ETV Bharat / bharat

Prophet remarks protest: ପଶ୍ଚିମବଙ୍ଗରେ ହାଓ୍ବଡା ପରେ ନଦିଆ ହିଂସା, ବିକ୍ଷୋଭ ବେଳେ ଟ୍ରେନକୁ ପଥର ମାଡ - ପଶ୍ଚିମବଙ୍ଗରେ ଟ୍ରେନକୁ ପଥର ମାଡ

ପଶ୍ଚିମବଙ୍ଗରେ ଥମିବାର ନାଁ ନେଉନି ହିଂସା । ହାଓ୍ବଡା ପରେ ଆଜି ନଦିଆରେ ବିକ୍ଷୋଭ ବେଳେ ଯାତ୍ରୀବାହୀ ଟ୍ରେନକୁ ପଥର ମାଡ । ଅନେକ ଆହତ । ଅଧିକ ପଢନ୍ତୁ

Prophet remarks protest: ପଶ୍ଚିମବଙ୍ଗ ବିକ୍ଷୋକ୍ଷବେଳେ ଟ୍ରେନକୁ ପଥର ମାଡ, ଏକାଧିକ ଆହତ

author img

By

Published : Jun 12, 2022, 9:51 PM IST

କୋଲକାତା: ପଶ୍ଚିମବଙ୍ଗରେ ମହାପୁରଷ ମହମ୍ମଦଙ୍କ ସମ୍ପର୍କିତ ବିବାଦୀୟ ମନ୍ତବ୍ୟକୁ ନେଇ ଲାଗି ରହିଥିବା ହିଂସା ଥମିବାର ନାଁ ନେଉନାହିଁ । ମାତ୍ର ଦୁଇ ଦିନ ତଳେ ହାଓ୍ବଡା ହିଂସା ପରେ ଆଜି (ରବିବାର) ନଦିଆରେ ମଧ୍ୟ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ନଦିଆରେ ବିକ୍ଷୋଭକାରୀମାନେ ବେଠୁଆଦାହାରି ରେଳ ଷ୍ଟେସନରେ ଏକ ଲୋକାଲ ଟ୍ରେନକୁ ପଥର ମାଡ କରିଛନ୍ତି । ଫଳରେ ଟ୍ରେନରେ ଥିବା ଅନେକ ଯାତ୍ରୀଙ୍କ ସମେତ ସାଧାରଣ ଜନତା ମଧ୍ୟ ଆହତ ହୋଇଛନ୍ତି । ପୋଲିସ ପହଞ୍ଚି ଦଙ୍ଗାକାରୀଙ୍କୁ ଘଉଡାଇବା ସହ ସ୍ଥିତି ନିୟନ୍ତ୍ରଣକୁ ଆଣିଛି ।

  • West Bengal | A local train in Bethuadhari, Nadia district vandalised amid protest by locals against controversial religious remarks pic.twitter.com/KYdrPw0T1v

    — ANI (@ANI) June 12, 2022 " class="align-text-top noRightClick twitterSection" data=" ">

ପ୍ରାୟ ହଜାରରୁ ଊର୍ଦ୍ଧ୍ବ ଆନ୍ଦୋଳନକାରୀ ଏହି ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ । ରେଳ ଷ୍ଟେସନ ନିକଟରେ ଶୋଭାଯାତ୍ରା ପହଞ୍ଚିବା ପରେ ବିକ୍ଷୋଭକାରୀମାନେ ଉତ୍ତେଜିତ ହୋଇ ପ୍ଲାଟଫର୍ମରେ ଛିଡା ହୋଇଥିବା ଏକ ଲୋକାଲ ଟ୍ରେନ ଉପରେ ଅତର୍କିତ ପଥର ମାଡ କରିଥିଲେ । ଷ୍ଟେସନ ବ୍ୟତୀତ ସ୍ଥାନୀୟ ଅଞ୍ଚଳର ବଜାରରେ ମଧ୍ୟ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି ।

ପୋଲିସ ପହଞ୍ଚି ବଳ ପ୍ରୟୋଗ କରି ହିଂସାକାରୀଙ୍କୁ ଘଉଡାଇଛି । ଏବେ ମଧ୍ୟ ଉକ୍ତ ରୁଟରେ ରେଳ ଚଳାଚଳ ସ୍ବାଭାବିକ ହୋଇ ପାରିନାହିଁ । ଆକ୍ରମଣ ନେଇ ପ୍ରଶାସନକୁ ଅବଗତ କରାଯାଇଛି, ପରବର୍ତ୍ତୀ ନିଷ୍ପତ୍ତି ଆସିବା ପରେ ରେଳ ଚଳାଚଳ ସ୍ବାଭାବିକ ହେବା ନେଇ ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ଦୁଇ ଦିନ ପୂର୍ବରୁ ହାଓ୍ବଡାରେ ସଂଗଠିତ ହୋଇଥିବା ହିଂସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାବେଳେ ରାଜ୍ୟରେ ପୁଣି ଏକ ହିଂସା ମମତା ସରକାରଙ୍କ ଆଇନ ଶଙ୍ଖଳା ନିୟନ୍ତ୍ରଣକୁ ପଦାରେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.