ETV Bharat / bharat

9ରେ ତେଲେଙ୍ଗାନାରେ ଶପଥ ନେବ କଂଗ୍ରେସ ସରକାର: ପ୍ରଦେଶ କଂଗ୍ରେସ ସଭାପତି

author img

By ETV Bharat Odisha Team

Published : Nov 30, 2023, 5:03 PM IST

ତେଲେଙ୍ଗାନାରେ ସରକାର ଗଠନ ନେଇ କଂଗ୍ରେସର ଦମ୍ଭୋକ୍ତି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କହିଲେ, 9 ତାରିଖରେ ସରକାରର ଶପଥ ଗ୍ରହଣ । ଅଧିକ ପଢନ୍ତୁ

9ରେ ଶପଥ ନେବ କଂଗ୍ରେସ ସରକାର: ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ସଭାପତି

ହାଇଦ୍ରାବାଦ: ଆଜି ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ସମଗ୍ର ରାଜ୍ୟରେ ଭୋଟଗ୍ରହଣ ଜାରି ରହିଥିବା ବେଳେ ସଂଧ୍ୟାରେ ଆସିବାକୁ ଥିବା ଏକଜିଟପୋଲ ବା ବୁଥ ବାହୁଡା ଜନମତ ଉପରେ ସମସ୍ତଙ୍କ ନଜର ରହିଛି । ମାତ୍ର ଏହା ପୂର୍ବରୁ ରାଜ୍ୟରେ ସରକାର ଗଠନ କରିବା ସହ ଶପଥ ଗ୍ରହଣ ସମାରୋହ ତାରିଖ ମଧ୍ୟ ଘୋଷଣା କରିଛି କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ରିବନ୍ତ ରେଡ୍ଡୀ କହିଛନ୍ତି, 9 ତାରିଖରେ କଂଗ୍ରେସ ସରକାର ଶପଥ ଗ୍ରହଣ ସମାରୋହ ହେବା ନେଇ ସୂଚୀ ଚୂଡାନ୍ତ ହୋଇସାରିଛି । ଏଲବି ନଗର ଷ୍ଟାଡିୟମରେ ପୂର୍ବାହ୍ନ ସାଢେ 10 ରେ କଂଗ୍ରେସ ସରକାର ଶପଥ ଗ୍ରହଣ କରିବ ।

  • #WATCH | Revanth Reddy says, "...I am going to cast my vote now...For 10 years, under the KCR Government, the farmers of the state suffered. With this election, my greatest expectation from the first-time voters is that they will take the future of Telangana ahead...Congress will… https://t.co/GBH1ootWMn pic.twitter.com/V0Uo9WVHW7

    — ANI (@ANI) November 30, 2023 " class="align-text-top noRightClick twitterSection" data=" ">

ହାଇପ୍ରୋଫାଇଲ କାମାରେଡ୍ଡୀ ଆସନରୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ରେଡ୍ଡୀ । ଆଜି ନିଜେ ମତାଧିକାର ସାବ୍ୟସ୍ତ କରିବା ଅବସରରେ କହିଛନ୍ତି, ‘‘କେସିଆର ଏବେ ବିଦାୟୀ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କଂଗ୍ରେସ ଶାସନକୁ ଆସିବାକୁ ଯାଉଛି । ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ ହୋଇସାରିଛି । 9 ତାରିଖରେ କଂଗ୍ରେସ ସରକାର ଶପଥ ଗ୍ରହଣ କରିବ । ଏଲବି ନଗର ଗ୍ରାଉଣ୍ଡରେ ସମୟ ପୂର୍ବାହ୍ନ ସାଢେ 10 ଟାରେ କଂଗ୍ରେସ ସରକାର ଶପଥ ଗ୍ରହଣ ସମାରୋହ ଚୂଡାନ୍ତ ହୋଇସାରିଛି ।’’

ତେବେ କଂଗ୍ରେସ ବହୁମତ ପାଇଲେ, କି’ଏ ମୁଖ୍ୟମନ୍ତ୍ରୀ ହେବା ପ୍ରଶ୍ନକୁ ଏଡାଇ ଯାଇଛନ୍ତି ରିବନ୍ତ । କହିଛନ୍ତି, ‘‘ପ୍ରଥମେ କ୍ୟାପଟେନ ନୁହେଁ ବରଂ ଖେଳାଳି ଚୟନ ହୋଇଥାଏ । କଂଗ୍ରେସର 85 ବିଧାୟକଙ୍କ ମଧ୍ୟରୁ ଯେ କେହି ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ । କିନ୍ତୁ ତାହା କ୍ରିକେଟ ଟିମ ପରି ଏକ ଚୟନ ପ୍ରକ୍ରିୟା । ମୁଁ ଏବେ ଦଳୀୟ କ୍ୟାପଟେନ ଭୂମିକାରେ ରହିଛି । ନିର୍ବାଚନ ଫଳାଫଳ ଆସିବା ପରେ ନିର୍ବାଚିତ ବିଧାୟକମାନେ ବିଧାୟକ ଦଳ ନେତା ଚୟନ କରିବେ । ଏଥିରେ ଏବେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।’’

ଏହା ମଧ୍ୟ ପଢନ୍ତୁ :- ଆତଙ୍କବାଦୀ ପନ୍ନୁ ହତ୍ୟା ଷଡଯନ୍ତ୍ର ବିବାଦ: ଆମେରିକା ଅଭିଯୋଗକୁ ଭାରତ ନୀତିର ବିରୋଧ କହିଲା ବିଦେଶ ମନ୍ତ୍ରଣାଳୟ

ଆଜି ତେଲେଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ 119 ଆସନରେ ମତଦାନ ଜାରି ରହିଛି । ଚଳିତ ଥର 5 ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବା ବେଳେ 4 ରାଜ୍ୟରେ ମତଦାନ ଶେଷ ହୋଇସାରିଛି । ଆଜି ଅନ୍ତିମ ତଥା 5ମ ରାଜ୍ୟ ତେଲେଙ୍ଗାନାରେ ଭୋଟିଂ ସରିବା ପରେ ସଂଧ୍ୟାରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ ପ୍ରକାଶ ପାଇବ ।

ଆନ୍ଧ୍ର ପ୍ରଦେଶରୁ ବିଭାଜିତ ହୋଇ ତେଲେଙ୍ଗାନା ସ୍ବତନ୍ତ୍ର ରାଜ୍ୟ ହେବା ପରେ କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି କ୍ଷମତାରେ ରହିଆସିଛି । ଚଳିତ ଥର ବହୁମତ ପାଇଲେ ମୁଖ୍ୟମନ୍ତ୍ରୀ କେସିଆର ନିଜର ତୃତୀୟ ଟର୍ମ ଆରମ୍ଭ କରିବେ । ରାଜ୍ୟରେ ବିଆରଏସର ମୁଖ୍ୟ ପ୍ରତିଦ୍ବନ୍ଦୀ ରହିଛି କଂଗ୍ରେସ । ବିଜେପିର ସ୍ଥିତି ସେତେ ଭଲ ନଥିବା ବେଳେ ଦଳ ପୂର୍ବାପେକ୍ଷା ସାମାନ୍ୟ ଅଧିକ ଆସନ ପାଇପାରେ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.