ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 9, 2021, 7:16 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ , ବଦଳିଲେ 25 ଅଧିକାରୀ

ରାଜ୍ୟରେ ଆଇଏଫଏସ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଲେ 25 ଅଧିକାରୀ । 25 ଜଣ ଅଧିକାରୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞ୍ୟପ୍ତି ।

2. କୋଭିଡ଼ ପରିଚାଳନା; BMCକୁ ଆଉ 20 କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋଭିଡ଼ ମୁକାବିଲା ଲାଗି ପୁଣି ଭଣ୍ଡାର ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁଣି 20 କୋଟି ଟଙ୍କା ବିଏମସିକୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

3. ଚାଷୀଙ୍କୁ ଭେଟି, ବଢିଲା ଧାନର MSP

ଲକଡାଉନ ସଙ୍କଟ ମଧ୍ୟରେ ଚାଷୀଙ୍କ ମେରୁଦଣ୍ଡ ସୁଦୃଢ ପାଇଁ ସରକାରଙ୍କ ବଡ ଘୋଷଣା । କେନ୍ଦ୍ର କ୍ୟାବିନେଟ ଧାନ ସମେତ ସବୁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛି ।

4. ମୁଖ୍ୟମନ୍ତ୍ରୀ-ବାଚସ୍ପତିଙ୍କୁ ଚିଠି; ବିଧାୟକ ପାଣ୍ଠି କୋଭିଡ୍ ଭିତ୍ତିଭୂମିରେ ଖର୍ଚ୍ଚ ପାଇଁ ଦାବି

ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ । ଏମଏଲଏ ଲ୍ୟାଡ଼ ଫଣ୍ଡକୁ କୋଭିଡ୍ ପରିଚାଳନା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କରିବାକୁ ଦାବି କରିଛନ୍ତି ।

5. ରଥଯାତ୍ରା ବିଷୟରେ ସ୍ପଷ୍ଟ କରୁ ପ୍ରଶାସନ: ସେବାୟତ

ତୃତୀୟ ଶ୍ରୀକ୍ଷେତ୍ର ବାଲେଶ୍ଵର ଜିଲ୍ଲାର ନୀଳଗିରିରେ ରଥଯାତ୍ରାକୁ ନେଇ ଦେଖା ଦେଇଥିବା ବିବାଦକୁ ନେଇ ସେବାୟତମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାକୁ ନେଇ ସେବାୟତମାନେ ପ୍ରଶାସନକୁ ରଥଯାତ୍ରା ହେବ କି ନାହିଁ ସ୍ପଷ୍ଟୀକରଣ ମାଗିଛନ୍ତି ।

6. ସାବିତ୍ରୀ ପୂର୍ବରୁ ଆକାଶ ଛୁଆଁ ଫଳ ଦର, ଅସନ୍ତୋଷ ଗ୍ରାହକ

ରାତି ପାହିଲେ ସାବିତ୍ରୀ । ସତ୍ୟବାନଙ୍କ ପାଇଁ ବ୍ରତ କରିବେ ସାବିତ୍ରୀ । । ମାତ୍ର ସାବିତ୍ରୀ ପୂର୍ବରୁ ଆକାଶ ଛୁଆଁ ଫଳ ଦର । ଆଜି କଟକର ବିଭିନ୍ନ ଫଳ ବଜାରରେ ବେଶ ଉଚ୍ଚା ଦରରେ ଫଳ ବିକ୍ରୟ ହେଉଥିଲା । ଏପରି ଦରକୁ ନେଇ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି ।

7. ମୌସୁମୀର ପ୍ରଥମ ବର୍ଷାରେ ବେହାଲ ମୁମ୍ବାଇ

ମୌସୁମୀ କାରଣରୁ ଦେଶର ବିଜନେସ କ୍ୟାପିଟାଲ ଓ ଏହାର ଉପକଣ୍ଠରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲୋକାଲ ଟ୍ରେନ ସେବାରେ ଉପୁଜିଛି ବାଧା ।

8. ଅଷ୍ଟ୍ରେଲିଆରୁ ଅକ୍ସିଜେନ କନସେନଟ୍ରେଟର ପଠାଇଲେ ବଲାଙ୍ଗୀରର ଡାକ୍ତରୀ ପୁଅ

ଅଷ୍ଟ୍ରେଲିଆରୁ ବଲାଙ୍ଗୀର ବାସୀଙ୍କ ପାଇଁ ଅକ୍ସିଜେନ କନସେନଟ୍ରେଟର ପଠାଇ ହୃଦୟ ଜିତିଲେ ଓଡିଆ ଡ଼ାକ୍ତର ଚିତ୍ତ ରଞ୍ଜନ ଯୋଶୀ ।

9. ସ୍ବାମୀଙ୍କଠୁ ଅଲଗା ହେବା ନେଇ ନୁସରତଙ୍କ କଡା ବୟାନ, ବୈଧ ନୁହେଁ ବିବାହ

ନୁସରତ ଜାହାଁଙ୍କ କହିବା ଅନୁଯାୟୀ, ତାଙ୍କର ଓ ନିଖଲ ଜୈନଙ୍କ ବିବାହ ତୁର୍କୀର ଆଇନ ଆଧାରରେ ହୋଇଥିଲା । ଏହି ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ । ତେବେ ତଲାକର ପ୍ରଶ୍ନ ଉଠୁନଥିବା ସେ କହିଛନ୍ତି ।

10. ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ନୈରାଶ୍ୟଜନକ ରେକର୍ଡ

WTC ଫାଇନାଲରେ ଶେଷହେବ କି ଭାରତର ବିଜୟ ବନବାସ ? ଆଇସିସି ଟୁର୍ଣ୍ଣାମେଣ୍ଟରେ 18 ବର୍ଷ ହେଲାଣି ନ୍ୟୁଜିଲାଣ୍ଡଠୁ ଜିତିପାରିନି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.