ETV Bharat / bharat

ବାଲିଗଞ୍ଜ ବିଧାୟକ ଭାବେ ଶପଥ ନେଲେ ବାବୁଲ ସୁପ୍ରିୟୋ - ବାଲିଗଞ୍ଜ ବିଧାୟକ ଭାବେ ଶପଥ ନେଲେ ବାବୁଲ ସୁପ୍ରିୟୋ

ବହୁ ଟଣାଓଟରା ଜଟିଳତା ପରେ ଶପଥ ନେଇଛନ୍ତି ବାବୁଲ ସୁପ୍ରିୟୋ । ବାଲିଗଞ୍ଜ ବିଧାୟକ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି ଟିଏମସି ନେତା ବାବୁଲ ସୁପ୍ରିୟୋ । ଅଧିକ ପଢନ୍ତୁ

ବାଲିଗଞ୍ଜ ବିଧାୟକ ଭାବେ ଶପଥ ନେଲେ ବାବୁଲ ସୁପ୍ରିୟୋ

author img

By

Published : May 12, 2022, 7:15 AM IST

କୋଲକାତା: ବହୁ ଟଣାଓଟରା ଓ ବିବାଦ ପରେ ଶପଥ ନେଇଛନ୍ତି ବାବୁଲ ସୁପ୍ରିୟୋ । ବାଲିଗଞ୍ଜ ବିଧାୟକ ଭାବେ ବୁଧବାର ଶପଥ ଗ୍ରହଣ କରିଛନ୍ତି ଟିଏମସି(TMC) ନେତା ବାବୁଲ ସୁପ୍ରିୟୋ । ରାଜ୍ୟ ବିଧାନସଭା ଉପ ବାଚସ୍ପତି ଆଶିଷ ବାନାର୍ଜୀ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏପ୍ରିଲ 12ରେ ବାଲିଗଞ୍ଜ କେନ୍ଦ୍ରରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏପ୍ରିଲ 16ରେ ଫଳାଫଳ ବାହାରିଥିଲା ।

ସେବେଠୁ ରାଜ୍ୟପାଳ ଜଗଦୀପ ଧନଖରଙ୍କ ପାଇଁ ବାବୁଲ ସୁପ୍ରୟୋ ଶପଥ ନେଇ ପାରୁନଥିବା ଅଭିଯୋଗ ହୋଇଥିଲା । କାରଣ ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳ ଶପଥ ଗ୍ରହଣକୁ ସ୍ଥଗିତ ରଖିଥିଲେ । ବିଧାନସଭା ବାଚସ୍ପତି ବିମାନ ବନ୍ଦୋପାଧ୍ୟାୟ ରାଜ୍ୟପାଳଙ୍କ ଭୂମିକାକୁ ନିନ୍ଦା କରିଥିଲେ । ରାଜ୍ୟ ସରକାରଙ୍କ ସଂସଦୀୟ ବିଭାଗ ଏହି ପ୍ରସଙ୍ଗରେ ଆପତ୍ତି ଉଠାଇବା ପରେ ଉପ ବାଚସ୍ପତି ଆଶିଷ ବାନାର୍ଜୀଙ୍କୁ ଶପଥ ଗ୍ରହଣ କରିବାର ଦାୟିତ୍ବ ଦେଇଥିଲେ ।

ଜଟିଳତାକୁ ଦୂର କରିବା ପରେ ଶେଷରେ ବିଧାୟକ ଭାବେ ଦାୟିତ୍ବ ନେଇଛନ୍ତି ବାବୁଲ ସୁପ୍ରିୟୋ । ବାଲିଗଞ୍ଜ ବିଧାନସଭା ଉପନିର୍ବାଚନର ଫଳାଫଳ ଫଳାଫଳକୁ ପ୍ରାୟ 24 ଦିନ ବିତିଥିଲେ ସୁଦ୍ଧା ରାଜଭବନ ଏବଂ ବିଧାନସଭା ମଧ୍ୟରେ ବିବାଦ ହେତୁ ବାବୁଲ ସୁପ୍ରିୟୋ ଶପଥ ପାଠ କରି ପାରିନଥିଲେ । ଶେଷରେ ସବୁ ସମସ୍ୟା ଭିତରେ ଶପଥ ଗ୍ରହଣ କରିଛନ୍ତି ସୁପ୍ରିୟୋ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.