ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 3, 2021, 1:01 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ରାଜ୍ୟରେ ପୁନଃ ସଂକ୍ରମଣ କମ୍ ରହିଛି: ILS ନିର୍ଦ୍ଦେଶକ

ରାଜ୍ୟରେ ବହୁତ କମ୍ ପୁନଃ ସଂକ୍ରମଣ ମାମଲା ରହିଛି । ବିଶେଷକରି ହସ୍ପିଟାଲ ଓ ହେଲଥ ୱାର୍କସଙ୍କ ନିକଟରେ ପୁନଃ ସଂକ୍ରମଣ ଅଧିକ ଦେଖାଯାଉଛି ।

2. ରାଜ୍ୟରେ ସର୍ବାଧିକ 42 ଜଣଙ୍କ ଜୀବନ ନେଲା କୋରୋନା, ସୁନ୍ଦରଗ଼ଡରୁ ସର୍ବାଧିକ ମୃତ୍ୟୁ

ରାଜ୍ୟରେ କିଛି ଦିନ ହେଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଥିବା ବେଳେ ମୃତ୍ୟୁରେ କିନ୍ତୁ ଲାଗୁନି ବ୍ରେକ । ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ 42 ଜଣଙ୍କ ହୋଇଛି ମୃତ୍ୟୁ ।

3. ଗତ 24 ଘଣ୍ଟାରେ 1.34 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 2887 ମୃତ

ଦିନକରେ ଦେଶରୁ ମୋଟ 1 ଲକ୍ଷ 34 ହଜାର 154 ନୂଆ ସଂକ୍ରମିତ ଚିହ୍ନଟ, 2887 ମୃତ ।

4. ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ଭି ସର୍ବେଶ୍ବର ରାଓଙ୍କୁ ମିଳିଲା ଜାମିନ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ବର ରାଓଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି ।

5. ବିଜେଡି କାର୍ଯ୍ୟାଳୟରେ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି

ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର ପଞ୍ଜଭୂତରେ ବିଲୀନ ହେବା ପୂର୍ବରୁ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ । ସେଠାରୁ କର୍ମସ୍ଥାନ ଏବଂ ଜନ୍ମସ୍ଥାନ ଯିବ ପାର୍ଥିବ ଶରୀର ।

6. 'ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ଓଡିଶାର ସ୍ବାଭିମାନ ପ୍ରତି ଆହ୍ୱାନ'

ରାଜ୍ୟସଭାକୁ ମହେଶ ଜେଠମାଲାନୀଙ୍କ ମନୋନୟନ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା । ଓଡିଶାର ସ୍ବାଭିମାନ ପ୍ରତି ଏକ ଆହ୍ୱାନ ବୋଲି କହିଲା ପାର୍ଟି ।

7. ମେହୁଲ ଚୋକସିଙ୍କ ଜାମିନ ଆବେଦନ ଖାରଜ କଲା ଡୋମିନିକା କୋର୍ଟ

ପଳାତକ ମେହୁଲ ଚୋକସି ଦେଶରେ ବେଆଇନ ପ୍ରବେଶ ମାମଲାକୁ ପ୍ରତ୍ୟାଖାନ କରିଛନ୍ତି ଡୋମିନିକା କୋର୍ଟ ।

8. ଶିଶୁଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କଲା ପାଟନା ଏମ୍ସ

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ19 କୋଭାକ୍ସିନର ଶିଶୁମାନଙ୍କ ଉପରେ ପ୍ରଭାବ ଜାଣିବାକୁ ପରୀକ୍ଷା କରିଛି ପାଟନାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ।

9. ଟିକା ପାଇଁ ନବୀନଙ୍କ ରଣନୀତି, ଜୋର ଧରିଛି ଚର୍ଚ୍ଚା

ଟିକାର ବିକେନ୍ଦ୍ରୀକରଣ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ଚିଠା ଲେଖିବା ପ୍ରସଙ୍ଗ । ଏହି ପ୍ରସ୍ତାବ ଉପରେ ଭାରତ ସରକାର ବିଚାର ବିମର୍ଷ କରୁଥିବା କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଯେଉଁଥିରୁ ନବୀନଙ୍କ ରଣନୀତି ସଫଳ ହୋଇଥିବା ନେଇ ଜୋର ଧରିଛି ଚର୍ଚ୍ଚା ।

10. ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ, ୬ ଅଟକ

ବାଲେଶ୍ବରରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ନିଜ ଆଡୁ ମାମଲା ରୁଜୁ କଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.