ETV Bharat / bharat

ବଦଳିବ ଦେଶର ନାଁ ? ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀରେ ଲେଖାଗଲା 'ଭାରତ' - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ବିବରଣୀରେ ଲେଖାଗଲା 'ପ୍ରାଇମ୍‌ ମିନିଷ୍ଟର ଅଫ୍‌ ଭାରତ' । ରାଷ୍ଟ୍ରପତିଙ୍କ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସୂଚୀରେ 'ଭାରତ' ଲେଖାଯିବାକୁ ନେଇ ପୁଣି ତେଜିଲା ରାଜନୀତି । ଦେଶର ନାମ କେବଳ ଭାରତ ହେବା ନେଇ ଚର୍ଚ୍ଚା ଜୋର । ଅଧିକ ପଢ଼ନ୍ତୁ

Etv BharatThe Prime Minister of Bharat' instead of India
The Prime Minister of Bharat' instead of India
author img

By ETV Bharat Odisha Team

Published : Sep 6, 2023, 3:06 PM IST

ନୂଆଦିଲ୍ଲୀ: ଦେଶର ନାଁ 'ଭାରତ'କୁ ନେଇ ରାଜନୀତି ହଟଚମଟ ଜାରି ରହିଥିବା ବେଳେ ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଏସିଆନ- ଇଣ୍ଡିଆ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡୋନେସିଆ ଗସ୍ତ କରିବେ । ଏହାକୁ ନେଇ ବିଜେପି ରାଷ୍ଟ୍ରିୟ ମୁଖପାତ୍ର ସମ୍ୱିତ ପାତ୍ର ମଙ୍ଗଳବାର ଏକ ସରକାରୀ ତଥ୍ୟ ସାମ୍ନାକୁ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆ ଗସ୍ତକୁ ନେଇ ଥିବା ନିମନ୍ତ୍ରଣ ପତ୍ରରେ "ପ୍ରାଇମ୍‌ ମିନିଷ୍ଟର ଅଫ୍‌ ଭାରତ" ଲେଖାଯାଇଥିବା ଦେଖାଇଛନ୍ତି ବିଜେପି ମୁଖପାତ୍ର ।

  • Look at how confused the Modi government is! The Prime Minister of Bharat at the 20th ASEAN-India summit.

    All this drama just because the Opposition got together and called itself INDIA 🤦🏾‍♂️ pic.twitter.com/AbT1Ax8wrO

    — Jairam Ramesh (@Jairam_Ramesh) September 5, 2023 " class="align-text-top noRightClick twitterSection" data=" ">

ତେବେ ପ୍ରଧାନମନ୍ତ୍ରୀ ମୋଦି ଆଜି(ବୁଧବାର) ରାତିରେ ଇଣ୍ଡୋନେସିଆ ଗସ୍ତ କରିବେ । 2 ଦିବସୀୟ ଏହି ଗସ୍ତରେ 20ତମ ଏସିଆନ-ଇଣ୍ଡିଆ ସମ୍ମିଳନୀ ଓ 18ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଜି-20 ସମ୍ମିଳନୀ ରାଇସିନା ହିଲ୍‌ ରାତ୍ରିଭୋଜନ ନିମନ୍ତ୍ରଣ ପତ୍ରରେ "ପ୍ରେସିଡେଣ୍ଡ୍‌ ଅଫ୍‌ ଇଣ୍ଡିଆ" ବଦଳରେ "ପ୍ରେସିଡେଣ୍ଡ ଅଫ ଭାରତ" ଅର୍ଥାତ "ଭାରତର ରାଷ୍ଟ୍ରପତି" ଲେଖାଯାଇଥିଲା । ପୂର୍ବରୁ ସମସ୍ତ ସରକାରୀ ତଥ୍ୟ "ପ୍ରେସିଡେଣ୍ଡ ଅଫ ଇଣ୍ଡିଆ" ଲେଖାଯାଉଥିବା ବେଳେ ଏହି ପରିବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି ।

ସେପ୍ଚେମ୍ୱର 9ରେ ଏହି ନିମନ୍ତ୍ରଣ ପତ୍ର ସାଧାରଣରେ ପ୍ରକାଶିତ ହେବା ପରେ ଚର୍ଚ୍ଚା ଜୋର ଧରିଥିଲା । ଦେଶର ନାଁ "ଇଣ୍ଡିଆ" ବଦଳରେ କେବଳ "ଭାରତ" ଲେଖାଯିବା ନେଇ ସରକାର ଯୋଜନା ପ୍ରସ୍ତୁତ କରୁଥିବା ଦାବି କରିଥିଲେ ବିରୋଧି ମେଣ୍ଟ । ବିରୋଧୀ ମେଣ୍ଟର ନାଁ "ଇଣ୍ଡିଆ" ରଖାଯିବା ଯୋଗୁ ଦେଶର ନାଁ ପରିବର୍ତ୍ତନ କରିବାକୁ ସରକାର ଏଭଳି ହୀନ ରାଜନୀତିକ ଚାଲ ଖେଳୁଥିବା ବିପକ୍ଷ ନେତା ଅଭିଯୋଗ ଆଣିଥିଲେ ।

ଆଉ ମଧ୍ୟ ପଢନ୍ତୁ... 20th ASEAN summit: ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ, ଦିନିକିଆ ଗସ୍ତ ଉପରେ ସଭିଙ୍କ ନଜର

ଅନ୍ୟପଟେ ବିପକ୍ଷ ନେତାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲା ସରକାରୀ ଦଳ । ଦେଶର ନାଁ ଇଣ୍ଡିଆ ବ୍ରିଟିଶ ଶାସନ ସମୟରେ ରଖାଯାଇଥିବା ବେଳେ ଏହା ଇଂରାଜୀ ଶବ୍ଦ ଅଟେ ଓ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଶାସକ ଦଳ ଯୁକ୍ତି ରଖିଥିଲା ।

ତେବେ ସେପ୍ଚେମ୍ୱର 18ରେ ସଂସଦରେ ବସିବାକୁ ଯାଉଛି ସ୍ୱତନ୍ତ୍ର ଅଧିବେଶନ । ପାଞ୍ଚ ଦିନ ଧରି ବସିବାକୁ ଯାଉଥିବା ଏହି ଅଧିବେଶନରେ ଦେଶର ନାଁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ । ସମ୍ୱିଧାନ ପ୍ରଥମ ଧାରାରେ ପରିବର୍ତ୍ତନ ହୋଇପାରେ । ଦେଶର ନାଁ ଇଣ୍ଡିଆ ନୁହେଁ କେବଳ ଭାରତ ଲେଖାଯିବା ନେଇ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.