ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ୯

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jul 20, 2022, 9:03 PM IST

1.ଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଛାତ: 5 ଶ୍ରମିକ ଉଦ୍ଧାର

ପୁରୀ ମଶାଣି ଚଣ୍ଡୀ ଛକରେ ଅଘଟଣ । ନିର୍ମାଣାଧିନ ଘର ଛାତ ଭୁଶୁଡ଼ି ପଡ଼ିବାରୁ 5 ଶ୍ରମିକ ଆହତ ହୋଇଛନ୍ତି ।

2.୨୦ ହଜାର ଲଡ଼ୁ ପ୍ରସ୍ତୁତି, ଦ୍ରୌପଦୀଙ୍କ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତ ରାଇରଙ୍ଗପୁରବାସୀ

ରାଷ୍ଟ୍ରପତି ନିର୍ବାଚନୀ ଫଳାଫଳ ଘୋଷଣାକୁ ନେଇ ଉତ୍ସାହିତ ରହିଛନ୍ତି ରାଇରଙ୍ଗପୁରବାସୀ । ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିବେ ବୋଲି ଅଶ୍ବସ୍ତ ଅଛନ୍ତି ରାଇରଙ୍ଗପୁର ବାସିନ୍ଦା । ଏହି ବିଜୟ ଉତ୍ସବ ପାଳିବାକୁ ୨୦ହଜାର ଲଡ଼ୁ ପ୍ରସ୍ତୁତି ଚାଲିଛି ।

3.ଟୋଲଗେଟକୁ ପିଟିଲା ଦୃତଗାମୀ ଆମ୍ବୁଲାନ୍ସ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଟୋଲଗେଟକୁ ପିଟିଲା ଦୃତଗାମୀ ଆମ୍ବୁଲାନ୍ସ । ଟୋଲଗେଟ କର୍ମଚାରୀ ଓ ଗାଡି ଡ୍ରାଇଭର ସମେତ 4 ଗୁରୁତର । ଟୋଲଗେଟରେ ଲାଗିଥିବା CCTV କ୍ୟାମେରାରେ କଏଦ ହେଲା ଦୁର୍ଘଟଣାର ଛାତିଥରା ଦୃଶ୍ୟ । କର୍ଣ୍ଣାଟକର ବୈନ୍ଦୁରରେ ଘଟିଛି ଅଘଟଣ ।

4.ଗଣତନ୍ତ୍ର ସୁରକ୍ଷା ପାଇଁ ଯଶୱନ୍ତଙ୍କୁ ଭୋଟ ଦେଇଛନ୍ତି 2 ବିଜେପି ବିଧାୟକ: ତାରା

ଆଉ ଜଣେ ବରିଷ୍ଠ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବା କଥା କହିବା ପରେ ମୋହନଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମୋହନ ଓ ବିଜେପିକୁ ତାରା ମାରିଛନ୍ତି ତେରେଛା ବାଣ । ଗଣତନ୍ତ୍ରର ସୁରକ୍ଷା ଦେବା ପାଇଁ ବିଜେପିର ଦୁଇ ବିଧାୟକ ମିଳିତ ବିରୋଧି ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି ତାରା ।

5.2009 ତୁଳନାରେ ଗତବର୍ଷ 77 ପ୍ରତିଶତ ହ୍ରାସ ପାଇଛି ନକ୍ସଲ ଆକ୍ରମଣ

2009 ମସିହା ତୁଳନାରେ 2021 ରେ 77 ପ୍ରତିଶତ ହ୍ରାସ ପାଇଛି ନକ୍ସଲ ଆକ୍ରମଣ । 2009 ରେ 2,258 ଆକ୍ରମଣ ଘଟଣା ସହ ହୋଇଥିଲା ସର୍ବକାଳୀନ ରେକର୍ଡ । 2021 ରେ ପଞ୍ଜିକୃତ ହୋଇଛି ମାତ୍ର 509 ଟି ମାମଲା । ଗୃହରେ ଉତ୍ତର ରଖିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

