ETV Bharat / bharat

ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଉଚ୍ଛେଦ ହେବ ଟୋଲ ଗେଟ: ଗଡକରୀ

author img

By

Published : Mar 18, 2021, 8:20 PM IST

ଲୋକସଭାରେ ନୀତିନ ଗଡକରୀ ଆହୁରି କହିଛନ୍ତି ଯଦି ଆମେ ଏବେ ତୁରନ୍ତ ଟୋଲ ଗେଟ ପ୍ରତ୍ୟାହାର କରିବୁ ରାସ୍ତା ନିର୍ମାଣ କରିଥିବା କମ୍ପାନୀ କ୍ଷତିପୂରଣ ମାଗିବେ ।

Gadkari
Gadkari

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଆଜି ( ଗୁରୁବାର) ଲୋକସଭାରେ ବଡ ଘୋଷଣା କରିଛନ୍ତି । ନୀତିନ ଗଡକରୀ କହିଛନ୍ତି ସରକାର ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ଦେଶରେ ଥିବା ସମସ୍ତ ଟୋଲ ଗେଟ ହଟାଇଦେବେ । ସେହିପରି ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ସରକାର ଟୋଲ ଟିକସ ଆଦାୟକୁ ସରଳ ଓ ସହଜ କରିବେ । ଲୋକଙ୍କୁ ସେତିକି ଟ୍ୟାକ୍ସ ଦେବାକୁ ପଡିବ ଯେତିକି ହିଁ ବ୍ୟବହାର କରିବେ ।

ସେହିପରି ଲୋକସଭାରେ ନୀତିନ ଗଡକରୀ ଆହୁରି କହିଛନ୍ତି ଯଦି ଆମେ ଏବେ ତୁରନ୍ତ ଟୋଲ ଗେଟ ପ୍ରତ୍ୟାହାର କରିବୁ ରାସ୍ତା ନିର୍ମାଣ କରିଥିବା କମ୍ପାନୀ କ୍ଷତି ପୂରଣ ମାଗିବେ । ସେଥିପାଇଁ ସମ୍ପୂର୍ଣ୍ଣ ଟୋଲ ଗେଟ ପ୍ରତ୍ୟାହାର ପାଇଁ କିଛି ସମୟ ଲାଗିବ କହିଲେ ।

ସଡକ ପରିବହନ ମନ୍ତ୍ରୀ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ଟୋଲ ଆଦାୟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.