1.Odisha Cabinet Reshuffle: ଆସିଲା ନୂଆ ମନ୍ତ୍ରୀଙ୍କ ଲିଷ୍ଟ, ଫୋନ କଲ୍ ପରେ ଉତ୍ସବର ମାହୋଲ
ଆସିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରୀଙ୍କ ତାଲିକା । ତାଲିକାରେ ବଲାଙ୍ଗୀର ଜିଲ୍ଲାରୁ ଟୁକୁନି ସାହୁ ସ୍ଥାନ ବଜାୟ ରଖିଥିବା ବେଳେ, ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପୁଣିଥରେ ମନ୍ତ୍ରୀ ମଣ୍ଡଳକୁ ଫେରାଇ ଆଣିଛନ୍ତି ନବୀନ ।
2.Target killings: ଅନ୍ୟତ୍ର ବଦଳିଲେ 177 କାଶ୍ମୀର ପଣ୍ଡିତ ଶିକ୍ଷକ
ଘାଟିରେ କ୍ରମାଗତ ଲାଗି ରହିଛି ଟାର୍ଗେଟ କିଲିଂ । ବଢିଲା ପ୍ରବାସୀଙ୍କ ସମେତ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ଚିନ୍ତା । ଅନ୍ୟତ୍ର ବଦଳି ହେଲା 177 ପ୍ରବାସୀ କାଶ୍ମୀର ପଣ୍ଡିତ ଶିକ୍ଷକ ।
3.ଆଉ ଜଣେ ଦୃଢମନା, ଗୋଟିଏ ଗୋଡରେ ଡେଇଁ ଡେଇଁ ଯାଉଛନ୍ତି ସ୍କୁଲ୍
ଗୋଟିଏ ଗୋଡରେ ପ୍ରତିଦିନ ଡେଇଁ ଡେଇଁ ସ୍କୁଲ୍ ଯାଉଥିବା ଛାତ୍ରଙ୍କୁ ସହାୟତାର ହାତ ବଢାଇଲା ଜୟପୁର ଫୁଟ୍ NGO ସଂସ୍ଥା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସହଯୋଗ କରିବାକୁ ପ୍ରତିଶ୍ରୁତି ।
4.Corbevax ବୁଷ୍ଟର ଡୋଜକୁ ବ୍ୟବହାରିକ ଅନୁମତି
ଭାରତୀୟ ଫାର୍ମା କମ୍ପାନୀ ବାୟୋଲୋଜିକାଲ- ଇ ଦ୍ବାରା ପ୍ରସ୍ତୁତ କୋର୍ବେଭ୍ୟାକ୍ସ କୋଭିଡ ବୁଷ୍ଟର ଡୋଜକୁ ବ୍ୟବହାରିକ ଅନୁମତି ଦେଲା DCGI । ଦୁଇ ଡୋଜ ନେଇସାରିଥିଲେ କୌଣସି ପ୍ରାପ୍ତବୟସ୍କ ନେଇପାରିବେ ଏହି ବୁଷ୍ଟର ଡୋଜ
5.ପ୍ରବଳ ଗ୍ରୀଷ୍ମପ୍ରବାହରେ ଜଳୁଛି ଆଭ୍ୟନ୍ତରୀଣ ଓଡିଶା
ପ୍ରବଳ ଗ୍ରୀଷ୍ମପ୍ରବାହରେ ଜଳୁଛି ଆଭ୍ୟନ୍ତରୀଣ ଓଡିଶା । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ ।
6.ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର
ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜକୁ ମିଳୁନାହାନ୍ତି ଚୁକ୍ତିଭିତ୍ତିକ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର । DMET କହିଲେ ନିୟମ ଅନୁଯାୟୀ ଆବେଦନକାରୀଙ୍କ ଦକ୍ଷତା କମ୍ ରହୁଛି ।
7.ସ୍ବାମୀ ସମ୍ମୁଖରେ ସ୍ତ୍ରୀ ଚମ୍ପଟ , କାନ୍ଦି କାନ୍ଦି ଅଧର୍ଯ୍ୟ ହୋଇଯାଉଛି ସ୍ବାମୀ
ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅପ୍ରୀତିକର ଘଟଣା । ପରୀକ୍ଷା ଦେବାକୁ ଯାଇଥିବା ସ୍ତ୍ରୀ ପରୀକ୍ଷା ପରେ ନିଜ ସ୍ବାମୀ ଆଗରେ ଆଉ କାହା ସହିତ ଫେରାର ହୋଇଯାଇଛି ।
8.PPE କିଟ୍ ଦୁର୍ନୀତି ଅଭିଯୋଗ ଆଣିଲେ ସିସୋଦିଆ, ମାନହାନୀ ମକଦ୍ଦମା ଭୟ ଦେଖାଇଲେ ବିଶ୍ୱଶର୍ମା
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନାମରେ କୋଭିଡ ଦୁର୍ନୀତି ଅଭିଯୋଗ ଆଣିଲେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ପାଲଟା ଆକ୍ରମଣ କଲେ ବିଶ୍ବଶର୍ମା । କହିଲେ ଅଭିଯୋଗ ମିଥ୍ୟା, ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ।
9.Controversial Deodorant Advertisement: ନିଷେଧ ଘୋଷଣା ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର
ମହିଳାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ଉତ୍ତେଜକ ବଡି-ସ୍ପ୍ରେ ବିଜ୍ଞାପନ । ନିଷେଧ ଘୋଷଣା ସହ ତଦନ୍ତ ନିର୍ଦ୍ଦେଶ ଦେଲା କେନ୍ଦ୍ର । ୟୁଟ୍ୟୁବ୍ ସହ ସମସ୍ତ ଫର୍ମାଟରୁ ଏହି ଉତ୍ତେଜକ ବିଜ୍ଞାପନକୁ ହଟାଇବା ପାଇଁ ନିର୍ଦ୍ଦେଶ ।
10.ନେପାଳ ନାଁରେ କ୍ରିକେଟର ଅଲୋଡା ରେକର୍ଡ, ୮ ରନ୍ରେ ଅଲଆଉଟ୍
ପ୍ରଥମ ଥର ଆୟୋଜିତ ହୋଇଥିବା ICC ୧୯ ବର୍ଷରୁ କମ ମହିଳା ବିଶ୍ବକପ ଯୋଗ୍ୟତାପର୍ଯ୍ୟାୟରେ ନେପାଳ, ୟୁଏଇ, ଥାଇଲାଣ୍ଡ, ଭୁଟାନ ଓ କତାର ଟିମ ଅଂଶଗ୍ରହଣ କରିଛନ୍ତି ।