ETV Bharat / bharat

ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ବାପ ପୁଅ ସମେତ ୩ ମୃତ

author img

By

Published : Oct 13, 2022, 9:49 PM IST

ରାଜସ୍ଥାନ ଭରତପୁର ଜିଲ୍ଲାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିୟମ ହୋଇଛି । ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

three person of same family died in firing between two parties over old dispute in Rajasthan
ରାଜସ୍ଥାନରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ବାପପୁଅ ସମେତ ୩ ମୃତ

ଜୟପୁର: ରାଜସ୍ଥାନ ଭରତପୁର ଜିଲ୍ଲାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିୟମ ହୋଇଛି । ଫଳରେ ଗୋଟିଏ ପରିବାରର ତିନି ସଦସ୍ୟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ଓ ବାପା ରହିଛନ୍ତି । ସେହିଭଳି ଏହି ଗୁଳିକାଣ୍ଡରେ ଦୁଇଜଣ ଗୁରୁତର ଭାବରେ ଆହତ ମଧ୍ୟ ହୋଇଛନ୍ତି ।

ସୂଚନା ମୁତାବକ ଭରତପୁର ଜିଲ୍ଲାର ପଥୌନା ଗ୍ରାମରେ ବିଜେନ୍ଦ୍ର ଓ ଧର୍ମେନ୍ଦ୍ର ନାମକ ଦୁଇ ବ୍ୟକ୍ତିଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଗୁରୁବାର ସନ୍ଧ୍ୟା ଦୁଇ ପକ୍ଷ କୌଣସିମତେ ସାମ୍ନାସାମ୍ନି ପଡ଼ି ଯାଇଥିଲେ । ଏହାପରେ ଉତ୍ତେଜିତ ପରିବାର ଲୋକେ ପରସ୍ପର ଉପରକୁ ଗୁଳି ଚଳାଇବା ଆରମ୍ଭ କରି ଦେଇଥିଲେ । ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକମାନେ ହେଉଛନ୍ତି ୫୫ ବର୍ଷୀୟ ବିଜେନ୍ଦ୍ର, ତାଙ୍କ ବଡ଼ ପୁଅ ୨୮ ବର୍ଷୀୟ ହେମୁ ଓ ସାନପୁଅ ୨୪ ବର୍ଷୀୟ କିଶନ । ଅନ୍ୟପକ୍ଷରେ ବିରୋଧୀ ଗୋଷ୍ଠୀର ସତ୍ୟେନ୍ଦ୍ର ଓ ଧର୍ମେନ୍ଦ୍ର ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଆର୍‌ବିଏମ୍‌ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.