ETV Bharat / bharat

President In Northeast: ଭାରତର ବିକାଶରେ ନର୍ଥଇଷ୍ଟର ଅବଦାନ ଗୁରୁତ୍ୱପୂର୍ଣ୍ଣ

author img

By

Published : Oct 12, 2022, 10:10 PM IST

ଆଜି ତ୍ରିପୁରା ରାଜଧାନୀ ଅଗରତାଲାରେ ରାଷ୍ଟ୍ରପତି ପହଞ୍ଚିବା ପରେ ଅଗରତାଲାର ନରସିଂଗଡରେ ପ୍ରଥମେ ତ୍ରିପୁରା ଷ୍ଟେଟ ଜୁଡିସିଆଲ ଏକାଡେମୀ (Tripura State Judicial Academy) କୁ ଉଦଘାଟନ କରିଥିଲେ । ପରେ ତ୍ରିପୁରା ଆଇନ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅଧିକ ପଢନ୍ତୁ

President In Northeast
President In Northeast

ଅଗରତାଲା: ଆଜି ଠାରୁ ଦୁଇ ଦିନିଆ ଆସାମ ଓ ତ୍ରିପୁରା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ( President of India Droupadi Murmu) । ଆଜି ତ୍ରିପୁରା ରାଜଧାନୀ ଅଗରତାଲାରେ ରାଷ୍ଟ୍ରପତି ପହଞ୍ଚିବା ପରେ ଅଗରତାଲାର ନରସିଂଗଡରେ ପ୍ରଥମେ ତ୍ରିପୁରା ଷ୍ଟେଟ ଜୁଡିସିଆଲ ଏକାଡେମୀ (Tripura State Judicial Academy) କୁ ଉଦଘାଟନ କରିଥିଲେ । ପରେ ତ୍ରିପୁରା ଆଇନ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହାପରେ ତ୍ରିପୁରା ବିଧାୟକଙ୍କ ପାଇଁ ନିର୍ମାଣ ହୋଇଥିବା ବିଧାୟକ କଲୋନୀର ଉଦଘାଟନ କରିଥିଲେ । ଯାହା ଅଗରତାଲା କ୍ୟାପିଟାଲ କମ୍ପ୍ଲେକ୍ସରେ ନିର୍ମାଣ ହୋଇଛି ।

ଏତଦ ବ୍ୟତୀତ ରାଷ୍ଚ୍ରପତି ରାଜ୍ୟ ସରକାରଙ୍କ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯେଉଁଥିରେ ରହିଛି ଭିତ୍ତିଭୂମି, ସ୍କୁଲ, ରାସ୍ତା, କଲେଜ, ମ୍ୟୁଜିୟମ, ସାଂସ୍କୃତିକ ସଂଗ୍ରାହାଳୟ । ଏହାସହ ଆଇଆଇଆଇଟି ଅଗରତାଲାର ମଧ୍ୟ ଭିତ୍ତିପ୍ରସ୍ତର ରଖିଛନ୍ତି ରାଷ୍ଟ୍ରପତି ।

  • त्रिपुरा की बहुरंगी संस्कृति, भारत का गौरव है। त्रिपुरा के, सचिन देव बर्मन और राहुल देव बर्मन के अमर संगीत के बिना, भारत के आधुनिक सुगम संगीत की कल्पना भी नहीं की जा सकती। pic.twitter.com/o9v78mQA3B

    — President of India (@rashtrapatibhvn) October 12, 2022 " class="align-text-top noRightClick twitterSection" data=" ">

ଏହି ଅବସରରେ ରାଷ୍ଟ୍ରପତି ସମ୍ବୋଧିତ କରି କହିଛନ୍ତି, "ଆଜି ତ୍ରିପୁରା ଆଇନ ବିଶ୍ବବିଦ୍ୟାଳୟର ଭିତ୍ତିପ୍ରସ୍ତର ରଖି ସେ ବହୁତ ଖୁସି ଅନୁଭବ କରୁଛନ୍ତି । ଏହି ବିଶ୍ବବିଦ୍ୟାଳୟ ଖାଲି ନର୍ଥଇଷ୍ଟ ନୁହେଁ ପୁରା ଦେଶକୁ ନୂଆ ଦିଶା ଦେବ । ଆଜିର ଭାରତ ହେଉଛି ଯୁବକଙ୍କ ଦେଶ । ଯୁବକଙ୍କ ଶକ୍ତି ସାମର୍ଥ୍ୟରେ ଦେଶ ଦୃତ ବିକାଶ ଅଗ୍ରସର ହେଉଛି । ଯୁବକଙ୍କ ସାମର୍ଥ୍ୟକୁ ନେଇ ଭାରତ ଆତ୍ମନିର୍ଭର ଅଭିମୁଖେ ଅଗ୍ରସର ହେଉଛି । ଭାରତର ବିକାଶ ଯାତ୍ରାରେ ଆଇଆଇଟି ଅଗରତାଲା ବଡ ଭୂମିକା ନେବ ।"

  • स्वच्छता की संस्कृति को मजबूत बनाए रखने के लिए, मैं त्रिपुरा के सभी निवासियों की हृदय से सराहना करती हूं। pic.twitter.com/nLeDZJQmJu

ରାଷ୍ଟ୍ରପତି ଆହୁରି କହିଥିଲେ ଯେ ଆଜି ଆର୍ଥିକ ସ୍ତରରେ, ସାମାଜିକ ସ୍ତରରେ ଆଇନ ସ୍ତରରେ ବ୍ୟାପକ ପରିବର୍ତ୍ତନ ହେଉଛି । ସମାଜର ଅନ୍ତିମ ବ୍ଯକ୍ତି ପର୍ଯ୍ୟନ୍ତ ଶାସନ ପ୍ରଶାସନ ପହଞ୍ଚିଛି । ସମ୍ପୂର୍ଣ୍ଣ ଭାରତର ବିକାଶ ଚାଲିଛି । ରାଷ୍ଟ୍ରପତି ଆହୁରି କହିଥିଲେ ସମୃଦ୍ଧ ଭାରତ ପାଇଁ ନର୍ଥଇଷ୍ଟ (ଉତ୍ତରପୂର୍ବ)ର ଅବଦାନ ବିଶେଷ ଭାବେ ରହିଛି । ନର୍ଥଇଷ୍ଟର ଅବଦାନ ବିକାଶ ବଳରେ ଭାରତ ଲକ୍ଷ୍ୟ ରଖିଥିବା 5 ଟ୍ରିଲିୟନ ଡଲାର ଅର୍ଥନୀତି ହାସଲ କରିପାରିବ । ସେହିପରି ରାଷ୍ଟ୍ରପତି ଭାବେ ମୁଁ ତ୍ରିପୁରା ଆସି ବହୁତ ଖୁସି । ମୋର ବିଶ୍ବାସ ଭାରତର ବିକାଶରେ ତ୍ରିପୁରାର ଅବଦାନ ସର୍ବଦା ଗୁରୁତ୍ବ ରହିବ ।

  • त्रिपुरा राज्य की स्थापना के 50 वर्ष पूरे होने पर, राज्य के सभी भाई-बहनों और बच्चों को, मैं बधाई देती हूं। pic.twitter.com/byeuMbhq3m

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.