ETV Bharat / bharat

ମାତ୍ର 15 ବର୍ଷ ବୟସରେ ଲେଖିଲେ 6 ଖଣ୍ଡ ବହି, ଆମାଜନ୍‌ରେ ବହିର ବଢ଼ୁଛି ଚାହିଦା

author img

By

Published : Mar 10, 2023, 5:39 PM IST

ମାତ୍ର 15 ବର୍ଷ ବୟସରେ 6 ଖଣ୍ଡ ବହି ଲେଖି ଚର୍ଚ୍ଚାରେ ଦିଲ୍ଲୀରେ ଅନନ୍ତିନୀ ମିଶ୍ରା । ଏବେ ଆମାଜନରେ ସବୁଠୁ ଅଧିକ ବିକ୍ରି ହେଉଛି ତାଙ୍କ ପୁସ୍ତକ । ଅଧିକ ପଢନ୍ତୁ

Teenage Novel writer Anantinee with president

ନୂଆଦିଲ୍ଲୀ: ମାତ୍ର 15 ବର୍ଷ ବୟସରେ ଟ୍ରେଜେରୀ ଅଫ୍ ସର୍ଟ ଷ୍ଟୋରୀ ପରି ଏକ ପୁସ୍ତକ ଲେଖି ଚର୍ଚ୍ଚାରେ ଦିଲ୍ଲୀର ଅନନ୍ତିନୀ ମିଶ୍ରା । ସେ ଏପର୍ଯ୍ୟନ୍ତ 6ଟି ପୁସ୍ତକ ଲେଖି ସାରିଲେଣି । ଅନନ୍ତିନୀ ଏକାଧାରାରେ ସୁବକ୍ତା, କଣ୍ଟେଣ୍ଟ କ୍ରିଏଟର ଏବଂ ପୋଡକାଷ୍ଟର । ଅଳ୍ପ ବୟସରେ ପୁସ୍ତକ ଲେଖିଥିବା ଅନନ୍ତିନୀଙ୍କୁ ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ପକ୍ଷରୁ ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଗୁରୁଗ୍ରାମ ସାହିତ୍ୟ ମହୋତ୍ସବ 2019ରେ ତାଙ୍କୁ 'ୟଙ୍ଗ୍ ଆଚିଭର୍ସ' ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।

Teenage Novel writer Anantinee
ପୁସ୍ତକ ଲେଖି ଚର୍ଚ୍ଚାରେ ଦିଲ୍ଲୀର ଅନନ୍ତିନୀ ମିଶ୍ରା

ନିକଟରେ ଅନନ୍ତିନୀ ତାଙ୍କର ନୂତନ ପୁସ୍ତକ 'କ୍ରସଫାୟାର' ଉନ୍ମୋଚନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ତାଙ୍କୁ ଖୁବ୍ ଉତ୍ସାହିତ କରିଥିବା ସେ କହିଛନ୍ତି । ରାଷ୍ଟ୍ରପତି ମଧ୍ୟ ତାଙ୍କୁ ସର୍ବଦା ଏହିପରି ଲେଖିବା ଜାରି ରଖିବାକୁ ପରାମର୍ଶ ଦେଇଥିବା କହିଛନ୍ତି । କହି ରଖୁଛୁ ଯେ, ଅନନ୍ତିନୀଙ୍କ ପୁସ୍ତକ ଆମାଜନରେ ସବୁଠୁ ଅଧିକ ବିକ୍ରି ହୋଇଛି । ତାଙ୍କର ଅନେକ ପୁସ୍ତକ ଆମାଜନରେ ଉପଲବ୍ଧ । ତାଙ୍କ ପୁସ୍ତକ ଅମଲଗମ୍, ଯାହା 2021ରେ ପ୍ରକାଶିତ ହୋଇଥିଲା, ଏକ ସମୟରେ ଆମାଜନରେ ସବୁଠୁ ଅଧିକ ବିକ୍ରି ହୋଇଥିବା ପୁସ୍ତକ ଭାବରେ ମନୋନୀତ ହୋଇଛି ।

