ETV Bharat / bharat

ତାମିଲନାଡୁ ଛାତ୍ରୀ ମୃତ୍ୟୁ: ହାଇକୋର୍ଟଙ୍କ ନିର୍ଦ୍ଦେଶ, ବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ କରିବେ Jipmer ଡାକ୍ତର

author img

By

Published : Jul 23, 2022, 9:43 AM IST

ତାମିଲନାଡୁରେ କଲେଜ ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ମାମଲା । ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ବିଶ୍ଲେଷଣ କରିବାକୁ Jipmer ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ତାମିଲନାଡୁ ଛାତ୍ରୀ ମୃତ୍ୟୁ: ବ୍ୟବଚ୍ଛେଦ ରିପୋର୍ଟ ଯାଞ୍ଚ କରିବେ Jipmer ଡାକ୍ତର, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଚେନ୍ନାଇ: ତାମିଲନାଡୁ କଲ୍ଲାକୁରିଚି ସ୍ଥିତ କଲେଜ ହଷ୍ଟେଲରେ ଯୁକ୍ତ ଦୁଇ ଛାତ୍ରୀ ମୃତ୍ୟୁ ମାମଲା । ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ବିଶ୍ଲେଷଣ କରିବେ ଜବାହାରଲାଲ ଇଷ୍ଟିଚ୍ୟୁଟ ଅଫ୍ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(Jipmer)ର ଡାକ୍ତର ଟିମ୍ । ଏହାସହିତ ମାସକ ଭିତରେ ଟିମ୍ ଏହାର ରିପୋର୍ଟ କୋର୍ଟରେ ଦାଖଲ କରିବେ । ଶୁକ୍ରବାର ମାଡ୍ରାସ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋର୍ଟଙ୍କ ପରାମର୍ଶକ୍ରମେ ମୃତ୍ୟୁର ୧୦ ଦିନ ପରେ ଶେଷରେ ପରିବାର ଲୋକେ ଝିଅର ମୃତଦେହ ଗ୍ରହଣ କରିଛନ୍ତି ।

ଗତ ୧୩ ତାରିଖ ଦିନ ଉକ୍ତ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । କଲ୍ଲାକୁରିଚି ଅନ୍ତର୍ଗତ କନିୟାମୂର ଅଞ୍ଚଳର ଏକ ଘରୋଇ ଆବାସିକ ବିଦ୍ୟାଳୟରେ ସେ ପାଠ ପଢୁଥିବା ବେଳେ କଲେଜ ହଷ୍ଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ରୀ ରହୁଥିବା ହଷ୍ଟେଲ ରୁମର ତିନି ମହଲାରୁ ସେ ଡେଇଁ ଜୀବନ ହାରିଥିବା ସନ୍ଦେହ କରାଯାଇଥିଲା । ଏହି ଘଟଣା ପ୍ରତିବାଦରେ ଗତ ୧୭ ତାରିଖରେ କଲେଜରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା । ବିକ୍ଷୋଭକାରୀ କଲେଜରେ ପଶି ଭଙ୍ଗାରୁଜା କରିଥିଲେ । ସେପଟେ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ ଏଥିରେ ସନ୍ଦେହ ପ୍ରକଟ କରି ମୃତକଙ୍କ ପରିବାର ଲୋକେ ତାଙ୍କ ଜଣାଶୁଣା ଡାକ୍ତରଙ୍କ ଉପସ୍ଥିତିରେ ଦ୍ବିତୀୟ ଥର ମୃତଦେହ ବ୍ୟବଚ୍ଛେଦ ପାଇଁ କୋର୍ଟର ଦ୍ବାରସ୍ତ ହୋଇଥିଲେ ଏବଂ ମେଡିକାଲରୁ ମୃତଦେହ ଗ୍ରହଣ କରିନଥିଲେ ।

ଏହାକୁ ନେଇ କୋର୍ଟ ଆବେଦନକାରୀ ଛାତ୍ରୀଙ୍କ ବାପାଙ୍କୁ କହିଥିଲେ, ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ କୋର୍ଟ ଦ୍ବାରା ଡାକ୍ତର ଟିମ୍ ଗଠନ ହୋଇଥିଲା । ତେଣୁ ଏଥିରେ କୌଣସି ତ୍ରୁଟି ହେବାର ପ୍ରଶ୍ନ ଉଠୁନି । ଫରେନସିକ ଟିମ୍ ମଧ୍ୟ ପ୍ରଥମ ଓ ଦ୍ବିତୀୟ ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ଅସାମଞ୍ଜସ୍ୟତା ନଥିବା କହିଥିଲେ । ଦୁଇଟିଯାକ ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯାଇଥିଲା । ତେଣୁ ପରିବାର ଲୋକେ ଚାହିଁଲେ ଏହାକୁ ଦେଖିପାରିବେ ବୋଲି କୋର୍ଟ କହିଥିଲେ । ଏହାସହିତ ଶୁକ୍ରବାର କୋର୍ଟ ମାମଲାର ବିଚାର କରି ପୋଷ୍ଟମର୍ଟମ ରିପୋର୍ଟ ବିଶ୍ଲେଷଣ ପାଇଁ Jipmer ଡାକ୍ତର ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.