ମୁମ୍ବାଇ: ଲଗାଣ ବର୍ଷା ଯୋଗୁଁ ବେହାଲ ମୁମ୍ବାଇ ସହର । ବର୍ଷା ଜଳରେ ଉବୁଟୁବୁ ହେଉଛି ମୁମ୍ବାଇ । ଚାରିଆଡେ ଜଳାର୍ଣ୍ଣବ । ଏହାରି ମଧ୍ୟରେ ହୋଇଛି ଭୁସ୍ଖଳନ ।
ଥାନେର କଲୱା ଅଞ୍ଚଳର ଘୋଲାଇନଗରରେ ଭୁସ୍ଖଳନ ହୋଇ ୪ଟି ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଛି ।
ଅନ୍ୟପକ୍ଷେ ୪ ଜଣ ଭଗ୍ନାବଶେଷ ତଳେ ଚାପି ରହିଛନ୍ତି । ଦମକଳବିଭାଗ ପହଞ୍ଚି ୨ ଜଣ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ।
ଏହାପୂର୍ବରୁ ରବିବାର ମୁମ୍ବାଇରେ କାନ୍ଥ ଭୁଶୁଡି 21 ଜଣ ପ୍ରାଣ ହରାଇଥିଲେ । ପୂର୍ବ କାନ୍ଦିଭାଲି ଅଞ୍ଚଳର ଅନେକଙ୍କ ଘରେ ବର୍ଷା ପାଣି ପଶିଥିବାବେଳେ ୬ଟି ଘରର କାନ୍ଥ ଭୁଶୁଡିଥିଲା ।