1-ଦେଶରେ କମୁଛି କୋରୋନା ସଂକ୍ରମଣ, ଗୋଟିଏ ଦିନରେ 45903 ପଜିଟିଭ ରିପୋର୍ଟ
ଭାରତରେ ତଳମୁହାଁ କୋରୋନା ଗ୍ରାଫ। ଗତ 24 ଘଣ୍ଟାରେ 45 ହଜାର 903ଟି କୋରୋନା ସଂକ୍ରମଣ ରିପୋର୍ଟ ହୋଇଛି।
2-ଆଜି ଆଣ୍ଟି ସାଟେଲାଇଟ ମିସାଇଲ ମଡେଲର ଉଦଘାଟନ
ଆଜି ଦିଲ୍ଲୀ ସ୍ଥିତ ଡିଆରଡିଓ ମୁଖ୍ୟାଳୟରେ ହେବ ଆଣ୍ଟି ସାଟେଲାଇଟ ମିସାଇଲ ସିଷ୍ଟମ ମଡେଲର ଉଦଘାଟନ ।
3-ମହାମାରୀରେ ସତ୍ତ୍ବେ ବିହାରରେ ବଢିଛି ମତଦାନ ହାର
ଏଥରର ବିହାର ବିଧାନସଭା ମତଦାନ ଉପରେ ନଜର ପକାଯାଏ ପୂର୍ବ ମତଦାନ ଅପେକ୍ଷା ବଢିଛି ମତଦାନ ହାର ।
4-ଟ୍ରମ୍ପଙ୍କୁ ହାର ସ୍ବୀକାର କରିବାକୁ କହିଲେ ପତ୍ନୀ ମେଲାନିଆ
5-ତେଲେଙ୍ଗାନା ବନ୍ୟା: କେନ୍ଦ୍ରରୁ ମିଳୁନି ସହାୟତା, ବର୍ଷିଲା ଟିଆରଏସ
ତେଲେଙ୍ଗାନାରେ ହୋଇଥିବା ବନ୍ୟାରେ କେନ୍ଦ୍ରରୁ କୌଣସି ସହାୟତା ମିଳୁନଥିବା ଦର୍ଶାଇ ବିଜେପି ଉପରେ ବର୍ଷିଛି ଟିଆରଏସ ।
6-ଦିଲ୍ଲୀରେ ବି ଫୁଟିବନି ବାଣ, ରଦ୍ଦ ହେଲା ସମସ୍ତ ଲାଇସେନ୍ସ
ରବିବାର ଦିଲ୍ଲୀ ପୋଲିସ ବାଣ ବିକ୍ରି ନେଇ ମିଳିଥିବା ଲାଇସେନ୍ସ ରଦ୍ଦ କରିଥିବା ଜଣାପଡିଛି ।
7-6 ବର୍ଷର ନାବାଳିକା ଦୁଷ୍କର୍ମ ପରେ ହତ୍ୟା, ଆଖୁ କ୍ଷେତରୁ ମିଳିଲା ମୃତଦେହ
8-ଗୋଟିଏ ପରିବାରର 4 ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା, 2 ପୋଲିସ ଗିରଫ
ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାରେ ଗୋଟିଏ ପରିବାରର ଆତ୍ମହତ୍ୟା ଘଟଣାରେ ଦୁଇ ପୋଲିସ ଅଧିକାରୀ ଗିରଫ ।
9-ପ୍ୟାରିସ ମାଷ୍ଟର୍ସ ଟାଇଟେଲ ଜିତିଲେ ଡାନିଲ ମେଡଭେଡେବ
ଆଲେକଜାଣ୍ଡର ଜର୍ଭଙ୍କୁ ହରାଇ ପ୍ରଥମ ଥର ପାଇଁ ପ୍ୟାରିସ ମାଷ୍ଟର୍ସ ଟାଇଟେଲ ଜିତିଲେ ଡାନିଲ ମେଡଭେଡେବ ।
10-ବଲିଉଡ ଡ୍ରଗ୍ସ ଲିଙ୍କ: ଦୀପିକାଙ୍କ ଏକ୍ସ ମ୍ୟାନେଜରଙ୍କ ଜାମିନ ଶୁଣାଣି ସ୍ଥଗିତ
ମଙ୍ଗଳବାର ଦୀପିକାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ ।