ହାଇଦ୍ରାବାଦ: ଆଜି ଗୁଗୁଲ ଡୁଡୁଲରେ ସ୍ଥାନ ପାଇଛି ଜାପାନର Tanabata । ଏହା ଜାପାନର ଏକ ପର୍ବ । ଓରିହାଇମ୍ ଏବଂ ହିକୋବୋସି ନାମକ ଦୁଇ ତାରକାଙ୍କ କାଳଜୟୀ କାହାଣୀକୁ ମନେପକାଇ ଏହି ଦିବସ ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ, ପ୍ରତିବର୍ଷ ଆଜିର ଦିନରେ ଉଭୟେ ଛାୟାପଥରେ ଏକାଠି ହୋଇପାରିବେ ।
ଓରିହାଇମ୍ ଜାପାନର ଜଣେ ରାଜକୁମାରୀ ଥିଲେ ଯିଏକି ତାଙ୍କ ପିତା ସ୍କାଏ କିଙ୍ଗଙ୍କ ସହ ମିଶି ବସ୍ତ୍ର ବୁଣୁଥିଲେ । ଦିନେ ସେ ହିକୋବୋସି ନାମକ ଏକ ଗାଇଚରାଳିଙ୍କ ସହ ଦେଖାହେବା ସହ ତାଙ୍କ ପ୍ରେମରେ ପଡ଼ିଗଲେ । ଏହାପରେ ଭଉୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଧିକ ମଜଭୁତ ହେବାସହ ଅଧିକ ସମୟ ବିତାଉଥିଲେ । ଏଥିରେ ଓରିହାଇମଙ୍କ ବାପା କ୍ରୋଧାନ୍ବିତ ହୋଇ ହିକୋବୋସିଙ୍କୁ ହତ୍ୟା କରିଥିଲେ ।
ଏଥିପାଇଁ ଜାପାନବାସୀ ଆଜିର ଦିନରେ ଆକାଶରେ ବେଲୁନ ଉଡାଇଥାନ୍ତି । ଯାହାଦ୍ବାରାକି ପ୍ରେମୀଯୁଗଳଙ୍କୁ ଏକାଠି ହେବାପାଇଁ ଆଉ କେହି ଅଟକେଇ ପାରିବେ ନାହିଁ । ଲୋକମାନେ ସେମାନଙ୍କର ଇଚ୍ଛାକୁ କାଗଜର ରଙ୍ଗୀନ ଷ୍ଟ୍ରିପ୍ (Tanzaku) ରେ ଲେଖି ଆକାଶରେ ଉଡାଇଥାନ୍ତି ।