ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ କମ୍ବାକ୍ଟ ଲଢୁଆ ବିମାନ ‘ତେଜସ’ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ର ସୁରକ୍ଷା କ୍ୟାବିନେଟ କମିଟି । ଏଥିପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରାୟ 48 ହଜାର କୋଟି ଟଙ୍କା ବ୍ୟୟରେ ଏହି ଡିଲ କରିବାକୁ ଲକ୍ଷ ରଖିଛି । ଏହା ସର୍ବବୃହତ ସ୍ବଦେଶୀ ନିର୍ମିତ ପ୍ରତିରକ୍ଷା ଚୁକ୍ତି ବୋଲି କୁହାଯାଉଛି ।
ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ (HAL) ଦ୍ବାରା ଭାରତରେ ନିର୍ମିତ ସମ୍ପୁର୍ଣ୍ଣ ସ୍ବଦେଶୀ ଲାଇଟ କମ୍ବାକ୍ଟ ଏୟାରକ୍ରାଫ୍ଟ ହେଉଛି ତେଜସ । ଏହାର ଆଧୁନିକ ବୈଶିଷ୍ଠ ଓ କ୍ଷମତା ଭାରତୀୟ ବାୟୁ ସେନାକୁ ଶକ୍ତିଶାଳୀ କରିବା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ହୋଇଥିବା ଡିଲ ଆଧାରରେ 48 ହଜାର କୋଟି ଟଙ୍କା ବିନିମୟରେ ଭାରତ ସରକାର ଏହି ଲଢୁଆ ବିମାନ କିଣିବେ । ତେବେ କେତେ ସଂଖ୍ୟକ ଲଢୁଆ ବିମାନ କିଣାଯିବ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଏହି ଚୁକ୍ତି ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