ETV Bharat / bharat

ଦିଲ୍ଲୀ ହିଂସା ପାଇଁ ଦାୟୀ ଅଭିନେତା ଦୀପ ସିଦ୍ଧୁ !

author img

By

Published : Jan 27, 2021, 1:11 PM IST

ଦିଲ୍ଲୀ ହିଂସାକାଣ୍ଡ ପଛରେ ପଞ୍ଜାବ ଅଭିନେତାଙ୍କ ହାତ ! ଚାଷୀଙ୍କୁ ଉସୁକାଇଥିବା ଅଭିଯୋଗ ଆଣିଲେ ଭାରତୀୟ କୃଷକ ସଙ୍ଗଠନ । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା ପାଇଁ ଦାୟୀ ପଞ୍ଜାବ ଅଭିନେତା  !
ଦିଲ୍ଲୀ ହିଂସା ପାଇଁ ଦାୟୀ ପଞ୍ଜାବ ଅଭିନେତା !

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ପଛରେ କିଏ । କାହାର ପ୍ରରୋଚନାରେ ଲାଲକିଲ୍ଲାକୁ ଧସେଇ ପଶିଥିଲେ ଚାଷୀ । ଆଇନ ଉଲ୍ଲଙ୍ଘନ କରି ଲାଲକିଲ୍ଲାରେ ପତାକା ଉତ୍ତୋଳନ ପାଇଁ କିଏ ଚାଷୀଙ୍କୁ ଯୋଗାଇଥିଲା ସାହାସ । ଏ ତମାମ ପ୍ରଶ୍ନ ଘେର ମଧ୍ୟରେ ପଞ୍ଜାବର ଜଣେ ଅଭିନେତାଙ୍କ ନାଁ ସାମ୍ନାକୁ ଆସିଛି । ଅଭିନେତା ଦୀପ ସିଦ୍ଧୁ ଉସକାଇଥିବା ନେଇ କୃଷକ ସଙ୍ଗଠନ ଅଭିଯୋଗ କରିଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଜଷ୍ଟିସ ଫର ଶିଖ୍‌ ମାମଲାରେ ସିଦ୍ଧୁଙ୍କୁ ସମନ କରିଛି । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ପ୍ରବର୍ତ୍ତାଇଥିଲେ ବୋଲି ଅଭିଯୋଗ ହୋଇଛି ।

ଦିଲ୍ଲୀ ହିଂସା ପାଇଁ ଦାୟୀ ପଞ୍ଜାବ ଅଭିନେତା !

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ 63 ଦିନ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ମଙ୍ଗଳବାର ଦିଲ୍ଲୀରେ ବିଶାଳ ଟ୍ରାକ୍ଟର ରାଲିରେ ବାହାରିଥିଲେ । ଏହା ପରେ ଦିଲ୍ଲୀରେ ଜୋର ଜବରଦୋସ୍ତ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ଅଟକାଇବାକୁ ଯାଇ ଅଶାନ୍ତ ହୋଇପଡିଥିଲା ରାଜଧାନୀ ।

ଅଭିଯୋଗ ଅନୁସାରେ, ଲାଲକିଲ୍ଲାରେ ପ୍ରବେଶ କରିବାକୁ ଚାଷୀମାନେ କୌଣସି ଯୋଜନା କରିଥିଲେ । ଅଭିନେତା ଦୀପ ସିଦ୍ଧୁ ହିଁ ଆନ୍ଦୋଳନକାରୀଙ୍କୁ ଉସକାଇଥିଲେ । ଏହା ସହ ଆଉଟର ରିଙ୍ଗ ରୋଡ ଦେଇ ଲାଲକିଲ୍ଲା ଭିତରକୁ ନେଇଯାଇଥିଲେ ବୋଲି ଭାରତୀୟ କୃଷକ ସଙ୍ଗଠନ ନେତା ଗୁରନାମ ସିଂହ କହିଛନ୍ତି । ଏହା ପରେ ଶହ ଶହ ବାଇକ ଓ ଟ୍ରାକ୍ଟର ଲାଲକିଲ୍ଲାକୁ ପ୍ରବେଶ କରିଥିଲେ । ସମ୍ୟୁକ୍ତ କିଷାନ ମୋର୍ଚ୍ଚା ମଧ୍ୟ ଦୀପ ଠାରୁ ଦୂରେଇ ରହିବା ସହ ଲାଲକିଲ୍ଲା ଘଟଣା ପାଇଁ ତାଙ୍କୁ ଦାୟୀ କରିଛି । ସୋମବାର ରାତିରେ ସିଦ୍ଧୁ ମଞ୍ଚକୁ ଆସି ଚାଷୀଙ୍କୁ ଆନ୍ଦୋଳନକୁ ଜୋରଦାର କରିବାକୁ ଭାଷଣ ଦେଇଥିଲେ ।

ସେପଟେ, ଘଟଣା ଦିନ ଦୀପ ସିଦ୍ଧୁ ଫେସବୁକରେ ଲାଇଭ ଭିଡିଓ କରିଥିଲେ । ଯେଉଁଥିରେ ସେ ତାଙ୍କ ଉପରେ ଅଣାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ । ଏହା ସେ କହିଥିଲେ ସେ ଲାଲକିଲ୍ଲାରେ ଶିଖ ସମ୍ପ୍ରଦାୟର ପତାକା ଉତ୍ତୋଳନ କରିଥିଲେ । ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧ କରିବାର ଅଧିକାରୀ ରହିଛି ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଗୁରୁଦାସପୁରର ସାଂସଦ ତଥା ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ସହ ସିଦ୍ଧୁ 2019 ଲୋକସଭା ନିର୍ବାଚନ ସମୟରେ ନିର୍ବାଚନର ପ୍ରଚାର କରିଥିଲେ । କିନ୍ତୁ ଡିସେମ୍ବର ମାସରେ ସିଦ୍ଧୁଙ୍କ ସହ ତାଙ୍କର ଯୋଗଯୋଗ ନଥିବା ଦେଓଲ ସଫେଇ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.