ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗର ଉପକଣ୍ଠରେ ସିଆରପିଏଫ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ । ଲାୱାପୋରା ଅଞ୍ଚଳରେ ଘଟିଛି ଏହି ଘଟଣା । ସିଆରପିଏଫ ଉପରେ ଆକ୍ରମଣ ଘଟଣାରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଅନ୍ୟପକ୍ଷେ ଆଉ 3 ଜଣ ଯବାନ ଆହତ ଥିବା ସୂଚନା ମିଳିଛି ।
ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଲାୱାପୋରାରେ ଗୁରୁବାର ଦିନ ଦ୍ବିପହରରେ ଆତଙ୍କବାଦୀମାନେ ସିଆରପିଏଫର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଜଣେ ଯବାନ ଶହୀଦ ହୋଇଥିବା ଜାମ୍ମୁ କାଶ୍ମୀର ପୋଲିସ ସୂଚନା ଦେଇଛି ।
କଶ୍ମୀର ଆଇଜି ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣ ପଛରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲଶ୍କର ଏ ତୋଏବାର ହାତ ରହିଛି । ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କହିଛନ୍ତି ବିଜୟ କୁମାର ।