ETV Bharat / bharat

ଉତ୍ତରାଖଣ୍ଡରେ ବ୍ଲାକ ଫଙ୍ଗସ କାୟା, ଏଯାଏଁ ଚିହ୍ନଟ ହେଲେଣି 507 ଆକ୍ରାନ୍ତ

author img

By

Published : Jul 4, 2021, 10:21 PM IST

ଉତ୍ତରାଖଣ୍ଡରେ ବ୍ଲାକ ଫଙ୍ଗସ କାୟା ବିସ୍ତାର କରିଥିବା ବେଳେ ଏପର୍ଯ୍ୟନ୍ତ ମୋଟ 507 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ବ୍ଲାକ ଫଙ୍ଗସ କାୟା, ଏଯାଏଁ ଚିହ୍ନଟ ହେଲେଣି 507 ଆକ୍ରାନ୍ତ
ଉତ୍ତରାଖଣ୍ଡରେ ବ୍ଲାକ ଫଙ୍ଗସ କାୟା, ଏଯାଏଁ ଚିହ୍ନଟ ହେଲେଣି 507 ଆକ୍ରାନ୍ତ

ଡେରାଡୁନ: କୋରୋନା ମହାମାରୀ କାଳରେ ବ୍ଲାକ ଫଙ୍ଗସ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେଉଥିବା ବେଳେ ଉତ୍ତରାଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଯାବତ ରାଜ୍ୟରେ ମୋଟ 507 ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ଉତ୍ତରାଖଣ୍ଡରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଲେ ବ୍ଲାକ ଫଙ୍ଗସ ରୋଗୀ ଅଧିକ ମାତ୍ରାରେ ଚିହ୍ନଟ ହେଉଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ମ୍ୟୁକୋରମାଇକୋସିସ ବା ବ୍ଲାକ ଫଙ୍ଗସର 507 ମାମଲା ସାମନାକୁ ଆସିଥିବା ବେଳେ 100 ଜଣଙ୍କ ମୃତ୍ୟୁ ଘଟିଛି । କେବଳ ରାଜଧାନୀ ଡେରାଡୁନରେ 465 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଋଷିକେଶ AIIMSରେ ମଧ୍ୟ ଅଧିକ ମାମଲା 338 ଆକ୍ରାନ୍ତଙ୍କ ସଂଖ୍ୟା ସାମନାକୁ ଆସିଛି । ଡେରାଡୁନ ଜିଲ୍ଲାରୁ ଏପର୍ଯ୍ୟନ୍ତ 91 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ AIIMSରୁ 69 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସେହିପରି ନୈନିତାଲ ଅଞ୍ଚଳରୁ 36 ମାମଲା ସାମନାକୁ ଆସିଥିବା ବେଳେ 7 ଜଣଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଉତ୍ତରାଖଣ୍ଡର 12ଟି ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.