6.ପଞ୍ଚଭୂତରେ ବିଲୀନ ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ ପରିଡା

ପଞ୍ଚଭୂତରେ ବିଲୀନ ହେଲା ILS ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡାଙ୍କ ପାର୍ଥିବ ଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

7.ମଝି ଆକାଶରେ ଓ୍ବିଣ୍ଡ ସିଲ୍ଡରେ ଫାଟ, ଜରୁରୀ ଅବତରଣ କଲା ଦିଲ୍ଲୀ-ଗୋହାଟୀ Go First ବିମାନ

ଜୟପୁରରେ ଜରୁରୀ ଅବତରଣ କଲା ଦିଲ୍ଲୀରୁ ଗୋହାଟୀ ଯାଉଥିବା ଗୋ-ଫାଷ୍ଟ ବିମାନ । ମଝି ଆକାଶରେ କକପିଟ ଓ୍ବିଣ୍ଡସିଲ୍ଡରେ ସୃଷ୍ଟି ହୋଇଥିଲା ଫାଟ । ତଦନ୍ତ ନିର୍ଦ୍ଦେଶ ଦେଲା DGCA । ଗତକାଲି ଡାଇଭର୍ଟ ହୋଇଥିଲା ଗୋଏୟାର ଏୟାର ଲାଇନ୍ସର ଦୁଇ ବିମାନ ।

8.OdishaAssembly: ବିହନ ଅଭାବ ନେଇ କୃଷି ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ

ରାଜ୍ୟରେ ବିହନ ଅଭାବ ନେଇ ବିଧାନସଭାରେ ଉଦବେଗ ପ୍ରକାଶ । ବିହନ ଅଭାବ ଓ ଏହାର ପରିଚଳନା ନେଇ କୃଷି ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ବିଧାୟକ । ପୁରଣା ବିହନ ଯୋଗାଇ ନଦେବା ଓ ନୂଆ ବିହନ ଗଜା ନହେବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ । ଅଭିଯୋଗ ଆସିଲେ ସରକାର ତୁରନ୍ତ ଫିଲଡ ଭିଜିଟ କରି ପଦକ୍ଷେପ ନେବେ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

9.ଯୋଗୀ କ୍ୟାବିନେଟରେ ଅସନ୍ତୋଷ, ଦଳିତ ବୋଲି ଅଣଦେଖା ହେଉଥିବା ଅଭିଯୋଗରେ ମନ୍ତ୍ରୀଙ୍କ ଇସ୍ତଫା

ଉତ୍ତର ପ୍ରଦେଶ ସରକାରରେ ଅସନ୍ତୋଷ । ଦଳିତ ବୋଲି ଅଣଦେଖା ଦେଉଥିବା ଅଭିଯୋଗରେ ଜଳସମ୍ପଦ ମନ୍ତ୍ରୀ ଦିନେଶ ଖାତିକଙ୍କ ଇସ୍ତଫା । ଅମିତ ଶାହଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଏକାଧିକ ସଙ୍ଗୀନ ଅଭିଯୋଗ । ଅନ୍ୟ ଜଣେ ଅସନ୍ତୁଷ୍ଟ ମନ୍ତ୍ରୀ ଦିଲ୍ଲୀରେ ଡେରା ପକାଇଛନ୍ତି ।

10.ପ୍ରୋ ପଞ୍ଝା ଲିଗ୍‌ ପାଇଁ ପ୍ରସ୍ତୁତ ଟିମ୍‌ ଓଡ଼ିଶା, ଜୋରଦାର ଅଭ୍ୟାସ କରୁଛନ୍ତି ବାହୁବଳୀ

ପ୍ରୋ ପଞ୍ଝା ଲିଗ୍‌ରେ ଦମ୍‌ ଦେଖାଇବ ଟିମ୍‌ ଓଡ଼ିଶା । ପ୍ରଥମ ଥର ପାଇଁ ଓଡ଼ିଶା ଦଳ ଏହି ଲିଗ୍‌ରେ ଭାଗ ନେବ । ୧୮ ଜଣିଆ ଓଡ଼ିଶା ଦଳରେ କେବଳ କଟକରୁ ୧୪ ଜଣ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.