ETV Bharat / bharat

ଚାଷୀ ଆନ୍ଦୋଳନରେ ବଡ ଧରଣର ଷଡଯନ୍ତ୍ର ! ସିଙ୍ଘୁ ସୀମାରୁ ଧରାପଡିଲା ସନ୍ଦିଗ୍ଧ

ଦିଲ୍ଲୀ-ହରିଆଣା ସିଙ୍ଘୁ ସୀମାରେ ବଡ ଧରଣର ଷଡଯନ୍ତ୍ର । ସୀମାରୁ ଜଣେ ସନ୍ଦିଗ୍ଧ ଧରାପଡିଛି । ଚାଷୀ ନେତାଙ୍କୁ ହତ୍ୟା କରିବା ସହ ଜାନୁଆରୀ 26 ରେ ହିଂସା ସୃଷ୍ଟି କରିବାକୁ କରିଥିଲା ସନ୍ଦିଗ୍ଧ । ଅଧିକ ପଢନ୍ତୁ...

author img

By

Published : Jan 23, 2021, 11:03 AM IST

ସିଙ୍ଘୁ ସୀମାରୁ ଧରାପଡିଲା ସନ୍ଦିଗ୍ଧ
ସିଙ୍ଘୁ ସୀମାରୁ ଧରାପଡିଲା ସନ୍ଦିଗ୍ଧ

ଚଣ୍ଡୀଗଡ: ଦିଲ୍ଲୀ-ହରିଆଣା ସିଙ୍ଘୁ ସୀମାରେ ବଡ ଧରଣର ଷଡଯନ୍ତ୍ର । ସୀମା ନିକଟରୁ ଧରାପଡିଲା ଜଣେ ସନ୍ଦିଗ୍ଧ। କୃଷି ଆଇନକୁ ବିରୋଧ କରି ଧାରଣା ଦେଇଥିବା ଚାଷୀନେତାଙ୍କୁ ହତ୍ୟା କରିବାକୁ ସହ ସାଧାରଣତନ୍ତ୍ର ଦିବସରେ ହିଂସା ସୃଷ୍ଟି କରିବାକୁ ଏକ ବଡ ଧରଣର ଯୋଜନା କରୁଥିବାବେଳେ କୃଷକମାନେ ସନ୍ଦିଗ୍ଧକୁ କାବୁ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧ କରି ଚାଷୀମାନଙ୍କ ଧାରଣା 57 ଦିନରେ ପହଞ୍ଚି । କେନ୍ଦ୍ର ସରକାରଙ୍କ ବାରମ୍ବାର ବୈଠକ ସତ୍ତ୍ବେ କୌଣସି ନିଷ୍କର୍ସ ବାହାରି ପାରୁନାହିଁ । ଫଳରେ ଜାନୁଆରୀ 26 ରେ ଚାଷୀ ସଙ୍ଗଠନ ପକ୍ଷରୁ ବିଶାଳ ଟ୍ରାକ୍ଟର ରାଲି କରାଯିବ ବୋଲି ଚାଷୀମାନେ ଚେତବାନୀ ଦେଇଛନ୍ତି । ଶୁକ୍ରବାର ଧାରଣାସ୍ଥଳରୁ ଜଣେ ସନ୍ଦିଗ୍ଧକୁ ଧରାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଟ୍ରାକ୍ଟର ରାଲି ସମୟରେ ଗୁଳି ମାଡ କରିଥାନ୍ତା ବୋଲି ଜଣାପଡିଛି ।

ଚାଷୀଙ୍କ ଏହି ଦାବି ପରେ ହରିଆଣା ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚାର ଉଚରା କରୁଛି । ଧରାଯାଇଥିବା ସନ୍ଦିଗ୍ଧ ଯୁବକ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ନିଜର ପ୍ରତିକ୍ରିୟା ରଖିଛି । ସେ କହିଛି, ତାର ଏହି ଯୋଜନା ପଛରେ ଆହୁରି ଅନେକ ଜଣ ରହିଛନ୍ତି ।

ଏହା ସହ ସନ୍ଦିଗ୍ଧ ଜଣକ ଏକ ପୋଲିସ ଉପରେ ସଙ୍ଗୀନ ଅଭିଯୋଗ କରି କହିଛି, ହରିଆଣ ପୋଲିସ ଅଧିକାରୀ ଜଣକ ଜାନୁଆରୀ 26 ତାରିଖ ଦିନ ମଞ୍ଚ ଉପର 4 ଜଣ କୃଷକ ନେତାଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆନ୍ଦୋଳନକୁ ବିଗାଡିବାକୁ ମଧ୍ୟ ପ୍ରୟାସ କରିଥାନ୍ତା ବୋଲି ସନ୍ଦିଗ୍ଧ ନିଜେ ମିଡିଆ ସାମ୍ନାରେ କହିଛି । ଏହା ସହ କୃଷକମାନେ ଅସ୍ତ୍ରଶସ୍ତ୍ର ନେଉଛନ୍ତି ନା ନାହିଁ ସେନେଇ ଦୁଇଟି ଟିମ ଗଠନ କରାଯାଇଛି । ଗିରଫ ସନ୍ଦିଗ୍ଧ 19 ଜାନୁଆରୀରୁ ସିଙ୍ଘୁ ସୀମାରେ ଚାଷୀଙ୍କ ରହିଛି ବୋଲି କହିଛି ।

ସନ୍ଦିଗ୍ଧ ନାଁ ନେଇଥିବା ପୋଲିସ ଅଧିକାରୀ ଜଣକ ହେଉଛନ୍ତି, ସୋନେପାଟର ରାୟ ଥାନାର ଏସଏଚଓ ପ୍ରଦୀପ ସିଂ । ଏହି ଅଧିକାରୀ 26 ଜାନୁଆରୀରେ ମଞ୍ଚରେ ବସିଥିବାକୁ ଥିବା ଚାରିଜଣ କୃଷକ ନେତାଙ୍କୁ ଗୁଳି କରିବା ପାଇଁ ଷଡଯନ୍ତ୍ର କରିଥିଲେ। ଅଧିକାରୀ ସେହି ଚାରିଜଣ ନେତାଙ୍କ ଚିତ୍ର ମଧ୍ୟ ସେୟାର କରିଛନ୍ତି। ଗଣମାଧ୍ୟମ ସମ୍ମୁଖରେ ଧରାଯାଇଥିବା ସନ୍ଦିଗ୍ଧଙ୍କୁ କୃଷକମାନେ ମଧ୍ୟ ଉପସ୍ଥାପନ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭିି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.