ETV Bharat / bharat

IAF Helicopter Crash: ଜୀବନ ଯୁଦ୍ଧରେ ହାରିଗଲେ କ୍ୟାପଟନ ବରୁଣ ସିଂହ

author img

By

Published : Dec 15, 2021, 1:02 PM IST

Updated : Dec 15, 2021, 2:04 PM IST

ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଗ୍ରୁପ କ୍ୟାପଟନ ବରୁଣ ସିଂହ । ଦୀର୍ଘ ୮ ଦିନ ଲଢି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଗ୍ରୁପ କ୍ୟାପଟନ ବରୁଣ ସିଂହ । ଚିିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ

IAF Helicopter Crash
IAF Helicopter Crash

ନୂଆଦିଲ୍ଲୀ: ଦୀର୍ଘ ୮ ଦିନ ଲଢି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଗ୍ରୁପ କ୍ୟାପଟନ ବରୁଣ ସିଂହ (Group Captain Varun Singh passes away) । ଚିିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ଦେହାନ୍ତ ହୋଇଛି । ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ଗୁରୁତର ହୋଇ ଚିିକିତ୍ସିତ ହେଉଥିଲେ ବରୁଣ । ବେଙ୍ଗାଲୁରୁର ସେନା ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି କ୍ୟାପଟେନ ।

  • IAF is deeply saddened to inform the passing away of braveheart Group Captain Varun Singh, who succumbed this morning to the injuries sustained in the helicopter accident on 08 Dec 21. IAF offers sincere condolences and stands firmly with the bereaved family.

    — Indian Air Force (@IAF_MCC) December 15, 2021 " class="align-text-top noRightClick twitterSection" data=" ">

ଗତ ଡିସେମ୍ବର ୮ରେ ତାମିଲନାଡୁ କୁନ୍ନୁର ନୀଳଗିରି ଜିଲ୍ଲାରେ ଘଟିଥିବା ଭୟଙ୍କର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସ୍ଥଳରୁ ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଏକମାତ୍ର ଜୀବିତ ବ୍ୟକ୍ତି ଭାବେ ଉଦ୍ଧାର ହୋଇଥିଲେ । ପ୍ରଥମେ ତାଙ୍କୁ ୱେଲିଂଟନ ପରେ ବେଙ୍ଗାଲୁରୁକୁ ସ୍ଥାନନ୍ତରଣ କରାଯାଇଥିଲା । ବେଙ୍ଗାଲୁରୁରେ ସବୁ ପ୍ରକାରର ଚିକିତ୍ସା ସୁବିଧା ସତ୍ତ୍ୱେ କ୍ୟାପ୍ଟେନ ବରୁଣ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଦୁଃଖଦ ଖବରକୁ ବାୟୁସେନା ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି । ବାୟୁସେନା ଗ୍ରୁପ କ୍ୟାପ୍ଟେନ ବରୁଣଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛି ।

  • Group Captain Varun Singh served the nation with pride, valour and utmost professionalism. I am extremely anguished by his passing away. His rich service to the nation will never be forgotten. Condolences to his family and friends. Om Shanti.

    — Narendra Modi (@narendramodi) December 15, 2021 " class="align-text-top noRightClick twitterSection" data=" ">

ଦୀର୍ଘ ଦଶନ୍ଧି ଧରି ଗ୍ରୁପ କ୍ୟାପ୍ଟେନ ବରୁଣ ସିଂହ ଦେଶର ସେବା କରି ଆସୁଥିଲେ। ସେବା ପାଇଁ ତାଙ୍କୁ ଚଳିତ ବର୍ଷ ଅଗଷ୍ଟ ୧୫ରେ ଶୌର୍ଯ୍ୟଚକ୍ର ସମ୍ମାନୀତ କରାଯାଇଥିଲା । ୨୦୧୮ରେ ସେ ଉଡ଼ାଉ ଥିବା ତେଜସ ଯୁଦ୍ଧ ବିମାନ ମଝି ଆକାଶରେ ଟେକ୍ନିକାଲ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ତାଙ୍କୁ ତେଜସ ହିରୋ କୁହାଯାଏ । ମଝି ଆକାଶରେ ଏକ ନିଶ୍ଚିତ ଦୁର୍ଘଟଣାରୁ ତେଜସକୁ ସଫଳତାର ସହିତ ଲ୍ୟାଣ୍ଡିଂ କରିଥିଲେ । କ୍ୟାପ୍ଟେନ ବରୁଣ ସିଂହ ନିଜ ବୁଦ୍ଧି ଓ ସାହାସ ବଳରେ ବେଶ ସୁରକ୍ଷିତ ଭାବେ ଏହାକୁ ରନୱେରେ ଲ୍ୟାଣ୍ଡ କରିଥିଲେ । ଏଥିପାଇଁ ତାଙ୍କୁ ଶୌର୍ଯ୍ୟଚକ୍ର ମିଳିଥିଲା । ଫଳରେ ଗୋଟିଏ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ କି, ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପୂର୍ବରୁ ୧୩ଜଣଙ୍କର ନିଧନ ହୋଇଥିଲା । ସେଥିରେ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସମେତ ୧୩ଜଣଙ୍କ ଦେହାନ୍ତ ହୋଇଥିଲା । ଆଉ ଆଜି ଆଉ ଜଣେ ବୀର ଯୋଦ୍ଧାଙ୍କୁ ମିଶାଇ ହେଲିକପ୍ଟରରେ ଉପସ୍ଥିତ ଥିବା ସମସ୍ତ ୧୪ ଜଣଙ୍କୁ ହରାଇଛି ଦେଶ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 15, 2021, 2:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.