ETV Bharat / bharat

ସ୍ୱତନ୍ତ୍ର ପୋଲିସ ଡିଜିପିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IPS - ତାମିଲନାଡୁ ସ୍ବତନ୍ତ୍ର ପୋଲିସ ଡିଜିପି ରାଜେଶ ଦାସ

ତାମିଲନାଡୁର ଜଣେ ମହିଳା ଆଇପିଏସ ଅଧିକାରୀ ରାଜ୍ୟର ସ୍ବତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

ସ୍ବତନ୍ତ୍ର ପୋଲିସ ଡିଜିପିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ମହିଳା IPS

author img

By

Published : Feb 26, 2021, 7:25 PM IST

ଚେନ୍ନାଇ: ଖାକି ପୋଷାକରେ ପୁଣି କଳା ଦାଗର ଅଭିଯୋଗ । ପୋଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି ମହିଳା ଆଇପିଏସ । ତାମିଲନାଡୁର ଜଣେ ମହିଳା ଆଇପିଏସ ଅଧିକାରୀ ରାଜ୍ୟର ସ୍ବତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ ରାଜେଶ ଦାସଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଛନ୍ତି । ତେବ ଘଟଣାର ଯାଞ୍ଚ ପାଇଁ ତାମିଲନାଡୁ ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି। ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗ ଏସ.କେ ପ୍ରଭାକର ଦେଇଛନ୍ତି ନିର୍ଦ୍ଦେଶ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏସ.କେ ପ୍ରଭାକରଙ୍କ ନିର୍ଦ୍ଦେଶ କ୍ରମେ ଡିଜି ଦାସଙ୍କୁ ନିଜ ପଦରୁ ହଟାଇଦିଆଯିବା ସହ ବାଧ୍ୟତାମୂଳକ ଅବସର ଅପେକ୍ଷାରେ ରଖାଯାଇଛି । ତେବେ ଭିଜିଲାନ୍ସ ତଥା ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ଡିଜିପି କେ ଜୟନ୍ତ ମୁରଲୀଙ୍କୁ ଦାସଙ୍କ ସ୍ଥାନରେ ନିଯୁକ୍ତ ଦିଆଯାଇଛି।

ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯାଇଛି । 6 ଜଣିଆ କମିଟିର ଅଧ୍ୟକ୍ଷ ହେଉଛନ୍ତି ଅତିରିକ୍ତ ମୁଖ୍ୟ ସଚିବ (ଯୋଜନା ଏବଂ ବିକାଶ) ଜୟଶ୍ରୀ ରଘୁନନ୍ଦନ । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ପୋଲିସ ଅତିରିକ୍ତ ଜେନେରାଲ ସୀମା ଅଗ୍ରୱାଲ୍, ପୋଲିସ ଇନ୍ସପେକ୍ଟର ଜେନେରାଲ ଅରୁଣ, ଡେପୁଟି ଇନ୍ସପେକ୍ଟର ଜେନେରାଲ ବି ଶମୁନ୍ଦେଶ୍ୱରୀ, ଡିଜିପି ଭି.କେ ରମେଶ ବାବୁ ଏବଂ ଆନ୍ତର୍ଜାତୀୟ ଜଷ୍ଟିସ ମିଶନ ପ୍ରୋଗ୍ରାମ ପରିଚାଳନା ମୁଖ୍ୟ ଲୋରେଟା ଝୋନା ସାମିଲ ଅଛନ୍ତି ।

ଗୃହ ସଚିବଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା (ପ୍ରତିରୋଧ, ନିଷେଧାଦେଶ) ଅଧିନିୟମ, 2013 (କେନ୍ଦ୍ରୀୟ ଅଧିନିୟମ) ଅନୁଯାୟୀ କମିଟି ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.