ETV Bharat / bharat

ବ୍ୟାରିକେଡ ନିକଟରେ ଭୋଜନ କଲେ ଚାଷୀ ନେତା ରାକେଶ ଟିକାୟତ

author img

By

Published : Feb 2, 2021, 7:00 PM IST

ବ୍ୟାରିକେଡ ନିକଟରେ ଭୋଜନ କଲେ ଚାଷୀ ନେତା ରାକେଶ ଟିକାୟତ । ଯେ ପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରା ନ ଯାଇଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ଅଧିକ ପଢନ୍ତୁ...

tikait ate food on the ground near the barricade on the border
ବ୍ୟାରିକେଟ ନିକଟରେ ଭୋଜନ କଲେ ଚାଷୀ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ : ଜାରି ରହିଛି ଚାଷୀ ଆନ୍ଦୋଳନ । ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । ତେବେ ଚାଷୀଙ୍କ ଏହି ଆନ୍ଦୋଳନରେ ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଦ୍ବାରା ସୀମାକୁ ସିଲ୍ କରାଯାଇଛି । ବ୍ୟାରିକେଡ୍ ଉପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ନୋଟିସ ମଧ୍ୟ ଲଗାଯାଇଛି ।

ଧାରା 144 ବିଷୟରେ ଏହି ନୋଟିସରେ ଉଲ୍ଲେଖ ରହିଛି । ଏହାସହ ଏଠାରେ କୌଣସି ସମାବେଶ କି ପ୍ରଦର୍ଶନ ଅନୁମତି ନାହିଁ ବୋଲି ଉଲ୍ଲେଖ ରହିଛି । କୃଷକ ଆନ୍ଦୋଳନର ନେତୃତ୍ବ ନେଉଥିବା କୃଷକ ନେତା ରାକେଶ ଟିକାୟତ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଦ୍ବାରା ଲଗାଯାଇଥିବା ବ୍ୟାରିକେଡ ନିକଟରେ ବସି ଖାଉଥିବା ଦେଖିବାକୁ ମିଳିଛି । କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ଯେ ଆମେ ଗରିବଙ୍କ ରୁଟିକୁ ବନ୍ଧକ ପକାଇବାକୁ ଦେବୁନି । ସରକାର ସମସ୍ତ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରାଯିବା ଉଚିତ୍ | ଯେ ପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରା ନ ଯାଇଛି । ସେପର୍ଯ୍ୟନ୍ତ ଗାଜିପୁର ସୀମାରେ ଆନ୍ଦୋଳନ ଜାରି ରଖିବୁ ବୋଲି ସେ ଚେତାବନୀ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.