ETV Bharat / bharat

Target killings: ଅନ୍ୟତ୍ର ବଦଳିଲେ 177 କାଶ୍ମୀର ପଣ୍ଡିତ ଶିକ୍ଷକ

author img

By

Published : Jun 4, 2022, 8:35 PM IST

ଘାଟିରେ କ୍ରମାଗତ ଲାଗି ରହିଛି ଟାର୍ଗେଟ କିଲିଂ । ବଢିଲା ପ୍ରବାସୀଙ୍କ ସମେତ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ଚିନ୍ତା । ଅନ୍ୟତ୍ର ବଦଳି ହେଲା 177 ପ୍ରବାସୀ କାଶ୍ମୀର ପଣ୍ଡିତ ଶିକ୍ଷକ । ଅଧିକ ପଢନ୍ତୁ

target killing in jk: ଅନ୍ୟତ୍ର ବଦଳିଲେ 177 ପ୍ରବାସୀ କାଶ୍ମୀର ପଣ୍ଡିତ ଶିକ୍ଷକ

ଶ୍ରୀନଗର: ଘାଟିରେ ବଢିବାରେ ଲାଗିଛି ଅଣସ୍ଥାନୀୟ ଓ କାଶ୍ମୀର ପଣ୍ଡିତଙ୍କ ପ୍ରତି ଲଗାତାର ଆକ୍ରମଣ । ଗତ କିଛି ସପ୍ତାହ ମଧ୍ୟରେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ସମେତ ଏକାଧିକ ସ୍ଥାନୀୟ ସାଧାରଣ ଲୋକଙ୍କ ହତ୍ୟା ପରେ ଘାଟିରେ ଅଣ କାଶ୍ମୀର ଏବଂ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପୁଣି ଚିନ୍ତା ବଢିଛି । ଏହାରି ମଧ୍ୟରେ ଘାଟିରେ କାର୍ଯ୍ୟରତ ଥିବା ପ୍ରାୟ 177 କାଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ସୁରକ୍ଷିତ ସ୍ଥାନକୁ ବଦଳି କରାଯାଇଛି । ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି ।

କାଶ୍ମୀରରେ ଟାର୍ଗେଟ କିିଲିଂ ଜାରି ରହିଛି । ଆତଙ୍କବାଦୀମାନେ ଅଣସ୍ଥାନୀୟଙ୍କ ସମେତ କାଶ୍ମୀର ପଣ୍ଡିତଙ୍କୁ ଅତର୍କିତ ଆକ୍ରମଣ କରି ହତ୍ୟା କରିବାରେ ଲାଗିଛନ୍ତି । ନିକଟରେ ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଅଣସ୍ଥାନୀୟ ଶ୍ରମିକଙ୍କ ମୃତ୍ୟୁ ହେବା ପରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ସରକାରଙ୍କ ଚିନ୍ତା ବଢିଛି । ବହୁ ପ୍ରବାସୀ ସରକାରୀ କର୍ମଚାରୀଙ୍କୁ ଘାଟିରୁ ଜମ୍ମୁକୁ ବଦଳି କରାଯାଇଛି । ସେମାନଙ୍କ ପରିବାର ଓ ଅନ୍ୟ ସମ୍ପର୍କୀୟ ମଧ୍ୟ ଘାଟିରୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି ସରକାର ।

ନିକଟରେ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାହୁଲ ଭଟ୍ଟ ନାମକ ଜଣେ କାଶ୍ମୀର ପଣ୍ଡିତ କର୍ମଚାରୀଙ୍କୁ ଅଫିସ ନିକଟରେ ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଏହି ଘଟଣା ପରେ ପୁଣି ଥରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ମୁଖ୍ୟସ୍ରୋତ ଆହ୍ବାନ ଭାବେ ସାମ୍ନାକୁ ଆସିିଥିଲା । ସେବେ ଠାରୁ ସୁରକ୍ଷା ପ୍ରଦାନ ଦାବିରେ ଅନେକ କାଶ୍ମୀର ପଣ୍ଡିତ କର୍ମଚାରୀମାନେ କାର୍ଯ୍ୟବନ୍ଦ ଡାକରା ଦେବା ସହ ଧାରଣାରେ ବସିଛନ୍ତି । ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଏକାଧିକ ଥର ଆଲୋଚନା ହୋଇଥିଲେ ସୁଦ୍ଧା ସୁରକ୍ଷା ଦାବିରେ ସାମାନେ ସେମାନଙ୍କ ଧାରଣା ବଜାୟ ରଖିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ଅନ୍ୟପଟେ ସୁରକ୍ଷା ବଳ ଗୋଟିଏ ପଟେ ଗୋଟିଏ ଆତଙ୍କୀ ନିରୋଧୀ ଅପରେସନରେ ସଫଳତା ପାଇବାରେ ଲାଗିଛି । ଗତକିଛି ଦିନ ମଧ୍ୟରେ ଏକାଧିକ ହାର୍ଡକୋର ଆତଙ୍କବାଦୀଙ୍କୁ ସେନା ନିପାତ କରିବାରେ ସଫଳ ହୋଇଥିଲେ ସୁଦ୍ଧା,ଘାଟିରେ ଟାର୍ଗେଟ କିଲିଂ କିନ୍ତୁ କମିବାର ନାଁ ନେଉନି । ଏପରି ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ଆଜି 177 ଜଣ ପ୍ରବାସୀ ଶିକ୍ଷକଙ୍କ ଅନ୍ୟତ୍ର ବଦଳି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.