ETV Bharat / bharat

Grenade Attack in JK: ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

କାଶ୍ମୀରରେ ସୁରକ୍ଷା ବଳ ଉପରକୁ ଗ୍ରେନେଡ ଆକ୍ରମଣ କଲେ ଆତଙ୍କୀ । ମୃତାହତ ନେଇ ମିଳିନି ସ୍ପଷ୍ଟ ସୂଚନା । ଅଧିକ ପଢନ୍ତୁ

grenade attack in JK: ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ

author img

By

Published : Jan 16, 2022, 10:20 PM IST

ଶ୍ରୀନଗର: ଘାଟିରେ ସୁରକ୍ଷା ବଳ ଉପରକୁ ଗ୍ରେନେଡ ଆକ୍ରମଣ କଲେ ଆତଙ୍କବାଦୀ । ଆଜି ପ୍ରାୟ ଅପରାହ୍ନରେ ପୁରୁଣା ଶ୍ରୀନଗର ସହରର ସାରଫ କାଦଲ ଅଞ୍ଚଳରେ ଆତଙ୍କୀମାନେ ଏହି କାଣ୍ଡ ଭିଆଇଥିବା କାଶ୍ମୀର ପୋଲିସ ସୂତ୍ରରୁ ସୂଚନା ମିଳିଛି । ତେବେ କ୍ଷୟକ୍ଷତି ନେଇ ସେନା ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବାବେଳେ ଆତଙ୍କୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମୃତାହତଙ୍କ ସମ୍ପର୍କରେ ସରାକରୀ ଭାବେ ସେନା କିଛି ପ୍ରକାଶ କରି ନଥିବା ବେଳେ ଏଥିରେ ଜଣେ ସାଧାରଣ ନାଗରିକ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂତ୍ରରୁ ସୂଚନା ରହିଛି । ଆକ୍ରମଣ ପରେ ଏହି ଅଞ୍ଚଳକୁ କର୍ଡନ କରି ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନକୁ ବ୍ୟାପକ କରାଯାଇଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.