ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ୯ ପିଏମ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jul 16, 2022, 9:09 PM IST

1.ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର NDAର ଉପରାଷ୍ଟ୍ରପତି ପ୍ରାର୍ଥୀ

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ଧନଖର 2019 ଜୁଲାଇ 30 ତାରିଖରୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟରତ ରହିଛନ୍ତି । ପୂର୍ବରୁ ଧନଖର 1989 ରୁ 1991 ପର୍ଯ୍ୟନ୍ତ ଲୋକସଭାର ସାଂସଦ ମଧ୍ୟ ରହିସାରିଛନ୍ତି ।

2.ସୋନପୁର ଚର୍ଚ୍ଚିତ କାର ଦୁର୍ଘଟଣା, ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ

ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ନିଲମ୍ବିତ ସମୟ ମଧ୍ୟରେ ସୁନ୍ଦରଗଡ ଏସପିଙ୍କ ଅଧୀନରେ ରହିବେ ।

3.ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବ୍ୟୟ ଅଟକଳ ଅନୁମୋଦିତ

ଚଳିତ ୨୦୨୨ - ୨୩ ଆର୍ଥିକ ବର୍ଷ ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପାଇଁ ସର୍ବମୋଟ ୨୨୧୭.୫୪ କୋଟି ଟଙ୍କାର ବ୍ୟୟ ଅଟକଳ ବିଧାନସଭା ଦ୍ଵାରା ଅନୁମୋଦିତ ହୋଇଛି । ସେଥିମଧ୍ଯରୁ ପ୍ରଶାସନିକ ଖର୍ଚ୍ଚ ବାବଦରେ ୫୭୬.୬୭ କୋଟି ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ୧୬୪୦.୮୭ କୋଟି ବ୍ୟୟ ବରାଦ କରାଯାଇଛି ।

4.ସହକର୍ମୀଙ୍କ ଉପରେ ଗୁଳି ଚଳାଇବା ପରେ ITBP ଯବାନଙ୍କ ଆତ୍ମହତ୍ୟା

ଜମ୍ମୁ କାଶ୍ମୀର ITBP କ୍ୟାମ୍ପରେ ଅଘଟଣ । ତିନି ସହକର୍ମୀଙ୍କ ଉପରେ ଗୁଳି ଚଳାଇବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ । କାରଣ ଅସ୍ପଷ୍ଟ । କୋର୍ଟ ଅଫ୍‌ ଇନକ୍ବାରୀ ଆରମ୍ଭ ।

5.India Air Force Day: ଦିଲ୍ଲୀ ନୁହେଁ, ଚଣ୍ଡିଗଡରେ ହେବ ପରେଡ ଓ ଫ୍ଲାଏପାଷ୍ଟ

ଚଳିତ ବର୍ଷ ହିଣ୍ଡନ ଏୟାର ବେସ ପରିବର୍ତ୍ତେ ଚଣ୍ଡିଗଡରେ ପାଳନ ହେବ ବାୟୁସେନା ଦିବସ । ପରେଡ ସହ ହେବ ଫ୍ଲାଏପାଷ୍ଟ । କାର୍ଯ୍ୟକ୍ରମରେ ସାମିଲ ହୋଇ ମଜା ନେଇପାରିବେ ଦର୍ଶକ ।

6.Odisha Assembly: ବିକଶିତ ହେବ ବଲାଙ୍ଗୀରର ପର୍ଯ୍ୟଟନ ସ୍ଥଳୀ: ପର୍ଯ୍ୟଟନ ମନ୍ତ୍ରୀ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ପ୍ରାଥମିକତା ଭିତ୍ତିରେ ବଲାଙ୍ଗୀର ଜିଲ୍ଲାରେ ଥିବା ଭୀମ ପାହାଡ, ରାଣୀ ଝରିଆଲ, ହରିଶଙ୍କର ପର୍ଯଟନସ୍ଥଳର ବିକାଶ କରାଯିବ । ସ୍ଥିତି ଅନୁଧ୍ୟାନ ପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପର୍ଯଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।

7.ରାଜ୍ୟରେ ସକ୍ରିୟ ଲଘୁଚାପ, ୧୪ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ରାଜ୍ୟରେ ଗତ କିଛି ଦିନ ଧରି ସକ୍ରିୟ ରହିଛି ଲଘୁଚାପ । ପବନର ବେଗ ବଢିଲେ ପାଗରେ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

8.ହେଲିପ୍ୟାଡ ହେଲେ ଆପତ୍ତି ନାହିଁ, ସ୍କୁଲ ଯିବା ପାଇଁ ରାସ୍ତା ପ୍ରାଥମିକତା: ବମ୍ବେ ହାଇକୋର୍ଟ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗ୍ରାମରେ ହେଲିପ୍ୟାଡ ନିର୍ମାଣ ପ୍ରସଙ୍ଗରେ ବମ୍ବେ ହାଇକୋର୍ଟଙ୍କ ଟିପ୍ପଣୀ । ହେଲିପ୍ୟାଡ୍‌ ହେଲେ ଆପତ୍ତି ନାହିଁ, କିନ୍ତୁ ସ୍କୁଲ ଯିବା ପାଇଁ ରାସ୍ତା ଓ ପୋଲ ନିର୍ମାଣ ପ୍ରାଥମିକତା ଆଧାରରେ ସୁନିଶ୍ଚିତ କରନ୍ତୁ ସରକାର । ସ୍ଥାୟୀ ସମାଧାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ।

9.ଓଡ଼ିଆ ବଜାର ହତ୍ୟା ଘଟଣା, ଅଭିଯୁକ୍ତର ଟେର୍ ପାଉନି ପୋଲିସ

ଓଡ଼ିଆ ବଜାର କୁତ୍ତାଖାଇ ଗଳିରେ ମହିଳାଙ୍କୁ ବେକ କାଟି ହତ୍ୟା ଘଟଣା । ୨୪ ଘଣ୍ଟା ପରେବି ପୋଲିସ ହାତ ଖାଲି ।

10.Most Stylish Awards 2022: ବଲିଉଡର ଷ୍ଟାଇଲିସ୍ କପଲ୍‌ ହେଲେ ଅର୍ଜୁନ କପୁର-ମଲାଇକା ଆରୋରା

ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁରଙ୍କ ସହ ସୁନ୍ଦର ଫଟୋ ସେୟାର କରିଛନ୍ତି । ଗତକାଲି ରାତିରେ ଏକ ଇଭେଣ୍ଟରେ ଏହି ଦମ୍ପତିଙ୍କୁ ଏକାଠି ଦେଖିବାକୁ ମିଳିଥିଲା ​​।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.