ETV Bharat / bharat

ଅଭିଷେକ ବାନାର୍ଜୀଙ୍କ କାରକେଡ ଉପରେ ଆକ୍ରମଣ, ବିଜେପି ଉପରେ ଦୋଷ ଲଦିଲେ - ମମତା ବାନାର୍ଜୀଙ୍କ ପୁତୁରା ଗାଡିକୁ ଆକ୍ରମଣ

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାରକେଡ ଉପରେ ଆକ୍ରମଣ । ଭାଙ୍ଗିଲା କ୍ୟାବିନେଟ ମନ୍ତ୍ରୀଙ୍କ ଗାଡି । ଅଧିକ ପଢନ୍ତୁ

ଅଭିଷେକ ବାନାର୍ଜୀଙ୍କ କାରକେଡ ଉପରେ ଆକ୍ରମଣ
ଅଭିଷେକ ବାନାର୍ଜୀଙ୍କ କାରକେଡ ଉପରେ ଆକ୍ରମଣ
author img

By

Published : May 27, 2023, 10:33 AM IST

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ କାରକେଡ ଉପରେ ଆକ୍ରମଣ । ଗତକାଲି (ଶୁକ୍ରବାର) ଝାରଗ୍ରାମ ଜିଲ୍ଲାରେ ଏକ ରୋଡ ଶୋ' ସମୟରେ ଏହି ଆକ୍ରମଣ ହୋଇଛି । ଆକ୍ରମଣକାରୀ ଗାଡିକୁ ପଥରମାଡ କରିବା ସହ ବାଉଁଶ ଓ ରଡ୍‌ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଆକ୍ରମଣରେ କାରକେଡରେ ସାମିଲ ଅନେକ ଗୁଡିଏ ଗାଡିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ବୀରବହ ହାଂସଦାଙ୍କ କାର୍ ଉପରେ ମଧ୍ୟ ଆକ୍ରମଣ କରାଯାଇଛି । କୁର୍ମି ସମ୍ପ୍ରଦାୟର ଲୋକେ ଏହି ଆକ୍ରମଣ କରିଥିବାର ସୂଚନା ମିଳିଛି ।

ଆକ୍ରମଣ ପାଇଁ ଟିଏମସି ନେତା ଅଭିଷେକ ବାନାର୍ଜୀ ବିଜେପିକୁ ଦାୟୀ କହିଛନ୍ତି । କୁର୍ମି ସମ୍ପ୍ରଦାୟ ବେଶରେ ବିଜେପି ସଦସ୍ୟ ଆକ୍ରମଣ କରିଛନ୍ତି ବୋଲି ସାଂସଦ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, କିଛି ଲୋକେ ଭୟର ବାତାବରଣ ସୃଷ୍ଟି କରିଥିଲେ ଏବଂ କାରକେଡ ଉପରେ ଆକ୍ରମଣ କରିଥିଲେ । ପଥରମାଡ ଓ ଭଙ୍ଗାରୁଜାରେ ଅନେକ କାର୍‌ର କାଚ ଭାଙ୍ଗି ଯାଇଥିବା ବେଳେ ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଆକ୍ରମଣରେ ମନ୍ତ୍ରୀ ବୀରବହ ହାଂସଦାଙ୍କ ଗାଡି ଭାଙ୍ଗି ଯାଇଛି । ଏନେଇ ସେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କ ସହ କଥା ହୋଇ ଘଟଣାର ବିସ୍ତୃତ ରିପୋର୍ଟ ମାଗିଛନ୍ତି ଏବଂ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶଥାଉ କି, ଗତକାଲି ସାଂସଦ ଅଭିଷେକ ବାନାର୍ଜୀ ଝାରଗ୍ରାମର ବିନପୁର ଓ ଗୋପିବଲ୍ଲଭପୁର ଅଞ୍ଚଳରେ ରୋଡ ଶୋ' କରିଥିଲେ । ସାଲବୋନି ଅଞ୍ଚଳରେ ତାଙ୍କର ରାଲି ପ୍ରବେଶ କରିବା ବେଳେ ଏସଟି ମାନ୍ୟତା ଦାବିରେ ଆନ୍ଦୋଳନ କରୁଥିବା କୁର୍ମି ସମ୍ପ୍ରଦାୟର ଲୋକେ ରାସ୍ତାର ଦୁଇପାର୍ଶ୍ବରେ ଜମା ହୋଇଯାଇ ଜୋରଦାର ବିକ୍ଷୋଭ କରିଥିଲେ । କାରକେଡ ଆଗକୁ ବଢିବା ମାତ୍ରେ ଆନ୍ଦୋଳନକାରୀ ପ୍ରବଳ ପଥରମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସେମାନେ ମନ୍ତ୍ରୀ ହାଂସଦାଙ୍କ କାର୍ ଉପରକୁ ଆକ୍ରମଣ କରିଥିଲେ । ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ତେବେ ଏହି ଆକ୍ରମଣ ଘଟଣାରେ କାହାକୁ ଗିରଫ କରାଯାଇଛି ନା ନାହିଁ ସେନେଇ କୌଣସି ସୂଚନା ନାହିଁ ।

ଅନ୍ୟପଟେ ଆକ୍ରମଣ ପଛରେ ବିଜେପିକୁ ଦାୟୀ କରି ଅଭିଷେକ କହିଛନ୍ତି, ଗଣତାନ୍ତ୍ରିକ ଆନ୍ଦୋଳନକୁ ମୁଁ ସମର୍ଥନ କରେ । କେହି ମୋ ସହିତ କଥାହେବାକୁ ଚାହୁଁଥିଲେ ନିଶ୍ଚିତ ରୂପେ ଆସିପାରିବେ । ହେଲେ ପଥରମାଡ, ଭଙ୍ଗାରୁଜା ଓ ଏବଂ ଲୋକଙ୍କୁ ପିଟିବା କେଉଁ ପ୍ରକାର ବିକ୍ଷୋଭ । ତେବେ କୁର୍ମି ସମ୍ପ୍ରଦାୟ ବେଶରେ ବିଜେପିର କିଛି ବଦମାସ ଏହି ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.