ଅନନ୍ତିନୀ କୁହନ୍ତି ଯେ, ସେ ପିଲାଦିନରୁ ବହି ପଢିବାକୁ ବହୁତ ପସନ୍ଦ କରନ୍ତି । ତାଙ୍କ ଘରକୁ ଆସୁଥିବା ଅତିଥିମାନେ ତାଙ୍କ ପାଇଁ ବହି ଆଣୁଥିଲେ । ସେ ଫୋନ୍, ଲାପଟପ୍ ଅପେକ୍ଷା ବହି ପ୍ରତି ଅଧିକ ଆଗ୍ରହୀ ଥିଲେ । ଆଧୁନିକ ଲେଖକଙ୍କ ପୁସ୍ତକ ପଢିବାକୁ ସେ ପସନ୍ଦ କରନ୍ତି । ଖାଲି ସମୟରେ ଜନ୍ କିଟ୍ସ, ୱିଲିୟମ୍ ବଟଲର, ଜେ.କେ ରାୱଲିନ୍ସ, ଅନ୍ୟାନ୍ୟ ଲେଖକଙ୍କ ପୁସ୍ତକ ପଢନ୍ତି ବୋଲି କହିଛନ୍ତି ଅନନ୍ତିନୀ । ସେ ଆଗାମୀ ସମୟରେ ସମସାମୟିକ କାହାଣୀ ଲେଖିବାକୁ ଆଶା ବ୍ୟକ୍ତି କରିଛନ୍ତି ।

ଅନନ୍ତିନୀ ମିଶ୍ରାଙ୍କ ପୁସ୍ତକ ନିକଟରେ ପ୍ରଗତି ମୈଦାନରେ ଉଦଯାପିତ ହୋଇଥିବା ବିଶ୍ୱ ପୁସ୍ତକ ମେଳାରେ ସ୍ଥାନ ପାଇଥିଲା । ଦ୍ୱାଦଶ ପରୀକ୍ଷା ଥିବାରୁ ସେ ସେଠାରେ ଉପସ୍ଥିତ ହୋଇପାରି ନ ଥିଲେ । ଅନନ୍ତିନୀ ପାନୋରାମା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବରେ ଅଂଶଗ୍ରହଣ କରିଥିବା ଭାରତର ସର୍ବକନିଷ୍ଠ ଲେଖକ । ଯେତେବେଳେ ସେ ଏକ କାହାଣୀ(ଷ୍ଟୋରୀ)କୁ ସଠିକ୍ ଭାବରେ ପଢିପାରୁନଥିଲେ, ସେତେବେଳେ ମଧ୍ୟ ଘରର ଗୁରୁଜନମାନେ ତାଙ୍କୁ କାହାଣୀ ପଢି ଶୁଣାଉଥିଲେ । ତାଙ୍କ ପାଖରେ 'କୃଷ୍ଣ କି କାହାନିୟାଁ' ପୁସ୍ତକ ଥିଲା, ଯେଉଁଥିରେ କାହାଣୀ ସହିତ ଚିତ୍ର ଥାଏ । ସାମ୍ନାରେ ବସିଥିବା ବ୍ୟକ୍ତିଙ୍କୁ ଏହି ବହିରୁ କାହାଣୀ ଶୁଣାଇବାକୁ କହୁଥିଲେ ଅନନ୍ତିନୀ ।

ସେ କାହାଣୀ ନ ଶୁଣିଲେ ଖାଉନଥିଲେ । ଯେତେବେଳେ ପଢିବା ଆରମ୍ଭ କଲେ ସେହି ପୁସ୍ତକ ବ୍ୟତୀତ, ସେ ଛୋଟ ପିଲାମାନଙ୍କର ଅନେକ ପୁସ୍ତକ ପଢୁଥିଲେ । ବଡ ହେବା ପରେ ସେ କବିତା ଏବଂ ଉପନ୍ୟାସ ପଢିବା ଆରମ୍ଭ କଲେ । ନିକଟରେ ଅନନ୍ତିନୀ ଶ୍ରୀମଦ୍ ଭାଗବତ ଗୀତା ପଢିବା ଆରମ୍ଭ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.