ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର... - ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jan 23, 2021, 3:11 PM IST

1-କିଡନୀ ଠକେଇ: 3 ଦିନିଆ ରିମାଣ୍ଡରେ ଗଲା ହିମାଂଶୁ ନନ୍ଦ

ରାଜଧାନୀରେ କିଡନୀ ରାକେଟ ଅଭିଯୁକ୍ତ ହିମାଂଶୁ ନନ୍ଦକୁ 3 ଦିନ ରିମାଣ୍ଡରେ ନେଲା ଲକ୍ଷ୍ମୀସାଗର ପୋଲିସ ।

2-ସର୍ବଭାରତୀୟ ଟୀକାକରଣ ରେସରେ ଓଡିଶା ତୃତୀୟ

ଟୀକାକରଣ ରେସରେ ଆଗରେ ଓଡିଶା । ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଟିକା ଦାନ କରାଯାଉଛି । ଗତକାଲି ଟିକା ନେବା ପରେ ଓଡିଶା ଏବେ ତୃତୀୟ ସ୍ଥାନରେ ପହଞ୍ଚିଛି ।

3-ଜନ୍ମମାଟିରେ ବୀର ସୁରେନ୍ଦ୍ର ସାଏଙ୍କୁ ନେତାଙ୍କ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର ବିଭିନ୍ନ ସ୍ଥାନରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡିନେତା ମାନେ ସମ୍ବଲପୁରରେ ପହଞ୍ଚି ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟା ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

4-ଅତ୍ୟାଧୁନିକ ନେତାଜୀ ବସ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ

କଟକରେ ବସ ଟର୍ମିନାଲରେ ଭତ୍ତିପ୍ରସ୍ତର ସ୍ଥାପନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ନେତାଜୀ ବସ ଟର୍ମିନାଲ ନାଁରେ ନିର୍ମାଣ ହେବ ଏହି ଟର୍ମିନାଲ୍ । ପ୍ରାୟ ୧୧୦୦୦ ବର୍ଗ ମିଟର ଅଞ୍ଚଳରେ ଏହାକୁ ନିର୍ମାଣ କରାଯିବ । ରାଜ୍ୟ ଗମନାଗମନ ବ୍ୟବସ୍ଥାରେ ଏହା ନୂଆ ଅଧ୍ୟାୟ ସୃଷ୍ଟି କରିବ ।

5-ବଜ୍ରକାପ୍ତା ଲିଙ୍କ୍‌ ଅଭିଯୋଗରେ ମାର୍ବଲ ବ୍ୟବସାୟୀ ଗିରଫ

ବଜ୍ରକାପ୍ତା ଲିଙ୍କ୍‌ ଅଭିଯୋଗରେ ମାର୍ବଲ ବ୍ୟବସାୟୀ ଗିରଫ । ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପ ପ୍ରସାଦର ଅଞ୍ଚଳର ଶିବରାମ ରଣଜିତକୁ ଗିରଫ କରାଯାଇଛି ।

6-ନଦୀରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ନଦୀରେ ବର୍ଜ୍ୟବସ୍ତୁ ଓ ମଇଳା ନ ପକାଇବା ପାଇଁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ଏହି ସମସ୍ୟା ପ୍ରତି ସମସ୍ତଙ୍କ ଧ୍ୟାନ ଆକର୍ଷଣ ହୋଇଛି ।

7-ସମୟ ପୂର୍ବରୁ ଆଗୁଆ ହୋଇପାରେ ପଶ୍ଚିମବଙ୍ଗ ନିର୍ବାଚନ !

ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ଘୋଷଣା ହୋଇପାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଫେବୃୟାରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହୋଇପାରେ ତାରିଖ ।

8-ଟ୍ରାନ୍ସଜେଣ୍ଡରଙ୍କ ଥଇଥାନ ପାଇଁ ସମସ୍ତ ରାଜ୍ୟ ମୁଖିଆଙ୍କୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

ଟ୍ରାନ୍ସଜେଣ୍ଡରଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ଗୃହ ମନ୍ତ୍ରଣାଳୟ (MHA) ୟୁନିଅନ ଟେରିଟୋରୀ ତଥା ରାଜ୍ୟର ସମସ୍ତ ମୁଖ୍ୟ ସଚିବଙ୍କୁ ଏକ ଚିଠି ଲେଖିଛି ଏବଂ ଏସମ୍ପର୍କରେ ପୋଲିସ ଏବଂ ଜେଲ ଅଧିକାରୀଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

9-ଜୟପୁର ବିମାନବନ୍ଦରରେ ଫସି ରହିଛି ଚାଇନାର କାର୍ଗୋ ବିମାନ

9ଘଣ୍ଟା ଧରି ବିମାନରେ ଫସି ରହିଛନ୍ତି ପ୍ରାୟ 6ରୁ ଊର୍ଦ୍ଧ୍ବ ପାଇଲଟ୍ ଏବଂ ଏୟାର ହୋଷ୍ଟେସ୍ । ଗତକାଲି ରାତିରେ ରାଜ୍ୟର ସବୁଠୁ ବଡ ଅନ୍ତର୍ଜାତୀୟ ଜୟପୁର ବିମାନବନ୍ଦରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

10-ଆସାମରେ ମୋଦି, ସିଭସାଗରରେ ଆଦିବାସୀଙ୍କୁ କଲେ ଜମି ପଟ୍ଟା ପ୍ରଦାନ

ଆସାମର ସିଭ୍ ସାଗରରେ ଏକ ଲକ୍ଷ ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ମୋଦି ଆଦିବାସୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.