ETV Bharat / bharat

କୁକୁର ଭୁକିବାରୁ ତିନି ମହଲାରୁ ଡେଇଁ ପଡିଲେ ଡେଲିଭରି ବୟ

author img

By

Published : Jan 13, 2023, 1:26 PM IST

ହାଇଦ୍ରାବାଦର ବଞ୍ଜାରା ହିଲ ନିକଟରେ ଥିବା ଆପାଟମେଣ୍ଟରେ ଅଭାବନୀୟ ଘଟଣା । ଖାଦ୍ୟ ଦେବାକୁ ଆସିଥିବା ବେଳେ କୁକୁର ଭୁକିବାରୁ ତିନି ମହଲାରୁ ଡେଇଁ ପଡିଲେ ଡେଲିଭରି ବୟ । ଅଧିକ ପଢନ୍ତୁ

delivery boy jumped from the third floor

ହାଇଦ୍ରାବାଦ: ଖାଦ୍ୟ ଡେଲିଭରି କରିବା ପାଇଁ ଆସିଥିଲେ, କିନ୍ତୁ କୁକୁର ଭୁକିବାରୁ ତୃତୀୟ ମହଲାରୁ ଡେଇଁ ପଡିଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ହାଇଦ୍ରାବାଦର ବଞ୍ଜାରା ହିଲ ନିକଟରେ ଏପରି ଘଟଣା ଘଟିଥିବା ଜଣାପଡିଛି । ଯୁବକ ଜଣଙ୍କ ହେଉଛନ୍ତି ମହମ୍ମଦ ରିଜଓ୍ବାନ ।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀରାମନଗର ଅଞ୍ଚଳର ୟସୁଫାଗୁଡାର ନିବାସୀ ହେଉଛନ୍ତି ମହମ୍ମଦ ରିଜଓ୍ବାନ । ସେ ସ୍ବିଗିରେ ଫୁଟ ଡେଲିଭରି ବୟ ଭାବେ କାର୍ଯ୍ୟ କରନ୍ତି । ଗତ ବୁଧବାର ଦିନ ରାତିରେ ସେ ଖାଦ୍ୟ ଦେବା ପାଇଁ ବଞ୍ଜାରା ହିଲରେ ଥିବା ଲୁମ୍ବିନି ରକ ଆପାଟମେଣ୍ଟକୁ ଯାଇଥିଲେ । ଆପାଟମେଣ୍ଟର ତୃତୀୟ ମହଲାରେ ଥିବା ଏକ କୁକୁର ତାଙ୍କୁ ଦେଖି ଭୁକିବା ଆରମ୍ଭ କରିଥିଲା । ଫଳରେ ଭୟଭୀତ ହୋଇ ଡେଲିଭରି ବୟ ଜଣଙ୍କ ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲେ ।

ଏନେଇ ଆପାର୍ଟମେଣ୍ଟର ମାଲିକ ଶୋଭନା କହିଛନ୍ତି ଯେ, ''ଯୁବକ ଜଣଙ୍କ ତୃତୀୟ ମହଲାରୁ ଡେଇଁ ପଡିବା ପରେ ଗୁରୁତର ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏନଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ହୋଇଥିବା ଯୁବକ ଜଣଙ୍କ ଭାଇ ମହମ୍ମଦ ଖଜଓ୍ବା ଏନେଇ ବଞ୍ଜାରା ହିଲ ଥାନାରେ ଅଭିଯୋଗ କରିଛନ୍ତି । ଆପାର୍ଟମେଣ୍ଟର ମାଲିକଙ୍କ ଅବହେଳା ଯୋଗୁଁ ମୋ ଭାଇର ଏପରି ଅବସ୍ଥା ହୋଇଛି । ସେ ବର୍ତ୍ତମାନ ଗୁରୁତର ଅଛି, ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।'' ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା କିପରି ରହିଛି ସେନେଇ ହସ୍ପିଟାଲ ତରଫରୁ କୌଣସି ସୂଚନା ମିଳିପାରି ନାହିଁ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ଜଣେ ସ୍ବିଗିର ଡେଲିଭରି ବୟ ଖାଦ୍ୟ ଦେବାକୁ ଆସିଥିବା ବେଳେ କୁକୁର ଗୋଡାଇବାରୁ ସେ ତୃତୀୟ ମହଲାରୁ ତଳକୁ ଡେଇଁ ପଡିଥିଲେ । ଏହାପରେ ସେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ହଲସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକଙ୍କ ଭାଇ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଏହି ଘଟଣା ନେଇ ଆପାଟମେଣ୍ଟର ମାଲିକଙ୍କୁ ପଚରାଉଚରା କରାଯାଇପାରେ । ଆହତଙ୍କ ଭାଇ ଏନେଇ ବଞ୍ଜାରା ହିଲ ଥାନାରେ ଅଭିଯୋଗ କରିଛନ୍ତି । ସେ ଘର ମାଲିକଙ୍କ ଅବହେଳାରୁ ଏପରି ହୋଇଥିବା ଅଭିଯୋଗ ପତ୍ରରେ ଲେଖିଛନ୍ତି । ''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.