ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 1, 2021, 9:02 PM IST

1. ପିପିଲି ଉପ-ନିର୍ବାଚନରେ ଗଣତନ୍ତ୍ରର ହତ୍ୟା ହୋଇଛି: ପିସିସି ସଭାପତି

ପିସିସି ଅଧ୍ୟକ୍ଷଙ୍କ ସାଙ୍ଘାତିକ ଅଭିଯୋଗ । ପିପିଲି ଉପ-ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ବିଜେଡି-ବିଜେପି ପ୍ରଚୁର ଅର୍ଥ ଖର୍ଚ୍ଚ କରିଛନ୍ତି । ନେତା କିଣା ବିକା ଚାଲିଛି ।

2. ଚଳିତ ବର୍ଷ ସହକାରୀ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବାଧ୍ୟତାମୂଳ ନୁହେଁ PhD

ସରକାର ଚଳିତ ବର୍ଷ ସହକାରୀ ପ୍ରଫେସର ପଦ ପାଇଁ ପିଏଚଡି ଆବଶ୍ୟକତାକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ମହାମାରୀ କୋରୋନା କାରଣରୁ ଏହି ନିଷ୍ପତ୍ତି ନେଇଛନ୍ତି ସରକାର ।

3. 'ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବା ପାଇଁ ମେଳା କରିବା ବନ୍ଦ କରନ୍ତୁ ରାଜ୍ୟ ସରକାର'

ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ ନାମରେ ରାଜ୍ୟ ସରକାର ପାର୍ବଣ ଋତୁରେ ଦଳୀୟ ପ୍ରଚାର କରି ଭିଡ ଜମାଉଥିବା ବିଜେପି ଅଭିଯୋଗ କରିଛି ।

4. ଆଜି ରାଜ୍ୟରୁ ସୁସ୍ଥ ହେଲେ 691 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 691 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 13ହଜାର 833ରେ ପହଞ୍ଚିଲା ।

5. ବ୍ରିଟେନକୁ ଭାରତର ପାଲଟା ଜବାବ, 10ଦିନ କ୍ବାରେଣ୍ଟାଇନରେ ରହିବେ UK ଫେରନ୍ତା

ଭ୍ୟାକ୍ସିନର ଡବଲ ଡୋଜ ନେଇଥିଲେ ସୁଦ୍ଧା ଭାରତ ଆସିଲେ ବ୍ରିଟେନ ନାଗରିକଙ୍କୁ 10 ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ । 4 ଅକ୍ଟୋବରରୁ ଲାଗୁହେବ ଏହି ନୂଆ ନିୟମ ।

6. ବିସି ପଟ୍ଟନାୟକ ହେଲେ LIC ଏମଡି

ଏଲଆଇସି(LIC)ର ନୂଆ ପରିଚାଳନା ନିର୍ଦ୍ଦେଶକ ହୋଇଛନ୍ତି ବିସି ପଟ୍ଟନାୟକ । ଏଲଆଇସିର ଏମଡି ଭାବରେ କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ ପଟ୍ଟନାୟକ ବୀମା ଲୋକପାଳ ପରିଷଦ(ସିଆଇଓ) ମୁମ୍ବାଇର ମହାସଚିବ ଥିଲେ ।

7. Dubai Expo 2021 ଉଦଘାଟିତ, ଆକର୍ଷଣର କେନ୍ଦ୍ରବିନ୍ଦୁ ଭାରତୀୟ ପାଭିଲିଅନ

ଉଦଘାଟିତ ହୋଇଛି ଦୁବାଇ ଏକ୍ସପୋ 2020(Dubai Expo 2021 ) ଏହା ଜରିଆରେ ଭାରତକୁ ବିକାଶର ଏକ ବଡ କେନ୍ଦ୍ର ଭାବରେ ପ୍ରଦର୍ଶିତ କରାଯାଇଛି ।

8. ବିଶାଖାପାଟଣା ଷ୍ଟେସନରୁ ଗଡିଲା ପ୍ରଥମ ପିଆଜ ବୋଝେଇ ସ୍ବତନ୍ତ୍ର ଟ୍ରେନ୍

କୃଷକ ମାନଙ୍କ ପାଇଁ ଖୁସି ଖବର । ଆଉ ପରିବହନ ଜନିତ ସମସ୍ୟା କିମ୍ବା ଚାଷ ଜମିରେ ପଡି ଅଭାବୀ ବିକ୍ରି ଯୋଗୁଁ ନଷ୍ଟ ହେବନି ପିଆଜ । ଏବେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ହେବ ପିଆଜ ରପ୍ତାନୀ ।

9. IPL 2021: ଟସ୍‌ ଜିତିଲେ ରାହୁଲ, ବୋଲିଂ କରିବ ପଞ୍ଜାବ

ଟସ୍‌ ଜିତି ପଞ୍ଜାବ କିଙ୍ଗ୍ସ କ୍ୟାପଟେନ କେଏଲ ରାହୁଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏଥିସହ ଇଆନ ମୋର୍ଗାନଙ୍କ KKRକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

10. ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ

ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହଙ୍କ ଘରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.