ETV Bharat / bharat

ଟପ ମାଓ କମାଣ୍ଡରକୁ ଗିରଫ କଲା ଝାଡଖଣ୍ଡ ପୋଲିସ, ମୁଣ୍ଡ ଉପରେ ଥିଲା 1 କୋଟି - ଝାଡଖଣ୍ଡ ପୋଲିସ

ଦୁର୍ଦ୍ଦାନ୍ତ ମାଓବାଦୀ ପ୍ରଶାନ୍ତ ବୋଷକୁ ଗିରଫ କୋଲା ଝାଡଖଣ୍ଡ ପୋଲିସ । ମୁଣ୍ଡପିଛା ଏକ କୋଟି ଟଙ୍କା ପୁରସ୍କାର ଘୋଷଣା କରିଥିଲା ପୋଲିସ । ଅଧିକ ପଢନ୍ତୁ...

Top Maoist leader Prashant Bose alias Kishan Da arrested by Jharkhand Police
ଟପ ମାଓ କମାଣ୍ଡରକୁ ଗିରଫ କଲା ଝାଡଖଣ୍ଡ ପୋଲିସ, ଘୋଷଣା ହୋଇଥିଲା 1 କୋଟି
author img

By

Published : Nov 12, 2021, 6:24 PM IST

Updated : Nov 12, 2021, 6:52 PM IST

ରାଞ୍ଚି: ଏକ କୋଟି ଟଙ୍କା ଘୋଷଣା ହୋଇଥିବା ମାଓବାଦୀଙ୍କୁ ଧରିଲା ଝାଡଖଣ୍ଡ ପୋଲିସ । ଝାଡଖଣ୍ଡ ପୋଲିସର ମୁଣ୍ଡବ୍ୟଥା ପାଲଟିଥିବା ପ୍ରଶାନ୍ତ ବୋଷ ଓରଫ କିଷାନ ଦା କୁ ଧରିବା ପାଇଁ ଏକ କୋଟି ଟଙ୍କା ଘୋଷଣା କରାଯାଇଥିଲା। ଏନେଇ ଝାଡଖଣ୍ଡ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଦୁର୍ଦ୍ଦାନ୍ତ ମାଓବାଦୀ ପ୍ରଶାନ୍ତ ବୋଷ ଓରଫ କିଷନ ଦାକୁ ଗିରଫ କରିଛି ଝାଡଖଣ୍ଡ ପୋଲିସ । ଏହା ପୋଲିସ ପାଇଁ ଏକ ବଡ ସଫଳତା। କାରଣ ଏହି ଟପ ମାଓବାଦୀଙ୍କୁ ଧରିବା ପାଇଁ ପୋଲିସ ଏକ କୋଟି ଟଙ୍କା ଘୋଷଣା କରିଥିଲା। ଶୁକ୍ରବାର ଜାମସେଦପୁରରୁ ଏହି ଟପ ମାଓ କମାଣ୍ଡର ପ୍ରଶାନ୍ତ ବୋଷ ଓରଫ କିଷନ ଦା ଓ ତାଙ୍କ ପତ୍ନୀ ଶିଲା ମାରାଣ୍ଡିକୁ ଗିରଫ କରିଛି ପୋଲିସ । ବିଶେଷ କରି ଝାଡଖଣ୍ଡ-ବିହାର ମାଓ ସଂଗଠନର ସୁପ୍ରିମୋ କମାଣ୍ଡର ଥିଲେ। ଏହି ଟପ ମାଓବାଦୀ ଜଣକ ବହୁ ମାଓହିଂସାରେ ସାମିଲ ରହିବା ସହ ପୋଲିସର ବିପୁଳ କ୍ଷତି କରିଛି ।

ତେବେ ଏହି ଘଟଣାକୁ ନେଇ ପୋଲିସ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ । ସୂଚନାଅନୁସାରେ ତାଙ୍କୁ ଗିରଫ କରି ସୁରକ୍ଷା ଅଧିକାରୀ ମାନେ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

Last Updated : Nov 12, 2021, 6:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.