ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ହେଭିଓ୍ବେଟଙ୍କ ପ୍ରଚାରରେ ସରଗରମ ହେଲାଣି ପ୍ରଚାର ମଇଦାନ । ଏହାରି ମଧ୍ୟରେ ଆଜି ଉତ୍ତର ପ୍ରଦେଶରେ ୧୫ ଜଣ ପ୍ରାର୍ଥୀଙ୍କ ପାଇଁ ରାଲି କରିବେ ପ୍ରଧାନମନ୍ତ୍ରୀ । ଭର୍ଚ୍ଚୁଆଲ୍ ମୋଡରେ ଉଦ୍ଧମ ସିଂହନଗର ଓ ନୈନିତାଲରେ ରାଲି କରିବେ ମୋଦି। ଏହି ରାଲି ରୁଦ୍ରପୁର ବିଧାନସଭାର ପାଞ୍ଚଟି ସ୍ଥାନରେ ସିଧାପ୍ରସାରଣ ହେବ। ରୁଦ୍ରପୁର ବିଧାନସଭାରେ ବିଜେପି ପ୍ରାର୍ଥୀ ଶିବ ଆରୋରାଙ୍କ ସମର୍ଥନରେ ପ୍ରଧାନମନ୍ତ୍ରୀ ମୋଦି ଏହି ରାଲିରେ ସମ୍ବୋଧିତ କରିବେ।
ବିଜେପି ଜିଲ୍ଲା ଗଣମାଧ୍ୟମ ଦାୟିତ୍ୱରେ ଥିବା ଲଳିତ ମିଗଲାନି କହିଛନ୍ତି ଯେ ଆଜି ମଧ୍ୟାହ୍ନ 12 ଟାରେ ପ୍ରଧାନମନ୍ତ୍ରୀ ରୁଦ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭର୍ଚୁଆଲ ରାଲିରେ ସମ୍ବୋଧିତ କରିବେ। ଏହାର ସିଧାପ୍ରସାରଣ ଟ୍ରାଞ୍ଜିଟ୍ କ୍ୟାମ୍ପ, ଫୁଟବଲ୍ ଗ୍ରାଉଣ୍ଡ, ରାମପୁରାର ରାମ ଆର୍ଯ୍ୟ ପାର୍କ, ମୁଖ୍ୟ ବଜାରର ଆମ୍ବେଦକର ପାର୍କ ଏବଂ ଗ୍ରାମାଞ୍ଚଳର ରାଧାକାନ୍ତ ପୁର ଠାରେ ପ୍ରସାରିତ ହେବ। ଏହି ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମତ ଏଲଇଡି ମାଧ୍ୟମରେ ଶୁଣିବାକୁ ବ୍ୟବସ୍ଥା କରାଯାଇଛି।
ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଡେରାଡୁନ ଏବଂ ହରିଦ୍ବାରର ଜନତାଙ୍କୁ ଭର୍ଚ୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ନିଶ୍ଚିତ। କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ ସେମାନେ ଉତ୍ତରାଖଣ୍ଡର ସ୍ବପ୍ନକୁ ମାରିଦେବାକୁ ଚାହାନ୍ତି । ବିଶ୍ୱବିଦ୍ୟାଳୟ ନାମରେ କଂଗ୍ରେସ ଉତ୍ତରାଖଣ୍ଡକୁ ସନ୍ତୁଷ୍ଟ କରୁଛି। ତେବେ ମୋଦି ମୁସଲିମ ବିଶ୍ୱବିଦ୍ୟାଳୟ ଆଡକୁ ଇଙ୍ଗିତ କରୁଥିବା ଅନୁମାନ କରାଯାଉଛି ।