ETV Bharat / bharat

Noida Rape Case: ଦ୍ବାଦଶ ଶ୍ରେଣୀର ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଅଶ୍ଳୀଳ ଭିଡିଓ କରିଥିବା ସୂଚନା - ଗଣଦୁଷ୍କର୍ମ

ଗ୍ରେଟର ନୋଏଡ଼ାରେ ଛାତ୍ରୀଙ୍କୁ ୫ ମାସ ଧରି ପ୍ରେମିକ ଓ ବନ୍ଧୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 20, 2023, 9:15 PM IST

ନୂଆଦିଲ୍ଲୀ: ଗ୍ରେଟର ନୋଏଡା ଥାନା ବିଟା-୨ ଅଞ୍ଚଳରେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହାସହିତ ଅଶ୍ଳୀଳ ଭିଡିଓ ମଧ୍ୟ ଉତ୍ତୋଳନ ହୋଇଥିବା ନେଇ ସୂଚନା ମିଳିଛି । ଅଭିଯୋଗ ଅନୁସାରେ ପ୍ରାୟ ୫ମାସ ଧରି ଅଭିଯୁକ୍ତମାନେ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ କରିଆସୁଥିଲେ । ପୀଡ଼ିତା ଏ ନେଇ ପରିବାରକୁ ଜଣାଇବା ପରେ ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି । ସେମାନଙ୍କୁ ପୋଲିସ ଖୋଜୁଥିବା କହିଛି ।

ମିଳିଥିବା ସୂଚନା ଅନୁସାରେ ଗ୍ରେଟର ନୋଏଡା ଏକ କଲେଜରେ ପାଠ ପଢୁଥିଲେ ଦ୍ବାଦଶ ଶ୍ରେଣୀର ଛାତ୍ରୀ । ପୀଡ଼ିତାଙ୍କୁ ଏହି କଲେଜରେ ଜଣେ ଛାତ୍ର ପ୍ରେମ ଜାଲରେ ଫସାଇବା ପରେ ଶାରୀରିକ ସମ୍ପର୍କ ରଖିଥିଲା । ଏହାପରେ ଅଭିଯୁକ୍ତ ଜଣକ ଭିଡିଓ ଉତ୍ତୋଳନ କରିଥିଲା । ଏହାପରେ ଛାତ୍ରୀଙ୍କୁ ଧମକଚମକ ଦେବା ଆରମ୍ଭ କରିଥିଲା । ପୀଡ଼ିତାଙ୍କ ଭାଇ ଓ ଭଉଣୀଙ୍କୁ ହତ୍ୟା କରିଦେବା ଲାଗି ମଧ୍ୟ ଧମକ ଦେଉଥିଲା । ଏହାପରେ ଅଭିଯୁକ୍ତ ଜଣକ ଅଶ୍ଳୀଳ ଭିଡିଓ ନିଜ ସାଙ୍ଗମାନଙ୍କୁ ଦେଖାଇଥିଲା । ଖାଲି ସେତିକି ନୁହେଁ, ଅନ୍ୟ ସାଙ୍ଗମାନଙ୍କ ସହିତ ସମ୍ପର୍କ ରଖିବା ଲାଗି ପୀଡ଼ିତାଙ୍କୁ ବାଧ୍ୟ କରୁଥିଲା ।

ଏହା ବି ପଢନ୍ତୁ- RUSSIAN MONK ARRESTED: ୧୦ML ମଦ ସହ ବିହାରରୁ ଗିରଫ ହେଲେ ଋଷୀୟ ବୌଦ୍ଧ ସନ୍ଥ

ପରବର୍ତ୍ତୀ ସମୟରେ ସାଙ୍ଗମାନେ ପୀଡ଼ିତାଙ୍କୁ ଧମକ ଚମକ ଦେବା ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ୩ଜଣ ଅଭିଯୁକ୍ତ ଗତ ୫ ମାସ ଧରି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କଲା ବେଳେ ସାନ ଭଉଣୀ ଦେଖି ଚିତ୍କାର କରିଥିଲେ । ଏହାପରେ ପୀଡ଼ିତାଙ୍କ ଜୀବନ ବଞ୍ଚାଇଥିଲେ ପରିବାର । ଏହାପରେ ପୀଡ଼ିତା ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ । ଗତ କିଛି ମାସ ଧରି ସେ ଯୌନ ଶୋଷଣର ଶିକାର ହେଉଛନ୍ତି । ଏଥିରେ ସେ ହତାଶ ହୋଇପଡ଼ିଥିବା ବେଳେ ଆତ୍ମହତ୍ୟା ଲାଗି ନିଷ୍ପତ୍ତି ନେଇଥିଲେ ।

ଏହାପରେ ପୀଡ଼ିତାଙ୍କ ମାଆ ଥାନା ବିଟା-୨ରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି । ଏହାସହିତ ଅଭିଯୁକ୍ତମାନଙ୍କୁ ଖୋଜୁଛି । ଗ୍ରେଟର ନୋଏଡାର ଏଡିସିପି ଦିନେଶ କୁମାର ସିଂ କହିଛନ୍ତି ଯେ ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୋଲିସ ଦୁଷ୍କର୍ମ ସମ୍ପନ୍ଧୀୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ । ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.