ETV Bharat / bharat

କୋଇଲା ଦୁର୍ନୀତି: ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ସିବିଆଇ କରୁଛି ଜେରା

author img

By

Published : Feb 23, 2021, 2:53 PM IST

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରୁଛି। ଅଧିକ ପଢନ୍ତୁ...

ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ସିବିଆଇ କରୁଛି ଜେରା

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା କରୁଛି। ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ ଆସିବା ପୂର୍ବରୁ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଥିଲେ। ମମତାଙ୍କ ଯିବା ପରେ ସିବିଆଇ ଅଭିଷେକଙ୍କ ଘରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମମତା, ରୁଜିରାଙ୍କୁ ଭେଟିଥିଲେ। ବର୍ତ୍ତମାନ ସିବିଆଇ ଅଭିଷେକଙ୍କ ପତ୍ନୀଙ୍କୁ କୋଇଲା ସ୍କାମ ମାମଲାରେ ପଚରାଉଚରା କରୁଛି। ସିବିଆଇ ଟିମ୍ ରୁଜିରାଙ୍କ ଘରେ ଉପସ୍ଥିତ ଅଛି ।

ସୋମବାର ସିବିଆଇର ଟିମ୍ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭଉଣୀ ମନେକା ଗମ୍ଭୀରଙ୍କ ବାସଭବନରେ ପହଞ୍ଚି ପଚରାଉଚରା କରିଥିଲେ। ରବିବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର ଏକ ଟିମ୍ କୋଲକାତା ଘରକୁ ଯାଇ ରୁଜିରାଙ୍କୁ କୋଇଲା ଚୋରି ମାମଲାର ତଦନ୍ତରେ ଜଡିତ ହେବାକୁ ନୋଟିସ୍ ଦେଇଛନ୍ତି। ଘରେ ରୁଜିରା ଉପସ୍ଥିତ ନଥିଲେ।

ଅନ୍ୟପକ୍ଷେ ସିବିଆଇର ଦୁଇଜଣ ମହିଳା ଅଧିକାରୀ ସୋମବାର ରୁଜିରାଙ୍କ ଭଉଣୀ ମନେକା ଗମ୍ଭୀରଙ୍କ କୋଲକାତା ବାସଭବନରେ ପହଞ୍ଚି ତାଙ୍କୁ ପ୍ରାୟ ତିନି ଘଣ୍ଟା ଧରି ପଚରାଉଚରା କରିଥିଲେ। ସେ କହିଛନ୍ତି ଯେ ସିବିଆଇର ଦୁର୍ନୀତି ନିବାରଣ ଶାଖାର ଅଧିକାରୀମାନେ ତାଙ୍କ ଆର୍ଥିକ କାରବାର ସମ୍ପର୍କରେ ସୂଚନା ପାଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.