରି, ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଗଲା ଖାଦ୍ୟ ଅମ୍ଳଜାନ
-
Deeply concerned to know that several workers including workers from #Odisha have been trapped following collapse of an under-construction tunnel in Uttarkashi, #Uttarakhand. Praying for the safe and speedy rescue of all the workers.
— Naveen Patnaik (@Naveen_Odisha) November 13, 2023 " class="align-text-top noRightClick twitterSection" data="
">Deeply concerned to know that several workers including workers from #Odisha have been trapped following collapse of an under-construction tunnel in Uttarkashi, #Uttarakhand. Praying for the safe and speedy rescue of all the workers.
— Naveen Patnaik (@Naveen_Odisha) November 13, 2023Deeply concerned to know that several workers including workers from #Odisha have been trapped following collapse of an under-construction tunnel in Uttarkashi, #Uttarakhand. Praying for the safe and speedy rescue of all the workers.
— Naveen Patnaik (@Naveen_Odisha) November 13, 2023
ସୂଚନା ଅନୁସାରେ, ଗତକାଲି (ରବିବାର) ଭୋର 4 ଟା ସମୟରେ ଏହି ଅଘଟଣ ଘଟିଥିଲା । ଏଥିରେ କାର୍ଯ୍ୟରତ ଥିବା 7 ରାଜ୍ୟର 40 ଶ୍ରମିକ ମାଟି ଅତଡା ତଳେ ଫସି ରହିଛନ୍ତି । ସେମାନେ ସମସ୍ତେ ଟନେଲ ଭିତରେ କାର୍ଯ୍ୟରତ ଥିଲେ । ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର 2, ବିହାରରୁ 4, ପଶ୍ଚିମବଙ୍ଗରୁ 3, ଝାଡଖଣ୍ଡରୁ ସର୍ବାଧିକ 15, ଉତ୍ତର ପ୍ରଦେଶରୁ 8, ହିମାଚଳ ପ୍ରଦେଶରୁ ଜଣେ ଓ ଓଡିଶାରୁ 5 ଜଣ ଶ୍ରମିକ ରହିଛନ୍ତି । ଗତ 24 ଘଣ୍ଟାରୁ ଅଧିକ ସମୟ ଧରି ସମନ୍ବିତ ଉଦ୍ଧାରକାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ସେମାନଙ୍କୁ ଉଦ୍ଧାର କରାଯାଇପାରିନି । ସମସ୍ତେ ଜୀବିତ ଓ ସୁରକ୍ଷିତ ଥିବା ସୂଚନା ମିଳିଛି । ଅନ୍ୟପଟେ ଏବେ ସ୍ଥିତି ଯାହା ଅପରେସନ ଶେଷ କରିବା ପାଇଁ ଆଉ ଦୁଇ ଦିନ ଲାଗିପାରେ ବୋଲି ସୂଚନା ଦେଇଛନ୍ତି, ଘଟଣାସ୍ଥଳ ପରିଦର୍ଶନ କରିଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ କୁମାର ସିହ୍ନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